ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଥୀ ମାନଙ୍କ ସହିତ ଧର୍ମ ମାସରେ ଧାର୍ମିକ ପୀଠ ପରିଭ୍ରମଣ କରୁଛନ୍ତି ମୋ ଅନୁଷ୍ଠାନ ସମ୍ପାଦକ 

ବାଲେଶ୍ବର,୩୧/୧୦/୨୨- କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ପବିତ୍ର କାର୍ତ୍ତିକ ମାସରେ ବିଭିନ୍ନ ଧାର୍ମିକ ପୀଠ ପରିଭ୍ରମଣ କରି ଦେବାଦେବୀଙ୍କୁ ଦର୍ଶନ କଲେ ମନରେ ପବିତ୍ରତା ଓ ଆତ୍ମସନ୍ତୋଷ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏହି ଉପଲକ୍ଷେ ଗତ ତା ୨୬/୧୦/୨୦୨୨ରିଖ ବୁଧବାର ସାଙ୍ଗ ମାନଙ୍କ ସହିତ ଶ୍ରୀକ୍ଷେତ୍ର ନିବାସୀ ଜଗତରନାଥ ଶ୍ରୀଜଗନ୍ନାଥ ମହା ପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଯାଇ ପରଦିନ ଅର୍ଥାତ ତା ୨୭/୧୦/୨୦୨୨ ରିଖ ଗୁରୁବାର ଦିନ ମହପ୍ରଭୁଙ୍କୁ ଦର୍ଶନ କରିଥିଲେ ସାମ୍ବାଦିକ ତଥା ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ସାଥୀ ମାନଙ୍କ ମଧ୍ୟରେ ଲୋଚନ ରାଉତ(ସାମ୍ବାଦିକ), ସୁରେଶ ବେହେରା, ଦୁଷ୍ମନ୍ତ ମହାନ୍ତି, ତପନ ବୈଶାଖ ଏବଂ ରାଜେଶ ବାରିକ ସାମିଲ ଥିଲେ । ଦର୍ଶନ ପରେ ସାହିତ୍ୟ ସାଧିକା ମିନତୀ ମିଶ୍ର ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ସମେତ କେତେ ଜଣ ସାହିତ୍ୟ ସାଧକ ମାନଙ୍କ ସହିତ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏବଂ ଆସନ୍ତା ଡିସେମ୍ବର ମାସ ୨୫ ତାରିଖରେ ହେବାକୁ ଥିବା ୩ୟ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ । ପୁଣି ଆଜି ତା ୩୧/୧୦/୨୦୨୨ ରିଖ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢା ନିକଟରେ ଥିବା ମା ଗଡଚଣ୍ଡି ପୀଠକୁ ଯାଇ ମା’ ଙ୍କୁ ଦର୍ଶନ କରି ବିଶିଷ୍ଟ ସାରସ୍ବତ ସାଧିକା ତଥା ଶିକ୍ଷୟିତ୍ରୀ ମମତାମୟୀ ବିଶ୍ବକଲ୍ଯାଣୀ ରାଉତଙ୍କୁ ଭେଟି କିପରି ଓ କେଉଁ ଉପାୟରେ ସମାଜରେ ଗଦ୍ୟ ସାହିତ୍ୟର ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ସମ୍ପାଦକ ଶ୍ରୀ ବେହେରା । ସଙ୍ଗରେ ଥିଲେ ସାଥୀ କାହ୍ନୁ ଦାସ ।

    ପୁଣି ସେଠାରୁ ଦର୍ଶନ ସାରି ସାଥୀ କାହ୍ନୁ ଦାସଙ୍କ ସହିତ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଣିଜ ଠାରେ ଥିବା ବହୁ ପୁରାତନ ପ୍ରସିଦ୍ଧ ଅଣିଜ ମହାଦେବଙ୍କୁ ଦର୍ଶନ କରିଥିଲେ ସମ୍ପାଦକ ଶ୍ରୀ ବେହେରା । ଏଥିସହିତ ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ଅହରହ ପ୍ରଚେଷ୍ଟା ଜାରି ରଖିଥିବା ଶ୍ରୀ ବେହେରା ଶିକ୍ଷକ ତଥା ସାହିତ୍ୟ ସାଧକ ଅନ୍ତର୍ଯ୍ୟାମୀ ମଲ୍ଲିକ ଏବଂ ଅନ୍ୟ କେତେଜଣ ସାହିତ୍ୟ ସାଧକ ମାନଙ୍କୁ ଭେଟି ସାହିତ୍ୟ ସମ୍ବନ୍ଧୀୟ ଆଲୋଚନା କରିଥିଲେ । ଏବଂ ଆଗାମୀ ଡିସେମ୍ବର ମାସ ୨୫ ତାରିଖରେ ହେବାକୁ ଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ୩ୟ ବାର୍ଷିକ ଉତ୍ସବରେ ଯୋଗଦାନ ନିମନ୍ତେ ନିମନ୍ତ୍ରଣ ମଧ୍ୟ କରିଥିଲେ । ଏ ପ୍ରକ୍ରିୟା କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସମ୍ପାଦକ ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରଞ୍ଜିତା ପତି ଙ୍କ କବିତା ପ୍ରାରଵ୍ଧ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କବିତା ,ବନିତା ,ଲତା

Sunil Chandra Nayak

ସଫଳ ହେବାକୁ ଯାଉଛି ପ୍ରଶାସନର ଉଦ୍ୟମ 

Sunil Chandra Nayak

Leave a Comment

error: Content is protected !!