Uncategorizedପ୍ରଶାନ୍ତ କୁମାର ନାଥ ଙ୍କ କବିତା ଶ୍ରାବଣୀ by Sunil Chandra NayakJuly 17, 20220185 Share0 ଶ୍ରାବଣୀ ପ୍ରଶାନ୍ତ କୁମାର ନାଥ ଆସିଲେ ଶ୍ରାବଣୀ ହସଇ ଧରଣୀ ଭିଜା ଭିଜା ମହକରେ ମିଠା ଆଲିଙ୍ଗନେ କରଇ ଚୁମ୍ବନ ପ୍ରଣୟର ଅଭିସାରେ। ଉକୁଟି ଉଠଇ ଭିଜା ମାଟି ବାସ୍ନା ମାଟି ଅଗଣାର କୋଳେ ଆତ୍ମତୃପ୍ତି ପାଏ ପ୍ରିୟକୁ ପାଇଣ ଜୀଵନର ସାୟଂକାଳେ। ଲାଗଇ ରୋଷଣୀ ନଭଗର୍ଭେ ସାଜି ଆଲୋକ ଭରି ଚପଳା ଘଡଘଡି ମାରେ ଦୁନ୍ଦୁଭି ବଜାଇ ଆକାଶର ମେଘ ମାଳା। ଆଦ୍ୟ ଶଵଦରେ ଭିଜାଏ ମାଟିକୁ ପାଦରେ ନୂପୁର ବାନ୍ଧି ଟପଟପ ହେଇ ବରଷି ଯାଏ ସେ ନୂପୁର ନିକ୍ଵଣେ ଛନ୍ଦ। ଶୁଷ୍କ ବନ ଭୂମି ସିକ୍ତ ହୋଇ ଉଠେ ସବୁଜ ସୁନ୍ଦର ହେଇ ଶ୍ରାବଣୀ ଭରିଇ ଜୀଵନ ଆୟୁଷ ଵନ ଭୂମି ମଧ୍ୟେ ନେଇ। ହସିଲା ତଟନୀ ତଡାଗ ନିର୍ଝର ଶ୍ରାବଣୀର ଛୁଆଁ ପାଇ ନଵ ଯୌବନା ପରାଏ ଦିଶିଲେ ଉଛୁଳା ଦେହକୁ ନେଇ।। ପ୍ରଶାନ୍ତ କୁମାର ନାଥ ଜୁଣଗଡି (ରାଜନଗର) କେନ୍ଦ୍ରାପଡ଼ା