ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ତହସିଲ ସମ୍ମୁଖରେ ସ୍ପିଡ୍ ବ୍ରେକର ନିର୍ମାଣ ପାଇଁ ଦାବୀ

କୋକସରା,୨୮ା୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ନଂ.୨୬ କୋକସରା ତହସିଲ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ସ୍ପିଡ୍ ବ୍ରେକର ନିର୍ମାଣ ପାଇ ଦାବୀ ହୋଇଛି । ବରଗଡ଼ ରୁ ବରିଗୁମ୍ମା କୁ ସଂଯୋଗ କରିଥିବା ୨୬ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ହଜାର ହଜାର ଯାନ ବାହାନ ଯିବା ଆସିବା କରୁଛି । ଏହି ରାସ୍ତା ସମ୍ମୁଖ ରାସ୍ତାରେ କୋକସରା ବ୍ଲକ କାର୍ଯ୍ୟାଳୟ ତହସିଲ, ବ୍ୟାଙ୍କ, ସ୍କୁଲ, କଲେଜ ସମେତ ଡାକଘର ଆଦି ସଂଯୋଗ ରହିଛି । ପ୍ରତିଦିନ ଛାତ୍ର ଛାତ୍ରୀ ମାନେ ସ୍କୁଲ, କଲେଜ ଓ ବିଭିନ୍ନ କାମ ପାଇଁ ସବୁବେଳେ ଏଠାରେ ଲୋକଙ୍କ ଭିଡ ଲାଗିଥାଏ । ଏହି ରାସ୍ତା ଉପରେ ଭାରି ଯାନ ବାହାନ ଚଳାଚଳ ସହ ଦ୍ରୁତଗତି ଯୋଗୁଁ ବିଗତ ଦିନରେ ଛୋଟ ବଡ ଦୁର୍ଘଟଣା ଘଟିଥିବା ନଜିର ରହିଛି । ଅନ୍ୟପଟେ ସ୍ପିଡ୍ ବ୍ରେକର ନଥିବା କାରଣରୁ ପ୍ରତି ମୁହୁର୍ତ୍ତରେ ଦୁର୍ଘଟଣା ଘଟିବାର ଆଂଶକା ରହିଛି । ତେବେ ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିକୁ ରଖି ଜାତୀୟ ରାଜପଥ ବିଭାଗ କୋକସରା କଲେଜ ଛକ, ତହସିଲ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ସ୍ପିଡ୍ ବ୍ରେକର ନିର୍ମାଣ କରିବା ପାଇଁ ଜନ ସାଧାରଣରେ ଦାବୀ ହୋଇଛି । ମ ନି ସ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ପାଳଭୂତ ସାଙ୍ଗେ କଥା

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ପରିଣତି

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ୧୪ ବର୍ଷ ତଳ ବର୍ଗରେ ରାଇରଙ୍ଗପୁରର ବଦ୍ରିପ୍ରସାଦ୨ୟ ଓ ମନିଷ ୪ର୍ଥ

Sunil Chandra Nayak

Leave a Comment

error: Content is protected !!