ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃଷକ ଉତ୍ପାଦକ କମ୍ପାନୀ ସଚେତନତା କର୍ମଶାଳା 

ମ.ରାମପୁର,୦୧/୧୧(ମସୀହା): ସ୍ଥାନୀୟ ମହାଶକ୍ତି ଫାଉଣ୍ଡେସନ ତରଫରୁ କେନ୍ଦ୍ର ସରକାର ଓ ନାବାର୍ଡ ସହାୟତା ରେ ମ. ରାମପୁର ଓ ନର୍ଲା ବ୍ଲକ୍ ର ୪୭ ଜଣ ସଫଳ ଚାଷୀ ଙ୍କୁ ନେଇ ମହାଶକ୍ତି ଫାଉଣ୍ଡେସନ ର ସଭା ଗୃହ ରେ କୃଷକ ଉତ୍ପାଦକ କମ୍ପାନୀ ଗଠନ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ତଥା କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ପ୍ରଥମେ ଉପସ୍ଥିତ ଚାଷୀ ମାନଙ୍କୁ ସ୍ଵାଗତ ଜଣାଇ କର୍ମଶାଳା ର ଉଦ୍ଧେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥଲେ l ଶ୍ରୀକାନ୍ତ ହୋତା କୃଷକ ଉତ୍ପାଦକ କମ୍ପାନୀ ( FPO) ଗଠନ ର ଆବଶ୍ୟକତା ବିଷୟ ରେ ସୂଚନା ଦେଇଥିଲେ। ମହାଶକ୍ତି ଫାଉଣ୍ଡେସନ ର କାର୍ଯ୍ୟକ୍ରମ ପରିଚାଳକ ହୃଷୀକେଶ ସାହୁ FPO ର କାର୍ଯ୍ୟକାରିତା ଓ ଗଠନ ପ୍ରଣାଳୀ ଉପରେ ପୁଙ୍ଖାନୁ ପୁଙ୍ଖ ଭାବେ ବିଭିନ୍ନ ଉଦାହରଣ ଓ ଭିଡ଼ିଓ ମାଧ୍ୟମ ରେ ଅବଗତ କରିଥିଲେ। ଉପସ୍ଥିତ ପ୍ରତ୍ୟେକ ଚାଷୀ ଆଲୋଚନା ଚକ୍ର ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମ.ରାମପୁର ଓ ନର୍ଲା ବ୍ଲକ ପାଇଁ ୨ ଗୋଟି କୃଷକ ଉତ୍ପାଦକ କମ୍ପାନୀ ଗଠନ କରାଯିବା ପାଇଁ ସ୍ଥିରୀକୃତ ହେଇଥିଲା। ମ. ରାମପୁର ବ୍ଲକ ର ଉଦ୍ୟାନ କୃଷି ବିଭାଗ ର ଶିଶିର ସାହୁ ଓ ଅବସର ପ୍ରାପ୍ତ କୃଷି ଅଧିକାରୀ ବୃନ୍ଦାବନ ନାଗ କୃଷି ଓ କୃଷକ ର ବିକାଶ ପାଇଁ ସରକାରୀ ଯୋଜନା ଓ FPO ର ଆବଶ୍ୟକତା ବିଷୟ ରେ ସୂଚନା ଦେଇଥିଲେ। ଶେଷରେ କୋଷାଧ୍ୟକ୍ଷ ଶ୍ରୀ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଅନୁଷ୍ଠାନ ର ଦେବେନ୍ଦ୍ର ମିଶ୍ର, ଜ୍ୟୋତିଷ ନାୟକ, ନମିତା ପୁଝାରୀ ,ବଂଶୀଧର ରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ୱାରାଂଚିତି ପ୍ରବର୍ତ୍ତକ ଗୁରୁ ଲାକୋ ବୋଦ୍ରାଙ୍କ ଜୟନ୍ତୀ ପାଳିତ

Sunil Chandra Nayak

କମ୍ବିଂ ବେଳେ ମାଓକ୍ୟାମ୍ପ ରୁ ପୋଲିସ ଜବତ କଲା ମାଓବାଦୀ ବ୍ୟବହୃତ ବିଭିନ୍ନ ମାଓ ସାମଗ୍ରୀ

Sunil Chandra Nayak

ଚକଡ଼ା ରୋଗପୋକ ରେ କ୍ଷତିଗ୍ରସ୍ତ ଚାଷୀ ତହସିଲଦାର ଓ କୃଷି ଅଧିକାରୀଙ୍କୁ ଭେଟି କ୍ଷତିପୂରଣ ପାଇଁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!