ଧର୍ମଗଡ:୦୧/୧୧/୨୨: ଆଜି ଧର୍ମଗଡ ରେ ପହଞ୍ଚିଲା ପ୍ରମେୟ – ନିଉଜ ସେଭେନ ର ଓଜସ୍ୱିନୀ ଭୋଟିଂ ରଥ l ଓଜସ୍ୱିନୀ ରଥ କୁ ଧର୍ମଗଡ ଚାରିଛକ ରେ ସ୍ୱାଗତ କରିବା ପରେ ଲୋକ ମାନେ ଉତ୍ସାହର ସହିତ ନିଜ ପସନ୍ଦର ଓଜସ୍ୱିନୀ ଙ୍କୁ ବାଛିବା ପାଇଁ ଭୋଟିଙ୍ଗ କରି ଥିଲେ । ହୋଟେଲ ରୟାଲ ପେଲେଶ, ଚାରିଛକ ରେ ଭୋଟିଂ ପରେ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ କୁ ରଥ ଯାଇଥିଲା ସେଠାରେ ଉତ୍ସାହିତ ର ସହିତ ଶତାଧିକ ଛାତ୍ର ଛାତ୍ରୀ ଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଭୋଟିଙ୍ଗ କରି ଥିଲେ l ନିଜର ଇଛାଶକ୍ତି, ଆଦ୍ୟମ ଚେଷ୍ଟା ଏବଂ ସମାଜ ର ଦୁଷ୍ଟ ଶକ୍ତି ସହ ସଂଘର୍ଷ କରି ଶିଖର ଛୁଇଁ ଥିବା ଏବଂ ସମସ୍ତଙ୍କ ପାଇଁ ଉଦାହରଣ ତଥା ପ୍ରେରଣା ପାଲଟି ଥିବା ମହିଳା ମାନଙ୍କୁ ପ୍ରମେୟ ନିୟୁଜସେଭେନ ତରଫରୁ ଓଜସ୍ୱିନୀ ସମ୍ମାନ ରେ ସମ୍ମାନିତ କରୁଥିବା ରୁ ପ୍ରମେୟ ନିୟୁଜ ସେଭେନ କୁ ଅଞ୍ଚଳ ବାସି ଭୁରି ଭୁରି ପ୍ରଶଂସା କରିଥିଲେ । ପ୍ରମେୟ ର ଏହି କାର୍ଯ୍ୟକ୍ରମ ରୁ ଅନ୍ୟ ମହିଳା ମାନେ ମଧ୍ୟ ପ୍ରେରଣା ପାଇଁ ସମାଜ ସେବା କ୍ଷେତ୍ରରେ ଆଗେଇ ଆସିବେ ବୋଲି ସହର ବାସୀ କହିଛନ୍ତି l
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍