ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆପଣଙ୍କ ପାଖରେ ପହଞ୍ଚିବ ଜୀ ସାର୍ଥକର ଏଲଇଡି ଭ୍ୟାନ – ଭିନ୍ନ ଢ଼ଙ୍ଗର ପ୍ରଚାର ଅଭିଯାନ 

ଭୁବନେଶ୍ୱର : ନୂଆ ଥିମର ପ୍ରସାର ପାଇଁ ଜୀ ସାର୍ଥକର ଏଲଇଡି ଭ୍ୟାନ ସମସ୍ତ ଜ଼ିଲ୍ଲାରେ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଆଜି ଠାରୁ ଏହାର ଶୁଭାରମ୍ଭ କରାଯାଇଛି । ଏହି ଭ୍ୟାନ ଓଡିଶାର ୩୦ଟି ଯାକ ଜିଲ୍ଲାର ବିଭିନ୍ନ ଗାଁ ଗହଳିକୁ ଯାଇ ଲୋକଙ୍କ ସହ ସମ୍ପର୍କକୁ ଆହୁରି ମଜଭୁତ କରିବ । ଜୀ ସାର୍ଥକର ସିରିୟଲ ଅଭିନେତ୍ରୀମାନଙ୍କ ଫଟୋସହ ବ୍ରାଣ୍ଡ ଫିଲ୍ମ ଭିଡ଼ିଓ ଏହି ଭ୍ୟାନରେ ସ୍ଥାନ ପାଇଛି । ଓଡିଆ ଦର୍ଶକଙ୍କ ସହ ଯୋଡି ହେବାକୁ ଏହା ଏକ ଭିନ୍ନ ପ୍ରୟାସ । ତେବେ ନିକଟରେ ଚ୍ୟାନେଲ ତରଫରୁ ନୂଆ ବ୍ରାଣ୍ଡ ପରିଚୟ ପ୍ରସ୍ତୁତ କରାଯାଇଛି । ଯାହାର ନାଁ ରହିଛି, ‘ନୂଆ କାହାଣୀ ନୂଆ ରଙ୍ଗରେ, ଅତୁଟ ସମ୍ପର୍କ ଆମ ସାଙ୍ଗରେ’.. ଏହି ଥିମ୍ ଓ ବ୍ରାଣ୍ଡ ଫିଲ୍ମ ପ୍ରମୋସନ ପାଇଁ ଏଲଇଡି ଭ୍ୟାନ ଓଡିଶାର ସମସ୍ତ ଜ଼ିଲ୍ଲାରେ ପ୍ରଚାର କରିବ । ଏହି ଟାବଲୋରେ ଲାଗିଥିବା ଏଲଇଡିରେ ଲୋକେ ଜୀ ସାର୍ଥକରେ ପ୍ରସାରିତ ସିରିୟଲ ଓ ଫିଲ୍ମର ପ୍ରମୋ ଦେଖିପାରିବେ । ନୂଆ ନୂଆ କାହାଣୀ ସହ ସିରିୟଲ ଏବଂ ସିନେମା ଓଡିଆ ଦର୍ଶକଙ୍କୁ ଭେଟି ଦେଉଛି ଜୀ ସାର୍ଥକ । ଝିଲି, ସର୍ବଜୀତା ଅନୁ,ବିଜୟିନୀ, ସୁନା ଝିଅ ଓ ଦିଦି ନମ୍ବର ୧ ଭଳି ସିରିୟଲ ଦର୍ଶକଙ୍କ ଦ୍ୱାରା ଆଦୃତି ପାଇଛି । ତେଣୁ ଏହି ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଓଡିଶାର ପୁର ପଲ୍ଲୀରେ ୨ଟି ଭ୍ୟାନ ପରିଭ୍ରମଣ କରିବ । ବିଭିନ୍ନ ଗେମ ସୋ ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରିବା ସହ ଜୀ ସାର୍ଥକର ବ୍ରାଣ୍ଡ ପ୍ରମୋସନ ଭିନ୍ନ ଢ଼ଙ୍ଗରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଜୀ ସାର୍ଥକ ପ୍ରତି ଦର୍ଶକଙ୍କ ଭଲପାଇବା ବଢ଼ି ଚାଲିଥିବା ବେଳେ ଏହି ବ୍ରାଣ୍ଡ ଭ୍ୟାନ ଆକ୍ଟିଭିଟି ପୁଣି ନୂଆ ଇତିହାସ ଲେଖିଛି ବୋଲି ମୁଖ୍ୟ ଚ୍ୟାନେଲ ଅଧିକାରୀ ପ୍ରତୀକ ସିଲ କହିଛନ୍ତି ।

ଭୁବନେଶ୍ୱର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ।

Related posts

ସର୍ବଭାରତୀୟ ଏନସିସି ଟ୍ରାଇବାଲ ଟ୍ରେକିଂ, ଅନାଲୋଚିତ ସ୍ଥାନ ଲୋକଲୋଚନକୁ ଆଣିବାକୁ ପ୍ରୟାସ

Sunil Chandra Nayak

ଦଳ ବିରୋଧୀ ପାଇଁ ଇଂ ରାମଚନ୍ଦ୍ର ହାଁସଦା ଙ୍କ ବିଦା ନେଇ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀଙ୍କ ଘୋଷଣା

Sunil Chandra Nayak

ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ କୁ ନେଇ ୟୁଟ୍ୟୁବର ଙ୍କ ନାମରେ ଥାନାରେ ଏତଲା

Sunil Chandra Nayak

Leave a Comment

error: Content is protected !!