ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦରଦାମ ବୃଦ୍ଧିକୁ ନେଇ ନର୍ଲା କଂଗ୍ରେସ ଦଳର ହାଲ୍ଳlବୋଲ କାର୍ଯ୍ୟକ୍ରମ

ନର୍ଲା -: ଦରଦାମ ବୃଦ୍ଧିକୁ ନେଇ ନର୍ଲା କଂଗ୍ରେସ ଦଳର ହାଲ୍ଳlବୋଲ କାର୍ଯ୍ୟକ୍ରମ ନର୍ଲା ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ କଳାହାଣ୍ଡି ପର୍ଯ୍ୟବେକ୍ଷକ ଶ୍ରୀ ଡମ୍ବରୁ ଛତ୍ରିଆ, ଜିଲ୍ଲା ସଭାପତି ଭାରତ ବେମାଲ, ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ କଳାହାଣ୍ଡି ସଂଯୋଜକ ସରୋଜ ବାଗ, ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ଦେବାଶିଷ କୁମାର, ଯୁବକଂଗ୍ରେସ ବ୍ଲକ ସଭାପତି ଦିପୁ ପାତ୍ର, ବ୍ଲକ ଉପସଭାପତି ସୁଦାମ ପଧାନ ଓ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l କେନ୍ଦ୍ର ସରକାର ଙ୍କ ଅହେତୁକ ଦରଦାମ ବୃଦ୍ଧି ଗରିବ ମଧ୍ୟବିତ୍ତ ଙ୍କ ମୁଣ୍ଡବ୍ୟଥାର କାରଣ ସାଜିଲାଣି l ସେହିପରି ଗ୍ୟାସ, ପେଟ୍ରୋଲ, ଡିଜେଲ, ଖାଉଟି ସାମଗ୍ରୀ ଯଥା ତେଲ, ଲୁଣ, ଡାଲି, ଚାଉଳ, ବିସ୍କୁଟ,ଭଳି ସାମଗ୍ରୀ ପନିପରିବା ଇତ୍ୟାଦି ର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ଅଡୁଆରେ ପକାଇଲାଣି l ଚୂଡ଼ା, ମୁଢି,ଅଟା, ଗୁଡା, ଉଖୁଡା, ଦହି,ପନିର ଓ ସ୍କୁଲ ପିଲାଙ୍କ ପେନସିଲ, କଟର, ଖାତା ଉପରେ ସରକାର ଟେକ୍ସ ଲଗାଇବା ବୋଝ ଉପରେ ନଳିତାବିଡା ସଦୃଶ ବୋଲି ଉପସ୍ଥିତ ନେତା ମାନେ ମତ ବ୍ୟକ୍ତ କରିଥିଲେ ।

କିଶନ ଶର୍ମା ଙ୍କ ସହ ପ୍ରଦୀପ କୁମାର ଗଉଡ ଙ୍କ ରିପୋର୍ଟ 

Related posts

କବିତା – ହେ ମହାବାହୁ

Sunil Chandra Nayak

ପର୍ଲା ଠାରେ ଏସ ଟି , ଏସ୍ ସି , ଓ ବି ସି ବୁଦ୍ଧିଜୀବି ସମ୍ବିଳନି ଓ କର୍ମକର୍ତ୍ତା ଚୟନ

ବିଦ୍ୟାଳୟରେ ବିଦାୟ କାଳୀନ ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!