Uncategorizedସାଧନା ପଣ୍ଡା ଙ୍କ କବିତା ବଡ ଦେଉଳିଆ ଠାକୁର by Sunil Chandra NayakJuly 17, 2022086 Share2 ବଡ ଦେଉଳିଆ ଠାକୁର ସାଧନା ପଣ୍ଡା ଧନ୍ୟ ବଡଦାଣ୍ଡ ଧନ୍ୟ ତାର ବାଲି ଧନ୍ୟ ତୋ ବଡ ଦେଉଳ ଯା’ର ପଦ ଶ୍ପର୍ସେ ପାବନ ହୁଅଇ ସେ ତ ଜଗତ ଠାକୁର । ଶ୍ରୀକ୍ଷେତ୍ରରେ ବସି ଲୀଳା ରଚାଉଛି ଧରି ଭାଇ ଭଉଣୀଙ୍କି ତାର ଭକତ ଜନଙ୍କ ମନ ମୋହୁଅଛି ଦେଖାଇ ରଙ୍ଗା ଅଧର । ଟେକି ବେନି ଭୁଜ ଜାଚଇ ଶରଣ ଲୀଳାମୟ କଳା ଠାକୁର ଅଗତିର ଗତି ଦିଅ ତୁ ମୁକତି ପରଂବ୍ରହ୍ମ ନିରାକାର । କରପତ୍ର ଯୋଡି କରୁଛି ଗୁହାରି ତୁହି ତ କ୍ଷମାର ସାଗର କ୍ଷମି ସବୁ ଦୋଷ ଡାକି ନିଅ ପାଶ ବିଷମ ଲାଗଇ ସଂସାର , କୃପଣ ନ ହୁଅ ଏଥର ହେ ବଡ ଦେଉଳିଆ ଠାକୁର ! ସାଧନା ପଣ୍ଡା ଭୁବନେଶ୍ବର