ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଂଗପୁର ସ୍ଥିତ ପି ସି ଏମ୍ ମଣ୍ଡପ ଠାରେ ସ୍ବାବଲମ୍ବି ଭାରତ ଉପରେ କର୍ମଶାଳା

ମୟୂରଭଞ୍ଜ ୧୫/୧୦/୨୦୨୨-(ମସିହା) ରାଇରଙ୍ଗପୁରସ୍ଥ ପିସିଏମ କଲ୍ୟାଣ ଭବନ ପରିସରରେ ସ୍ୱାବଲମ୍ବି ଭାରତ ସମାଜର ଯୁବବର୍ଗ ତଥା ବେକାର ଲୋକଙ୍କୁ ସ୍ବାବଲମ୍ବି କରିବା ସ୍ବାବଲମ୍ବି ର ଅର୍ଥ ଅନ୍ୟ ଉପରେ ନିର୍ଭର ନ କରି ନିଜେ କୌଣସି ଉଦ୍ୟାେଗ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଲୋକଙ୍କୁ ରୋଜଗାର ଯୋଗାଇ ଆତ୍ମନିର୍ଭରଶୀଳ କରିବା । ଏବେ ଦଶ କୋଟିରୁ ଉର୍ଦ୍ଦ ବିଭିନ୍ନ ବୈଷୟିକ ଶିକ୍ଷାା କରି ବେକାର ହେଉଛନ୍ତି ।ସରକାର ସମସ୍ତଙ୍କୁ କର୍ମ ଯୋଗାଇ ଦେବା ଅସମ୍ଭବ । ଏଣୁ ଶିକ୍ଷିତ ବେକାର ଯୁବକ ଯୁବତୀ ଙ୍କୁ ବିଭିନ୍ନ ଶିଳ୍ପ,ଚାଷ ଓ କୁଟୀର ଶିଳ୍ପରେ ନିୟୋଜିତ କରି ପାରିଲେ ଦେଶ ସ୍ବାବଲମ୍ବୀ ହେବା ସହ ସମାଜରେ ଆର୍ଥିକ ସ୍ବଛଳତାରେ ବିକଶିତ ହେବ ଏବଂ ଦେଶ ଆର୍ଥିକ ମହାଶକ୍ତି ରେ ପ୍ରତିଷ୍ଠିତ ହୋଇପାରିବ ।ଏହି ସ୍ବାଭିମାନ ଭାରତ ଉପରେ ଏକ ସାଧାରଣ ବୈଠକ ରାଇରଂଗପୁରସ୍ତ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି ।ଏଥିରେ ମୁଖ୍ୟ ପ୍ରବକ୍ତା ଭାବେ ଶାରଦା ପ୍ରସାଦ ତ୍ରିପାଠୀ,ମୁଖ୍ୟ ଅତିଥ ବିଜେପି ରାଜ୍ୟ ସଂପାଦକ ନବୀନ ରାମ,ପୂର୍ବ ଓ ପଶ୍ଚିମ ଜିଲ୍ଲା ସଂଯୋଜକ ସତ୍ୟ ନାରାୟଣ ମିଶ୍ର ଏବଂ ବଂଶୀଧର ଦାସ ଯୋଗ ଦେଇ ସ୍ବାବିମାନ ଭାରତ ସଂପର୍କରେ ସମ୍ୟକ୍ ବକ୍ତବ୍ୟ ଦେଇଥିଲେ ା ବରୁଣ ଦେ ମଂଚ ପରିଚାଳନା କରିଥିବା ବେଳେ ଗୁରୁଚରଣ ହେମ୍ବ୍ରମ୍ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ବୈଠକରେ ଗୋପାଳ ସିଂ ଏବଂ, ବସନ୍ତ ମଣ୍ଡଳ ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦିଲ୍ଲୀପ ସାହୁ, ରବି ନାରାୟଣ ମୋଦକ,ଗୋପାଳ ସିଂ ନିଜ ନିଜର ମନ୍ତବ୍ୟ ଦେଇଥିଲେ ା ଏହି କାଯ୍ୟକ୍ରମରେ ବିଭିନ୍ନ ବ୍ଲକ୍ ରୁ ଲୋକମାନେ ଆସି ସ୍ବାଭିମାନ ଭାରତ କର୍ମଶାଳାକୁ ସଫଳ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଭିଜା ମାଟିର ବାସ୍ନା

Sunil Chandra Nayak

ମମତା ଶତପଥୀ ଙ୍କ କବିତା ବିରଳ ପ୍ରେମ

Sunil Chandra Nayak

ଆଦିବାସୀଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସଵ ପାଳିଲେ ଖଇରା ବ୍ଲକର ବିଜେପି ନେତା ଓ କର୍ମୀ 

Sunil Chandra Nayak

Leave a Comment

error: Content is protected !!