ଫୁଲବାଣୀ / ପୂର୍ବତନ ରାଇକିଆ ଥାନା ଅଧିକାରୀ ଥିବା ବର୍ତ୍ତମାନ ର ଗୋପାଳ ପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଙ୍କର ନିର୍ଦ୍ଦେଶ ରେ ତା ୨୮ /୧୧/୨୦୨୨ ରିଖ ସକାଳ ଭୋର ୪ଟା ସମୟରେ ଗୋପାଳ ପୁର ଥାନା ପୋଲିସ ଷ୍ଟାଫ ଏକ ସିଭିଲ ଗାଡ଼ିରେ ଆସି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳ ବାସିନ୍ଦା ରେଡି ମେଡି ଗାର୍ମେଣ୍ଟ ବ୍ୟବସାୟୀ ସୁମନ୍ତ କୁମାର ସାହୁ ଙ୍କୁ ଘରୁ ଟଣା ଓଟରା କରି ଉଠାଇ ନେଇ ଗୋପାଳ ପୁର ଥାନା କୁ ନେଇ ଯାଇଥିଲେ। ଗୋପାଳ ପୁର ପୋଲିସ ଓ ନିଜେ ଗୋପାଳ ପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ମୋ ସ୍ୱାମୀ କୁ ଏକ ରୁମ କୁ ନେଇ ଅମାନୁଷିକ ଭାବେ ନିସ୍ତୁକ ମାଡ ମାରି କ୍ଷତ ବିକ୍ଷତ କରିଛନ୍ତି। ମତେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଧକ୍କା ମାରିଥିଲେ। ଅତ୍ୟଧିକ ମାଡ଼ ଯୋଗୁଁ ମୋ ସ୍ୱାମୀ ସୁମନ୍ତ ସାହୁ ବହୁତ ଅସୁସ୍ଥ ହୋଇ ପ୍ରଥମେ ବ୍ରହ୍ମପୁର ମେଡ଼ିକାଲ ଓ ପରେ ଫୁଲବାଣୀ ମେଡ଼ିକାଲ ରେ ଚିକିତ୍ସିତ ହୋଇଥିଲେ। ଏ ସମ୍ପର୍କରେ ସୁମନ୍ତ ସାହୁ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ଚନ୍ଦନ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ଏସ ପି ଙ୍କର ନିର୍ଦେଶ କ୍ରମେ ରାଇକିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର ଗୋପାଳ ପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଓ ସ୍ମୃତି ରେଖା ସାହୁ ଙ୍କ ନାମରେ ମାମଲା ରୁଜୁ କରି ଥିବା ଫୁଲବାଣୀ ସାମ୍ବାଦିକ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁମନ୍ତ ଓ ତାଙ୍କ ପତ୍ନୀ ସୁଭଦ୍ରା ଚନ୍ଦନ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ସୁମନ୍ତ ସାହୁ ସ୍ମୃତି ରେଖା ନାମ୍ନୀ ମହିଳା ଙ୍କ ଠାରୁ ୪ ଲକ୍ଷ ଟଙ୍କା ସୁଧ ବାବଦକୁ ନେଇଥିଲେ ସେ ସମସ୍ତ ଟଙ୍କା ଫୋନ ପେ ମାଧ୍ୟମରେ ଫେରାଇ ଥିଲେ। କିନ୍ତୁ ଟଙ୍କା ଦେଣ ନେଣ ର ହୋଇଥିବା ଏଗ୍ରିମେଣ୍ଟ କପି କୁ ଚିରି ନଥିଲେ। ଏହାର ସୁଯୋଗ ନେଇ ସ୍ମୃତି ରେଖା ସାହୁ ପୁଣି ଆଉଥରେ ସୁମନ୍ତ କୁ ଟଙ୍କା ମାଗିବାକୁ ଯାଇ ତାଙ୍କ ଦୋକାନ ଆଗରେ ଝଗଡା କରିଥିଲେ। ସୁମନ୍ତ ସ୍ମୃତିରେଖାଙ୍କୁ କରଜ ଟଙ୍କା ଫେରାଇ ନଥିବା ସମ୍ପର୍କରେ ରାଇକିଆ ଥାନାରେ ପୁଣି ଥରେ ଅଭିଯୋଗ କରିଥିଲେ। ସୁମନ୍ତ ସ୍ମୃତିରେଖା ଠାରୁ ନେଇଥିବା ମୂଳ ସୁଧ ସହ ୯ ଲକ୍ଷ ଟଙ୍କା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ। କିଭଳି ଉପାୟ କଲେ ସୁମନ୍ତ ପାଖରୁ ଟଙ୍କା ମିଳି ପାରିବ ଚିନ୍ତା କରି ସ୍ମୃତିରେଖା ଗୋପାଳ ପୁର ଥାନା ରେ ତା ୨୭/୧୧/୨୦୨୨ ରିଖ ଦିନ ଏକ ଲିଖିତ ଅଭିଯୋଗ କରିଥିଲେ। ଗୋପାଳ ପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ପୋଲିସ ଷ୍ଟାଫ କୁ ରାଇକିଆ ପଠାଇ ସୁମନ୍ତ ଙ୍କୁ ଭୋର ସକାଳୁ ନିଜ ଘରୁ ଉଠାଇ ଗୋପାଳ ପୁର ଥାନା କୁ ନେଇ ତୁ ଆତଙ୍କବାଦୀ ନକ୍ସଲ ଭଳି ଦେଖାଯାଉଛୁ ଭଳି ଅଶାଳୀନ ଭାଷା ରେ ଗାଳି ଗୁଲଜ କରି ଗୋଟିଏ ରୋଲ ବାଡ଼ିରେ ନିର୍ଦ୍ୱୟ ଭାବରେ ଅମାନୁଷିକ ଭାବେ ମାଡ଼ ମାରିଥିଲେ। ମୋ ସ୍ୱାମୀ ପାଣି ପିଇବାକୁ ମାଗିଥିଲା ହେଲେ ଦେଇନ ଥିଲେ। ସକାଳ ୧୦ଟା ଠାରୁ ଦିନ ୧୨ ଟା ପର୍ଯ୍ୟନ୍ତ ନିସ୍ତୁକ ମାଡ଼ମାରିଥିଲେ। ମୋ ସ୍ୱାମୀ କୁ ମାଡ ନ ମାରିବା ପାଇଁ ମୁଁ ଯେତେ ନେହୁରା ହୋଇଥିଲି ମୋ କଥା ଟିକେ ମଧ୍ୟ ନଶୁଣି ମୋତେ ଅଶ୍ଳୀଳ ଭାଷା ଗାଳି ଗୁଲଜ କରି ଗୋଟିଏ ରୁମ ଭିତରେ ବନ୍ଦ କରି ରଖିଥିଲେ ବୋଲି ସୁମନ୍ତ ର ଧର୍ମ ପତ୍ନୀ ସୁଭଦ୍ରା କୁମାରୀ ଚନ୍ଦନ କନ୍ଧମାଳ ଜିଲ୍ଲା ଏସ ପି ଶ୍ରୀ ଅଗ୍ରୱାଲ ଙ୍କ ନିର୍ଦ୍ଦେଶ କ୍ରମେ ରାଇକିଆ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ରାଇକିଆ ଥାନା ପକ୍ଷରୁ ଥାନା ଅଧିକାରୀ ରମା କାନ୍ତ ପାତ୍ର ଗୋପାଳ ପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଓ ସ୍ମୃତିରେଖା ଦୁଇ ଜଣଙ୍କ ନାମରେ କେସ ନଂ ୧୨୨/୨୨ ଦଫା ୩୪୧,୩୨୩,୨୯୪,୫୦୬,୪୨୦ ମକଦ୍ଦମା ରୁଜୁ କରିଥିବା ଜଣାପଡିଛି। ପୋଲିସ ବାବୁର ଥାନା ଭିତରେ ଦବଙ୍ଗ ଗିରି ଦାଦାଗରି କୁ ନେଇ ଖାକି ପୋଷାକରେ ଲାଗିଲା ଦାଗ ।ପୋଲିସ ବିରୁଦ୍ଧରେ ପୋଲିସ ରୁଜୁ କଲା ମାମଲା ବୋଲି ଫୁଲବାଣୀ ଠାରୁ ଗୋପାଳ ପୁର ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଗୋପାଳ ପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଙ୍କର କି ଭଳି ନିବିଡ଼ ସମ୍ପର୍କ ରହିଛି ଯେ ସ୍ମୃତି ରେଖା ରାଇକିଆ ଥାନାରେ ଅଭିଯୋଗ ନ ଦେଇ ଗୋପାଳ ପୁର ଥାନାକୁ ଯାଇ ଅଭିଯୋଗ ଦେଇଥିଲା ବୋଲି ଫୁଲବାଣୀ ସହର ଓ ରାଇକିଆ ଅଞ୍ଚଳରେ ଚର୍ଚ୍ଚା ଅଧିକ ହେଉଛି। ଏଭଳି ପୋଲିସ ଅଫିସର ପ୍ରତି କିଭଳି ଉପରିସ୍ଥିତ ପୋଲିସ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବା କୁ ବାକି ରହିଲା।
previous post