ବାଲେଶ୍ବର,୩୧/୧୦/୨୨- କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ପବିତ୍ର କାର୍ତ୍ତିକ ମାସରେ ବିଭିନ୍ନ ଧାର୍ମିକ ପୀଠ ପରିଭ୍ରମଣ କରି ଦେବାଦେବୀଙ୍କୁ ଦର୍ଶନ କଲେ ମନରେ ପବିତ୍ରତା ଓ ଆତ୍ମସନ୍ତୋଷ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏହି ଉପଲକ୍ଷେ ଗତ ତା ୨୬/୧୦/୨୦୨୨ରିଖ ବୁଧବାର ସାଙ୍ଗ ମାନଙ୍କ ସହିତ ଶ୍ରୀକ୍ଷେତ୍ର ନିବାସୀ ଜଗତରନାଥ ଶ୍ରୀଜଗନ୍ନାଥ ମହା ପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଯାଇ ପରଦିନ ଅର୍ଥାତ ତା ୨୭/୧୦/୨୦୨୨ ରିଖ ଗୁରୁବାର ଦିନ ମହପ୍ରଭୁଙ୍କୁ ଦର୍ଶନ କରିଥିଲେ ସାମ୍ବାଦିକ ତଥା ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ସାଥୀ ମାନଙ୍କ ମଧ୍ୟରେ ଲୋଚନ ରାଉତ(ସାମ୍ବାଦିକ), ସୁରେଶ ବେହେରା, ଦୁଷ୍ମନ୍ତ ମହାନ୍ତି, ତପନ ବୈଶାଖ ଏବଂ ରାଜେଶ ବାରିକ ସାମିଲ ଥିଲେ । ଦର୍ଶନ ପରେ ସାହିତ୍ୟ ସାଧିକା ମିନତୀ ମିଶ୍ର ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ସମେତ କେତେ ଜଣ ସାହିତ୍ୟ ସାଧକ ମାନଙ୍କ ସହିତ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏବଂ ଆସନ୍ତା ଡିସେମ୍ବର ମାସ ୨୫ ତାରିଖରେ ହେବାକୁ ଥିବା ୩ୟ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ । ପୁଣି ଆଜି ତା ୩୧/୧୦/୨୦୨୨ ରିଖ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢା ନିକଟରେ ଥିବା ମା ଗଡଚଣ୍ଡି ପୀଠକୁ ଯାଇ ମା’ ଙ୍କୁ ଦର୍ଶନ କରି ବିଶିଷ୍ଟ ସାରସ୍ବତ ସାଧିକା ତଥା ଶିକ୍ଷୟିତ୍ରୀ ମମତାମୟୀ ବିଶ୍ବକଲ୍ଯାଣୀ ରାଉତଙ୍କୁ ଭେଟି କିପରି ଓ କେଉଁ ଉପାୟରେ ସମାଜରେ ଗଦ୍ୟ ସାହିତ୍ୟର ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ସମ୍ପାଦକ ଶ୍ରୀ ବେହେରା । ସଙ୍ଗରେ ଥିଲେ ସାଥୀ କାହ୍ନୁ ଦାସ ।
ପୁଣି ସେଠାରୁ ଦର୍ଶନ ସାରି ସାଥୀ କାହ୍ନୁ ଦାସଙ୍କ ସହିତ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଣିଜ ଠାରେ ଥିବା ବହୁ ପୁରାତନ ପ୍ରସିଦ୍ଧ ଅଣିଜ ମହାଦେବଙ୍କୁ ଦର୍ଶନ କରିଥିଲେ ସମ୍ପାଦକ ଶ୍ରୀ ବେହେରା । ଏଥିସହିତ ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ଅହରହ ପ୍ରଚେଷ୍ଟା ଜାରି ରଖିଥିବା ଶ୍ରୀ ବେହେରା ଶିକ୍ଷକ ତଥା ସାହିତ୍ୟ ସାଧକ ଅନ୍ତର୍ଯ୍ୟାମୀ ମଲ୍ଲିକ ଏବଂ ଅନ୍ୟ କେତେଜଣ ସାହିତ୍ୟ ସାଧକ ମାନଙ୍କୁ ଭେଟି ସାହିତ୍ୟ ସମ୍ବନ୍ଧୀୟ ଆଲୋଚନା କରିଥିଲେ । ଏବଂ ଆଗାମୀ ଡିସେମ୍ବର ମାସ ୨୫ ତାରିଖରେ ହେବାକୁ ଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ୩ୟ ବାର୍ଷିକ ଉତ୍ସବରେ ଯୋଗଦାନ ନିମନ୍ତେ ନିମନ୍ତ୍ରଣ ମଧ୍ୟ କରିଥିଲେ । ଏ ପ୍ରକ୍ରିୟା କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସମ୍ପାଦକ ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ