ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଏମ୍‌ଶ୍ରୀ ସ୍କୁଲ୍‌’ ନାମରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବେ କେନ୍ଦ୍ର ସରକାର: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭବିଷ୍ୟତ ପାଇଁ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତି କରିବା ଏବଂ ନୂତନ ‘ଜାତୀୟ ଶିକ୍ଷା ନୀତି’ ନିମନ୍ତେ ପରୀକ୍ଷାଗାର ନିର୍ମାଣ କରିବା ପ୍ରଚେଷ୍ଟାରେ କେନ୍ଦ୍ର ସରକାର ‘ପିଏମ୍‌ଶ୍ରୀ ସ୍କୁଲ୍‌’ ସ୍ଥାପନ କରିବା ଲାଗି ଯୋଜନା କରୁଥିବା କଥା ଗୁରୁବାର ଦିନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଗୁଜରାଟରେ ଦୁଇଦିନିଆ ‘ଜାତୀୟ ଶିକ୍ଷାମନ୍ତ୍ରୀଙ୍କ ସମ୍ମିଳନୀ’ରେ ଉଦ୍‌ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ, ସ୍କୁଲ୍‌ ଶିକ୍ଷା ହେଉଛି ମୂଳଦୁଆ ଯାହା ଉପରେ ଭାରତ ଜ୍ଞାନଭିତ୍ତିକ ଅର୍ଥନୀତି ହୋଇପାରିବ। ସେଥିପାଇଁ ‘ଜାତୀୟ ଶିକ୍ଷା ନୀତି’ ହେଉଛି ଗୋଟାଏ ଜ୍ଞାନର ଦଲିଲ। ଏହାର ଲକ୍ଷ୍ୟ ହେଉଛି ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେଇ ଶିକ୍ଷାକୁ ସମସ୍ତଙ୍କ ପ୍ରତି ଉନ୍ମୁକ୍ତ କରିବା। ଏହି ପରିପ୍ରେକ୍ଷୀରେ ଆମେ ‘ପିଏମ୍‌ଶ୍ରୀ ସ୍କୁଲ୍‌’ ସ୍ଥାପନ କରିବା ପାଇଁ ପ୍ରକ୍ରିୟା ଚଳାଇଛୁ। ଭବିଷ୍ୟତ ପାଇଁ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତି କରିବାରେ ଏହି ସ୍କୁଲ୍‌ରେ ସମସ୍ତ ବ୍ୟବସ୍ଥା ରହିବ।

 ଆମେ ଆମର ନୂତନ ପିଢ଼ିକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଓ ଦକ୍ଷତାରୁ ବଞ୍ଚିତ କରିପାରିବା ନାହିଁ। ଏହି ଆଦର୍ଶ ବିଦ୍ୟାଳୟ ସଂକ୍ରାନ୍ତରେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ସମଗ୍ର ଶିକ୍ଷା ‘ଇକୋସିଷ୍ଟମ୍‌’ରୁ ମତାମତ ଓ ପ୍ରସ୍ତାବ ଲୋଡ଼ା ଯାଉଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।

ଏହି ସମ୍ମିଳନୀରେ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ଏବଂ ଇଲେକ୍ଟ୍ରୋନିକ୍‌ ଓ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣ ଦେବୀ ଓ ସୁଭାଷ ସର୍କାର୍‌, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷାମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସୁସ୍ମିତା

ଭେଜିଆ ଶିବ ମନ୍ଦିର ନିକଟରେ ଓଲଟିଲା ରୁନି ନାମକ ଯାତ୍ରୀ ବାହି ବସ,୪ରୁ ଅଧିକ ଆହତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ସାଇବର ଠକ, ସେ ପରା ଘାତକ

Sunil Chandra Nayak

Leave a Comment

error: Content is protected !!