ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ଯ ସରକାରଙ୍କ ଅର୍ଥ ବିଭାଗ ନିର୍ଦ୍ଦେଶରେ ଭବାନୀପାଟଣା ବ୍ଳକ ସଭା ଗୃହରେ ଏକ ସଚେତନ କାର୍ଯ୍ଯକ୍ରମ

ଭବାନୀପାଟଣା:୨୬/୫- ମ.ନି.ସ:– ଭବାନୀପାଟଣା ବ୍ଳକ ସଭାଗୃହ ଠାରେ ରାଜ୍ଯ ସରକାରଙ୍କ ଅର୍ଥ ବିଭାଗ ନିର୍ଦ୍ଦେଶ କ୍ରମେ ୨୬/୫/୨୦୨୨ ତାରିଖ ଦିନ ଶ୍ରୀ ବିବେକାନନ୍ଦ ମହାନନ୍ଦ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଓ ଅର୍ନ୍ତଭୁକ୍ତିକରଣ ଅଧିକାରୀ ଙ୍କ ସଭାପତିତ୍ୱରେ ଅର୍ଥନୈତିକ ଅର୍ନ୍ତଭୁକ୍ତିକରଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ଶ୍ରୀ ସୁଶାନ୍ତ କୁମାର ପଟେଲ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ଡାକ ବିଭାଗ ଅଧିକ୍ଷକ,ଏଲ,ଡି,ଏମ ଶ୍ରୀଯୁକ୍ତ ସିଂ, ଓଏଲଏମ୍ ବିଭାଗର ଡି,ପି,ଏମ, ଜିଲ୍ଲା ଟ୍ରେଜେରୀ ଅଧିକାରୀ, ଇଣ୍ତିଆନ ପୋଷ୍ଟାଲ ବ୍ଯାଙ୍କର ଇନସ୍ପେକ୍ଟର ଯୋଗ ଦେଇଥିବା ବେଳେ ମୂଖ୍ଯ ବକ୍ତା ଭାବେ ଡି,ଏ,ଭି କଲେଜର ଅବସର ପ୍ରାପ୍ତ ପ୍ରିନ୍ସିପାଲ ଶ୍ରୀଯୁକ୍ତ ଶିବ ପ୍ରସାଦ ବେହେରା ଯୋଗଦେଇଥିଲେ। ବ୍ଳକର ସ୍ବଂୟ ସହାୟକ ଗୋଷ୍ଠୀ, ପେନସନ,କୃଷକ, ଓ ସ୍ବଳ୍ପ ସଞ୍ଚୟ ଏଜେଣ୍ଟ ମାନେ ଏହି ସଚେତନତା କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ସ୍ବଳ୍ପ ସଞ୍ଚୟ ଯୋଜନା ଯେମିତି ସୂଚାରୁ ରୂପେ ଗ୍ରାମାଞ୍ଚଳରେ ପହଞ୍ଚି ପାରିବ ଯାହାଫଳରେ ସାଧାରଣ ଜନତା ଚିଟ୍ ଫଣ୍ଡ  ସଂସ୍ଥାରେ ବିନିଯୋଗ ରୁ ନିବୃତ୍ତ ରହିବାକୁ ଗୁରୁତ୍ୱ ଦିଆଯାଇଥିଲା। ମୂଖ୍ଯ ଅତିଥି ତାଙ୍କ ବ୍ଯକ୍ତବ୍ଯରେ କହିଥିଲେ ଯେ,ଏହି ସଚେତନତା କାର୍ଯ୍ଯକ୍ରମ ଗ୍ରାମାଞ୍ଚଳରେ ଅନୁଷ୍ଠିତ ହେବ ସେନେଇ ଏକ ପ୍ଳାନ ତିଆରି କରିବାକୁ ପଡିବ। ଡାକ ବିଭାଗ ଅଧିକ୍ଷକ ପୋଷ୍ଟାଲ ବିଭାଗର ବିଭିନ୍ନ ଯୋଜନା ଓ ବୀମା ଉପରେ ବୁଝାଇଥିଲେ। ଏଲ,ଡି,ଏମ୍ ବ୍ଯାଙ୍କିଙ୍କ୍ ସେକ୍ଟର ର ଲାଭ କିପରି ସାଧାରଣ ଲୋକ ଉଠାଇପାରିବେ ତାହା ଉପରେ ଗୁରୁତ୍ୱ ଦେଇଥିଲେ। ମୂଖ୍ଯ ବକ୍ତା ସଚେତନତା ଓ ସତର୍କତା ଜୀବନର ମାନ ଦଣ୍ତ ହେବାପାଇଁ ଆହ୍ବାନ ଦେଇଥିଲେ। ଜିଲ୍ଲା ସ୍ବଳ୍ପ ସଞ୍ଚୟ ଓ ଅର୍ଥନୈତିକ ଅର୍ନ୍ତଭୁକ୍ତି କରଣ ଅଧିକାରୀ ଆଗାମୀ ଦିନରେ ସ୍କୁଲ, କଲେଜ, ଗ୍ରାମପଞ୍ଚାୟତରେ ଏଭଳି ସଚେତନତା କାର୍ଯ୍ଯକ୍ରମର ଏକ କ୍ଯାଲେଣ୍ତର ତିଆରି କରାଯାଇ ଲୋକଙ୍କ ପାଖକୁ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ଯ କରାଯାଇଥିବା ପ୍ରକାଶ କରିଥିଲେ। ଗତ ବର୍ଷ ଜିଲ୍ଲା ସ୍ବଳ୍ପ ସଞ୍ଚୟରେ ଧାର୍ଯ୍ଯ ୭୫ କୋଟି ଟଙ୍କାରୁ ୯୭ କୋଟି ଟଙ୍କା ଲକ୍ଷ୍ୟ ହାସଲ କରିଥିବା ପ୍ରକାଶ କରିଥିଲେ। ଶ୍ରୀ ମହାନନ୍ଦ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ।

 

 

Related posts

ପେନସନଭୋଗୀଙ୍କ ବାର୍ଷିକ ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

Sunil Chandra Nayak

ଭାରତୀୟ ନବବର୍ଷ ଚେତନା ଜାଗରଣରେ ସଂସ୍କାର ଭାରତୀ ପରିବାର

Sunil Chandra Nayak

Leave a Comment

error: Content is protected !!