ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ରେ ଆଠ ଦିନ ହେବ ପାନୀୟ ଜଳ ଯୋଗାଣ ଠପ୍ ।

ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମ ବାସୀ

ବସୁଧା ଯୋଜନା ଫେଲ୍

ଧର୍ମଗଡ:୨୭/୫/୨୨:  ପାରଦ ୪୩° କୁ ଡେଇଲାଣୀ । ପ୍ରବଳ ଗ୍ରୀଷ୍ମ ପ୍ରବାହଯୋଗୁ କୁଅଁ ପୋଖରୀ ସବୁ ଶୁଖିଲା ଅବସ୍ଥାକୁ ଆସିଗଲାଣି । ଜଳ କଷ୍ଠ ସାଙ୍ଗ କୁ ଲୋକେ ଅସହ୍ୟ ଗରମ ରେ ଘାଣ୍ଟି ହେଉଛନ୍ତି । ଠିକ ଏତିକି ବେଳେ ପାଇପ୍ ଯୋଗେ ଯୋଗାଣ ହେଉଥିବା ପାନୀୟ ଜଳ ଯୋଗାଣ ମଧ୍ୟ ବନ୍ଦ ହୋଇଯିବା ଲୋକ ଙ୍କୁ ଜଳ କଷ୍ଟ କୁ ଦ୍ଵିଗୁଣିତ କରୁଛି ।ଅଭିଯୋଗ ଅନୁଯାୟୀ ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମ ରେ ବସୁଧା ଯୋଜନା ରେ ଲକ୍ଷାଧିକ ଟଙ୍କା ବ୍ୟୟ ରେ ୨୦୧୬ ମସିହା ରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି । ଏଠା ରୁ ସ୍ଥାନୀୟ ଲୋକ ଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି । ଏଥି ପାଇଁ ଲୋକେ ମାସିକ ଶହେ ଟଙ୍କା ଲେଖାଏଁ ଫିଜ୍ ମଧ୍ଯ ଦେଉଛନ୍ତି । ତେବେ ଗତ ଏକ ସପ୍ତାହ ହେଲା ହଠାତ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଫଳ ରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ଅଧିକାରୀ ଙ୍କୁ ଜଣାଇଲେ ମଧ୍ଯ କୌଣସି ସୁଫଳ ମିଲୁନଥିବା ଲୋକେ ଅଭିଯୋଗ କରିଛନ୍ତି । କୁହା ଯାଉଛି ଯେ ନିକଟସ୍ତ ନଦୀ ରୁ ଜଳ ଯୋଗାଣ ପ୍ରକଳ୍ପ କୁ ପାଣି ଆସୁଥିବା ପାଇପ ଲାଇନ୍ ଫାଟି ଯାଇଥିବାରୁ ଜଳ ଯୋଗାଣ ବାଧା ପ୍ରାପ୍ତ ହେଉଛି । ତେବେ ସପ୍ତାହେ ରୁ ଅଧିକା ସମୟ ଅତିକ୍ରାନ୍ତ ହୋଇ ଥିଲେ ମଧ୍ଯ ପାଇପ ଲାଇନ୍ ମରାମତି ନ ହେବା ବିଭାଗୀୟ କାର୍ଯ୍ଯ ଶୈଳୀ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଖାଲି ସେତିକି ନୁହେଁ ପାନୀୟ ଜଳ ଯୋଗାଣ ଦାୟିତ୍ଵ ରେ ଥିବା ଏସଇଏମ ମଧ୍ୟ ପ୍ରକଳ୍ପ ଠିକ ଥିବା ସମୟ ରେ ମନ ଇଚ୍ଛା ଜଳ ଯୋଗାଣ କରୁଥିବା ନେଇ ଗ୍ରାମ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କ ରେ ଦାୟିତ୍ଵ ରେ ଥିବା କନିଷ୍ଠ ଯନ୍ତ୍ରୀ ଫଣିନ୍ଦ୍ର କୁମାର ଅର୍କ ଙ୍କୁ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ସେ ଫୋନ ଉଠାଇ ନ ଥିଲେ । ସହକାରୀ ଯନ୍ତ୍ରୀ ଅଙ୍କିତ ପ୍ରତୀକ ଟପୋ ଙ୍କୁ ଯୋଗା ଯୋଗ କରିବାରୁ ଦିନେ ଦୁଇଦିନ ମଧ୍ୟରେ ଏହାର ମରାମତି କରି ଦିଆ ଯିବ ବୋଲି କହିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ମହାଦେବ ଙ୍କୁ ଜଳ ଲାଗି କଲେ ମାରୱାଡ଼ି ମହିଳା ମଣ୍ଡଳ

Sunil Chandra Nayak

କଳାହାଣ୍ଡି ଜ଼ିଲ୍ଲା କଳାକାର ସଙ୍ଘ ତରଫରୁ ଡବ୍ଲୁ ଓ ଡି ସି ଅଧ୍ୟକ୍ଷ ଓ ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ଜର୍ଣ୍ଣାଲିଷ୍ଟ ଆସୋସିଏସନର ସ୍ବାଧୀନତା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!