Uncategorizedକବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଭୟ ହେଲାଣି ମୋହର by Sunil Chandra NayakJuly 17, 20220215 Share0 ଭୟ ହେଲାଣି ମୋହର (ଗୀତି କବିତା) କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର କେତେ ବରଷିବୁ ଘର ଉଜାଡ଼ିବୁ ଲାଗୁଅଛି ତୋତେ ଡର, ମାଟି କାନ୍ଥ ମୋର ଭୁଷୁଡି ପଡିବ ଭୟ ହେଲାଣି ମୋହର…..(୦) ପ୍ରଚଣ୍ଡ ତାପରେ ଜଳୁଥିଲି ବୋଲି ତୋତେ କରିଲି ସ୍ବାଗତ ଏବେ ଦେଖୁଅଛି ତୋ ଶ୍ରାବଣ ଧାରା କରୁଛି ଜୀଵନ ହତ ଭୟଙ୍କର ରୂପ କେତେ ଯେ ବିରୂପ ଭାବୁଛି ଏହି ଅନ୍ତର…….(୧) ଲଗାତାର ହୋଇ ବରଷୁଛୁ ତୁହି ନ ବୁଝି ବିଚାରି କିଛି ଜଳାର୍ଣ୍ଣବ ହେବ ଯେବେ ଏହି ଭବ ସର୍ବନାଶ ଅଛୁ ଇଛି ଶାନ୍ତ ରୂପ ତୋର ଧର ବାରି ମୋର ତୁହି ଜୀଵନ ଜୀବର……(୨) ଫସଲ ଉଜାଡି ଯେବେ ଯାଉ ମାଡ଼ି ଜନ ଜୀବନ ସହିତ ଅସ୍ତବ୍ୟସ୍ତ ହୋଇ ଆଶରା ନ ପାଇ ହୃଦୟ କାନ୍ଦେ ବହୁତ ତୋତେ ଦେଲି ରାଣ ନୀରିହ ପରାଣ ରଖିବୁରେ ଜଳଧାର…..(୩) ଫୁଲବାଣୀ, କନ୍ଧମାଳ