ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶ୍ରାବଣୀ କନ୍ୟା

ଶ୍ରାବଣୀ କନ୍ୟା

ନଳିନୀ ପ୍ରଭା ମିଶ୍ର

ମେଘ ସବାରୀରେ ନବ ବଧୂ
  ସାଜି ଆସିଛି ଶ୍ରାବଣୀ କନ୍ୟା
ଶତ ଶିହରଣ ଆଣିଛି ତନୁରେ
  ଯୋୖବନ ଉଛୁଳା ବନ୍ୟା
କଳା ମେଘୀ ଶାଢ଼ୀ ପିନ୍ଧି ଅଛି
  ଭିଡ଼ି ଗଭାରେ ତା’ ମଲ୍ଲୀ କଢି
ମଣିଷ ମାଣିକ ର ଦୀପ୍ତି ବିଜୁଳି
  ରହିଛି ଦେହରେ ଜଡି
ଆଖିରେ ରହିଛି ଆଶା ଅସୁମାରି
  ରୂପ ଗୁଣରେ ଅନନ୍ୟ
ମେଘ ସବାରୀରେ————।
ଝର ଝର କରି ବର୍ଷାଇ ବାରି
  ଶୀତଳ କରୁଛି ମହୀ
ଉଛୁଳ ଇ ନ ଈ କୂଳ ଲଘିଂ ଚାଲେ
  ବାଧା କିଛି ନ ମାନ ଇ
ବିରହୀ ଅଗ୍ନି କୁ କରି ନିର୍ବାପିତ
  ତନୁ ମନ କରେ ତୃପ୍ତ
ଉଷର ମାଟିକୁ କରିଛି ସରସ
  ଆଣିଛି ସ ଉନ୍ଦର୍ଯ୍ୟ ଲୁପ୍ତ
ଚୂର୍ଣ୍ଣ କୁନ୍ତଳ ର ଚହଲା ଢେ଼ଉରେ
  ମନ ହୁଏ ଆନମନା
ମେଘ ସବାରୀରେ————।
କଣ୍ଠ ରୁ ଝରୁଛି ଅପୂର୍ବ ରାଗିଣୀ
  ମହ୍ଲାର ଭରା ଗୀତି
କାହା ଉପବନେ ହେବ ସେ
  ନାୟିକା ବଢାଇବ ତା’ର ପ୍ରୀତି
କେ ଅବା! କଳିବ ତା’ ମନ 
  ଗଭୀରତା ହୋଇବ ଋତୁରେ ଧନ୍ୟା
ମେଘ ସବାରୀରେ————–।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ଭୋଜି ଖାଇ ୧୧ଜଣ ଝାଡା ବାନ୍ତି ଆକ୍ରାନ୍ତ :ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

Sunil Chandra Nayak

ଏସବିଆଇ ଲାଇଫ ଇନସୁରାନ୍ସ ର ଲାଇଫ ମିତ୍ର ମହା ଭେଟଘାଟ

Sunil Chandra Nayak

ଵହଳଦାର ବିଶିଷ୍ଟ ଦୁଇ ଶିକ୍ଷାବିତଙ୍କ ବିଦାୟ କାଳୀନ ଉତ୍ସବ

Leave a Comment

error: Content is protected !!