ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ରେ OBC, ST, SC ମହାମଞ୍ଚର ଜନଗର୍ଜନ ସମାବେଶ ଓ ୧୦ଦଫା ଦାବିପତ୍ର ପ୍ରଦାନ

ଧର୍ମଗଡ଼ ବ୍ଲକ OBC-ST-SC ମିଳିତ ମହାମଞ୍ଚ ତରଫରୁ ସୋମବାର ଧର୍ମଗଡ ଠାରେ ଜନଗର୍ଜନ ସମାବେଶ ଆୟୋଜିତ ହୋଇଥିଲା। ପ୍ରଥମେ ସମସ୍ତ କର୍ମକର୍ତ୍ତା ବିଜୁ ଏକ୍ସପ୍ରେସ ୱେର ଗୋଡଭଞ୍ଜା ସ୍ଥିତ ଗୋଲେଇ ଛକ ଠାରେ ଠୁଳ ହେବା ପରେ ମଟର ସାଇକେଲ ରାଲିରେ ଧର୍ମଗଡ ସହର ପରିକ୍ରମା କରିଥିଲେ । ପରେ ଧର୍ମଗଡ କୋର୍ଟ ସମ୍ମୁଖରେ ଜନ ଗର୍ଜନ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ଯାଦବ ମହାସଂଘ କଳାହାଣ୍ଡି ଜିଲ୍ଲାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ ଅଧ୍ୟକ୍ଷତା‌ କରିଥିଲେ । ମୁଖ୍ୟତଃ ସଭାରେ ୧୦ଟି ଦାବି ଉଠିଥିଲା। ଦାବୀ ଗୁଡିକ ହେଲା ଉଚ୍ଚ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ରେ OBC ବର୍ଗ ର ଛାତ୍ର ଛାତ୍ରୀ ମାନଙ୍କୁ 27% ସ୍ଥାନ ସଂରକ୍ଷଣ ପ୍ରଦାନ,ଜାତିଭିତିକ ଜନଗଣନା , ୩ୟ ଓ ୪ର୍ଥ ଶ୍ରେଣୀ ପଦବୀ ଏବଂ ପ୍ରାଥମିକ ଶିକ୍ଷକ ପଦବୀ CT, DIET, B.ED ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀ ଚୟନରେ ଜିଲ୍ଲା ଭିତିକ କାର୍ଯ୍ୟକରିବା,ଜିଲ୍ଲାର ଆଶ୍ରମ ସ୍କୁଲ୍ ମାନଙ୍କରେ ଅନୁସୂଚୀତ ଛାତ୍ରଛାତ୍ରୀଙ୍କ ପାଇଁ ୩୦% ସଂରକ୍ଷଣ, ରାଜ୍ୟରେ ମଣ୍ଡଳ କମିଶନଙ୍କ ସମସ୍ତ ସୁପାରିଶ ଲାଗୁ,ମହରା ଜାତିକୁ ଅନୁସୁଚିତ ଓ ଲୋହରା ମାନଙ୍କୁ ଜନଜାତିରେ ସାମିଲ,MGNREGA ରେ ସବୁ ବର୍ଗର ଶ୍ରମିକ ମାନଙ୍କୁ ସମାନ ସମୟରେ ପାରିଶ୍ରମିକ ପ୍ରଦାନ ଅନ୍ତର୍ଭୁକ୍ତ ରହିଛି। ସଭା ଶେଷରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଚିନ୍ମୟ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମିଳିତ ମହାମଞ୍ଚର କର୍ମକର୍ତା ଦିଗାମ୍ବର ଦୁରିଆ , ଡାକେଶ୍ୱର ଲହଜଳ, ରତନ ନାଏକ, ସେତୁରାମ ଭକ୍ତ, ଟିପିଗୁଡା ସରପଞ୍ଚ ହାତୀରମ ଦୁର୍ଗା, ଟିକେରାମ ସାହୁ, ଲବଣି ଯାଦବ, ଗଡ଼ିଆଜୋର ସମିତି ସଭ୍ୟ ଶଙ୍କର ନାଏକ , ଯୁବ ଯାଦବ ନେତା ଲିଙ୍ଗରାଜ ବେହେରା, ଉଦେ ପରାଭୋଇ , ଚନ୍ଦ୍ର ମେହେର, ମନିଜର ପୋଡ଼, ବେଣୁ ଦୁର୍ଗା, ମାଧବ ସୁନାନୀ, ଧନୁ ଗୋପାଳ ପ୍ରମୁଖ ଭାଗ ନେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜନ ବସତି ମୁହାଁ ଚାଷଜମି ରେ ଲାଗିଥିବା ନିଆଁ, ଅଗ୍ନିଶମ କର୍ମଚାରୀ ଙ୍କ ନିଆଁ ଳିଭାଇବାକୁ ଉଦ୍ୟମ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା “ଗୋବିନ୍ଦ “

Sunil Chandra Nayak

ନବ ନିର୍ବାଚିତ ପୌର ଓ ପଞ୍ଚାୟତ ପ୍ରତିନିଧି ଙ୍କୁ ଭାଜପା ର ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!