ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀନିବାସ ପଣ୍ଡା ଙ୍କ ଗଳ୍ପ ଝିଅ ନୁହେଁ ସେ ହୀରାଟିଏ

ଝିଅ ନୁହେଁ ସେ ହୀରାଟିଏ

       

ଗୋଟିଏ ଗାଁରେ ଝିଅଟିଏ ଥିଲା । ନାମ ତାର ଅମୃତା ।ସେ ଭାରି ଦୟାଳୁ ଓ ପରୋପକାରୀ ।ତା’ର ଏହି ଭଲ ଗୁଣ ଯୋଗୁଁ ସମସ୍ତେ ଝିଅଟିକୁ ସ୍ନେହ ଆଦର କରନ୍ତି ।ଭଲ ପାଠ ପଢେ । ପ୍ରତ୍ୟେକ ପରୀକ୍ଷାରେ କୃତିତ୍ୱର ସହ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ କରେ।ପିଲାବେଳୁ ବାପା ତାର ମୃତ୍ୟୁ ବରଣ କରିଥିଲେ ।ଝିଅଟି ନିଜର ଲକ୍ଷ୍ୟ ପୂରଣ ପାଇଁ ବି.ଏସସି ଉତ୍ତୀର୍ଣ୍ଣ ପରେ ଡାକ୍ତରୀ ପାଠ ପଢିଲା।ଡ଼ାକ୍ତରୀ ପରୀକ୍ଷା ରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଲା ।ତା’ର ସଫଳତା ଜିଲ୍ଲା ବ୍ଳକ ଓ ଗ୍ରାମରେ ପ୍ରଶଂସା ର ସୁଅ ଛୁଟିଲା ।ସେ ଗ୍ରାମ ଡାକ୍ତର ଖାନାରେ ଡାକ୍ତର ହୋଇ ନିଯୁକ୍ତି ପାଇଲା ।ସେ ନିଯୁକ୍ତି ପାଇଲାପରେ ସମସ୍ତ ଗ୍ରାମବାସୀ ଙ୍କୁ ସ୍ଵାସ୍ଥ୍ୟ ସଚେତନ ବାର୍ତ୍ତା ଦେଇ ସ୍ଵାସ୍ଥ୍ୟ ସେବା ଯୋଗାଇଲା । ପରିବେଶ ସଫାସୁତୁରା ବିଶୁଦ୍ଧ ଖାଦ୍ୟ ଖାଇବା, ବିଶୁଦ୍ଧ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଲା । ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ସଭିଙ୍କର ପ୍ରିୟ ପାତ୍ର ହୋଇ ପାରିଲା । ଆଖପାଖ ଗାଁ ର ଲୋକେ ମଧ୍ୟ ସଫଳ ଉତ୍ତମ ଚିକିତ୍ସା ପାଇଁ ଅମୃତା ରହିଥିବା ଡାକ୍ତର ଖାନାକୁ ଆସିଲେ ।

 ଅମୃତା କେବଳ ଡାକ୍ତର ଖାନାରେ ରୋଗୀ ସେବାରେ ସୀମିତ ନଥିଲା ସେ ଘରେ ଏକ ଘରୋଇ କ୍ଳିନିକଟିଏ କରି ବିନା ପଇସାରେ ରୋଗମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଲା ।ସେ ସେହି ଗ୍ରାମରେ ଶିକ୍ଷାର ଉନ୍ନତି ପାଇଁ ବିଦ୍ୟାଳୟଟିଏ ପ୍ରତିଷ୍ଠା କଲା ।ସେହି ବିଦ୍ୟାଳୟରେ ଗ୍ରାମର କେତେ ଜଣ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି କରି ପିଲାଙ୍କୁ ଶିକ୍ଷା ଦାନ ଯୋଗାଇଲା । ଗ୍ରାମର ଗମନା ଗମନ ର ଉନ୍ନତି ସକାଶେ ରାସ୍ତା ଘାଟ ମରାମତି ପାଇଁ ନିଜ ଦରମାରୁ କିଛି ଅର୍ଥ ଦାନ କଲା । ଗରିବ ଦରିଦ୍ର ନିଃସହାୟ ଙ୍କୁ ଖାଇବା ପାଇଁ ଗ୍ରାମରେ ଅମୃତା ଭୋଜନାଳୟ ଖୋଲିଲା । ନିଜ ଦରମାର ଅଧା ଅର୍ଥ ଏହି ଭୋଜନାଳୟ ରେ ଖର୍ଚ୍ଚ କଲା ।ଦିନକୁ ଦିନ ଅମୃତାର _ସୁନାମ_ ଚାରିଆଡେ ପ୍ରସାରିତ ହେଲା‌ ।କୈ।ଣସି କାରଣରୁ ଯଦି ଡାକ୍ତରଖାନାରେ ଡାକ୍ତର ଅମୃତ। ଅନୁପସ୍ଥିତି ଥାଆନ୍ତି ତେବେ ଗ୍ରାମବାସୀମାନେ ଦୁଃଖ ରେ କାନ୍ଦି ପକାନ୍ତି ।ଦିନେ ସେହି ଗ୍ରାମରେ ଡାକ୍ତରଖାନା ର ନୂତନ କୋଠା ତିଆରି ପାଇଁ ସରକାର ୮୦ଲକ୍ଷ ଟଙ୍କା ମଞ୍ଜୁର କରିଥାନ୍ତି ।ସେହି ଡାକ୍ତରଖାନା କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ।ରୋଗୀ ରହିବା ପାଇଁ କୋଡିଏ ଟି ରୁମ୍ ସହ ୪୦ଟି ବେଡ୍ ରହିଲା ।ତେବେ କେତେକ ଘୃଣ୍ୟ ରାଜନେତା ଓ କୋଠା ନିର୍ମାଣ ରେ ସଂପୃକ୍ତ ଥିବା ଅଧିକାରୀ ଅମୃତା କୁ ବୁଝାଇ କହିଲେ ୮୦ ଲକ୍ଷ ଟଙ୍କା କୋଠାରେ ବ୍ୟୟ ହୋଇଛି ବିଲରେ ଦସ୍ତଖତ କରିବା ପାଇଁ ।କିନ୍ତୁ ଅମୃତ।ପ୍ରକୃତରେ କୋଠା ନିର୍ମାଣ ରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବା ଜାଣିଥିଲେ ।ଏଣୁ ସେ ବ୍ୟୟ ବିଲରେ ଦସ୍ତଖତ କରିନଥିଲେ ।ଫଳରେ ଘୃଣ୍ୟ ରାଜନେତାଙ୍କ ଠାରେ ଅପ୍ରିୟ ହେଲେ । ଦସ୍ତଖତ ନକରିବାରୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କହି ଡାକ୍ତର ଅମୃତା କୁ ମାଲକାନଗିରି ଜିଲ୍ଲା କୁ ବଦଳି କଲେ । କିନ୍ତୁ ଅମୃତ। ନିଜର ବଦଳି ଖବର ଶୁଣି ଦୁଃଖିତ ନଥିଲେ ।ସେ ମାଲକାନଗିରି ଜିଲ୍ଲାକୁ ଯିବା ପାଇଁ ତତ୍ପର ହେଲେ ।ଦୁଇ ଦିନ ଅମୃତ। ଡ଼ାକ୍ତରଖାନାରେ ଅନୁପସ୍ଥିତ ରହିବାରୁ ଗ୍ରାମର ସମସ୍ତ ଲୋକ ଦୁଃଖରେ ମ୍ରିୟମାଣ ହୋଇ ପଡିଲେ ।କେତେକ ଘୃଣ୍ୟ ରାଜନେତାଙ୍କ ଆକ୍ରୋଶର ଶିକାର ହେବା ବଦଳିର କାରଣ ଜାଣିଲେ ।ସମସ୍ତେ ଦୁଃଖରେ କାନ୍ଦିଲେ ।ସତ୍ୟ କେବେ ଲୁଚି ରହେନା।ଗ୍ରାମର  ଓ ଆଖପାଖ ଗାଁ ର ସମସ୍ତ ଲୋକମାନେ ଡ଼ାକ୍ତରଙ୍କୁ ନବଦଳି କରିବା ପାଇଁ ଦସ୍ତଖତ ଖରି ଜିଲ୍ଲାପାଳ ଓ ସ୍ଵାସ୍ଥ୍ୟ ଅଧିକାରୀ ଙ୍କୁ ଯାଇ ଜଣାଇଲେ ।ଫଳରେ ତାଙ୍କର ବଦଳି ବାତିଲ ହେଲା । ପୂର୍ବ ପରି ସେ ଅଧିକ ଆଦର ଓ ପ୍ରଶଂସା ପାଇ ସମସ୍ତଙ୍କର ମନକୁ ଜିଣି ପାରିଥିଲେ ।ସମସ୍ତେ କୁହାକୁହି ହେଲେ ଆମ ଅମୃତା ଦିଦି ଜଣେ ସାଧାରଣ ଝିଅ ନଥିଲେ ।ସେ ସାକ୍ଷାତ ଥିଲେ ହୀରାଟିଏ ।ସେ ଦେବଦୂତ ରୂପରେ ଡାକ୍ତର ହୋଇ ଆମକୁ ସେବା ଦେବା ପାଇଁ ଭଗବାନ ପ୍ରେରଣ କରିଛନ୍ତି ।

ଶ୍ରୀନିବାସ ପଣ୍ଡା, ଗଞ୍ଜାମ 

Related posts

ଭବାନୀପାଟଣା ବିଜେପି ମଣ୍ତଳ କାର୍ଯ୍ଯକାରିଣୀ ବୈଠକ

Sunil Chandra Nayak

ନବ ନିର୍ବାଚିତ ବ୍ଳକ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଗଭର୍ଣିଂ ବଡି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!