ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶ୍ରାବଣୀ କନ୍ୟା

ଶ୍ରାବଣୀ କନ୍ୟା

ନଳିନୀ ପ୍ରଭା ମିଶ୍ର

ମେଘ ସବାରୀରେ ନବ ବଧୂ
  ସାଜି ଆସିଛି ଶ୍ରାବଣୀ କନ୍ୟା
ଶତ ଶିହରଣ ଆଣିଛି ତନୁରେ
  ଯୋୖବନ ଉଛୁଳା ବନ୍ୟା
କଳା ମେଘୀ ଶାଢ଼ୀ ପିନ୍ଧି ଅଛି
  ଭିଡ଼ି ଗଭାରେ ତା’ ମଲ୍ଲୀ କଢି
ମଣିଷ ମାଣିକ ର ଦୀପ୍ତି ବିଜୁଳି
  ରହିଛି ଦେହରେ ଜଡି
ଆଖିରେ ରହିଛି ଆଶା ଅସୁମାରି
  ରୂପ ଗୁଣରେ ଅନନ୍ୟ
ମେଘ ସବାରୀରେ————।
ଝର ଝର କରି ବର୍ଷାଇ ବାରି
  ଶୀତଳ କରୁଛି ମହୀ
ଉଛୁଳ ଇ ନ ଈ କୂଳ ଲଘିଂ ଚାଲେ
  ବାଧା କିଛି ନ ମାନ ଇ
ବିରହୀ ଅଗ୍ନି କୁ କରି ନିର୍ବାପିତ
  ତନୁ ମନ କରେ ତୃପ୍ତ
ଉଷର ମାଟିକୁ କରିଛି ସରସ
  ଆଣିଛି ସ ଉନ୍ଦର୍ଯ୍ୟ ଲୁପ୍ତ
ଚୂର୍ଣ୍ଣ କୁନ୍ତଳ ର ଚହଲା ଢେ଼ଉରେ
  ମନ ହୁଏ ଆନମନା
ମେଘ ସବାରୀରେ————।
କଣ୍ଠ ରୁ ଝରୁଛି ଅପୂର୍ବ ରାଗିଣୀ
  ମହ୍ଲାର ଭରା ଗୀତି
କାହା ଉପବନେ ହେବ ସେ
  ନାୟିକା ବଢାଇବ ତା’ର ପ୍ରୀତି
କେ ଅବା! କଳିବ ତା’ ମନ 
  ଗଭୀରତା ହୋଇବ ଋତୁରେ ଧନ୍ୟା
ମେଘ ସବାରୀରେ————–।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

କଳାହାଣ୍ଡି ଜିଲ୍ଲାରେ ଚାଲିଥିବା ପୌରପରିଷ ନିର୍ବାଚନର ଅପରାହ୍ନ ୪ଟା ସୁଦ୍ଧା ମତଦାନ

Sunil Chandra Nayak

ନୂଆପଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ଜାତୀୟ ସଡକ ନିରାପତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ରେ କୋକସରା ବ୍ଲକ ଓମ ଙ୍କ କମାଳ

Sunil Chandra Nayak

Leave a Comment

error: Content is protected !!