ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଜଙ୍ଗଲ ଓ ଜମିକୁ ବେସରକାରୀ ଲୋକଙ୍କ କବଜା ନେଇ ତହସିଲ ଘେରାଉ

 ଜୁନାଗଡ଼,୪/୮(ମ ନି ସ) ପ୍ରକୃତି ଓ ପରିବେଶ ସୁରକ୍ଷା ପାଇଁ ତେନ୍ତୁଳିପଡ଼ା ବାସୀ ଆଜି ତହସିଲ ଅଫିସ ଘେରାଉ କରି ସରକାରୀ ଜଙ୍ଗଲ ଓ ଜମିକୁ ବେସରକାରୀ ଲୋକଙ୍କ କବଜାରୁ ଉଦ୍ଧାର ଦାବୀକରିଛନ୍ତି।ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ବୁଢ଼ୀଦର ପଞ୍ଚାୟତର ତେନ୍ତୁଳିପଡ଼ା ଗ୍ରାମର ରୋଗବଲା ନାଳ ନିକଟ ପଡ଼ିଆରେ ଗତ ୨୦୦୭/୦୮ ମସିହାରେ ୨୦ ଏକର ଜମିରେ ବନ ବିଭାଗ ପକ୍ଷରୁ ସାବୁନ ଗଛ ସହିତ ବିଭିନ୍ନ ପ୍ରକାର ଗଛ ଲଗା ଯାଇଥିଲା । ବର୍ତ୍ତମାନ ଏହି ଗଛ ୧୫ ରୁ ୨୦ ଫୁଟ ଲମ୍ବ ହେଲାଣି । ହେଲେ ବାଙ୍କପଲାସ ଗ୍ରାମର ରାମଚନ୍ଦ୍ର ମାଝୀ ଓ ତେନ୍ତୁଳିପଡ଼ା ଗ୍ରାମର ଲମ୍ବୋଦର ଶବର ଦୁଇଜଣ ମିଶି ୨ ଏକର ଜାଗାରେ ଲାଗିଥିବା ମୂଲ୍ୟବାନ ଗଛ ଗୁଡିକୁ କାଟିବା ସହିତ ଜେସିବି ମେସିନ ଲଗାଇ ଜୋର ଜବରଦସ୍ତ ନୂତନ ଜମି ତିଆରି କରୁଛନ୍ତି । ଏନେଇ ଗତ ଜୁଲାଇ ୨୩ ତାରିଖରେ ଜୁନାଗଡ଼ ଥାନା ଅଧିକାରୀ ଓ ୨୫ ତାରିଖରେ ଜୁନାଗଡ଼ ରେଞ୍ଜର ଓ ତହସିଲଦାରଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏହି ଦୁଇଜଣଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ । ତେଣୁ ପ୍ରକୃତି ଓ ପରିବେଶ ସୁରକ୍ଷା ପାଇଁ ଆଜି ଜବରଦଖଲ ହୋଇଥିବା ୨ ଏକର ଜମିକୁ ଫେରାଇ ଆଣିବା ସହ ସେହି ସ୍ଥାନରେ ବୃକ୍ଷ ରୋପଣ କରାଯାଇ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା କରାଯିବା ସହିତ ୨ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ନେଇ ଆଜି ତେନ୍ତୁଳିପଡ଼ା ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସୁରକ୍ଷା କମିଟିର ପଦ୍ମଲୋଚନ ନାଏକ, ପ୍ରଦ୍ୟୁମ୍ନ ନାଏକ, ମାଧବ ବାଗ, ଓ ବିଭିନ୍ନ ସଙ୍ଗଠନର ବିଶ୍ୱନାଥ କର,ସୁରେଶ ମାଝୀ, ଦାମୋଦର ବେହେରା, ଅକ୍ଷୟ ମେହେର ପ୍ରମୁଖ ସାମିଲ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ 

Related posts

ରାଉରକେଲା ସ୍ପୋର୍ଟସଆସୋସିଏସନ୍ ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଉପଭୋକ୍ତା ଙ୍କୁ ଆଶ୍ୱସ୍ତି.. ଆଜି ଠାରୁ ହ୍ରାସ ପାଇଲା ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର

ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳା ଭଟ୍ଟା ଗ୍ରାମ ପଂଚାୟତ ଚାଉଳ ହଡ଼ପ ଘଟଣା:ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରରେ !

Sunil Chandra Nayak

Leave a Comment

error: Content is protected !!