ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶେଷ ହେଲା ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍ – ସାଢ଼େ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆସିଲା ପ୍ରସ୍ତାବ

ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ମୋଟ୍ ୧୦ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ନିବେଶକ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଉଦଯାପନୀ ଉତ୍ସବରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଏହି ନିବେଶ ପରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହା ୧୦ ଲକ୍ଷ ୫୦ ହଜାର ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।ଉଦଯାପନୀ ଉତ୍ସବରେ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ବୃହତ ଶିଳ୍ପ କ୍ଷେତ୍ରେରେ ସର୍ବୋତମ ଭାବେ ଆର୍ସେଲର ମିତଲ ନିପନ ଷ୍ଟିଲ ଗ୍ରୁପକୁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପିଏସୟୁ ବେଷ୍ଟ ଷ୍ଟିଲ ଭାବେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ ଓ ବେଷ୍ଟ ପ୍ୟାଭିଲିୟନ କ୍ୟାଟେଗୋରୀରେ ମିଶନ ଶକ୍ତି ଏବଂ ସ୍କିଲ୍ ଇନ୍ ଓଡ଼ିଶାକୁ ପୁରସ୍କାର ମିଳିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୫୭ ଜଣ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି ।

ସାଢ଼େ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମଧ୍ୟରୁ ସର୍ବାଧିକ ୫ ଲକ୍ଷ ୪୯ ହଜାର ୭୬୪ କୋଟି ଟଙ୍କା ଖଣିଜ, ଧାତବ ଏବଂ ଏସଂକ୍ରାନ୍ତ ଆନୁଷଙ୍ଗିକ ଶିଳ୍ପରେ ଆସିଛି। ଏହା ପଛକୁ ଶକ୍ତି, ଅକ୍ଷୟ ଶକ୍ତି ଏବଂ ସବୁଜ ଶକ୍ତି କ୍ଷେତ୍ରରେ ୨ ଲକ୍ଷ ୩୮ ହଜାର ୪୫୫ କୋଟି, ଲଜିଷ୍ଟ୍ରିକ୍ସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ୧ ଲକ୍ଷ ୧୯ ହଜାର ୧୯୭ କୋଟି; ସାର, ପେଟ୍ରୋରସାୟନ, ରସାୟନ ଏବଂ ପ୍ଲାଷ୍ଟିକରେ ୭୬ ହଜାର ୮୦ କୋଟି, ମାନୁଫ୍ୟାକଚରିଂରେ ୨୧ ହଜାର ୬୩୪ କୋଟି, ପର୍ଯ୍ୟଟନରେ ୮୨୩୫ କୋଟି, ଆଇଟି ଏବଂ ଇଏସଡିଏମ୍‌ କ୍ଷେତ୍ରରେ ୭୭୪୦ କୋଟି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣରେ ୭୨୪୯ କୋଟି; କାଗଜ, କାଠ ଏବଂ ଜଙ୍ଗଲଜାତ ସାମଗ୍ରୀ କ୍ଷେତ୍ରରେ ୫୩୦୬ କୋଟି, ସିମେଣ୍ଟରେ ୫୦୧୨ କୋଟି, ସ୍ବାସ୍ଥ୍ୟସେବା ଓ ଫାର୍ମା କ୍ଷେତ୍ରରେ ୩୯୩୫ କୋଟି, ଏରୋସ୍ପେସ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ୨୦୫୫ କୋଟି, ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ୫୦୦ କୋଟି, ଷ୍ଟାର୍ଟଅପ୍‌ରେ ୨୮୦ କୋଟି; ସେରାମିକ୍ସ, ଗ୍ଲାସ, ମାର୍ବଲ ଓ ଗ୍ରାନାଇଟରେ ୨୦୦ କୋଟି, ବର୍ଜ୍ୟବସ୍ତୁ ପରିଚାଳନାରେ ୧୬୯‌ କୋଟି, କୃଷି ବିପଣନରେ ୧୨୧ କୋଟି, ଶିକ୍ଷାରେ ୬୬ କୋଟି, ସିନେମା ଓ ଆମୋଦପ୍ରମୋଦରେ ୧୫ କୋଟି ଏବଂ ଅନ୍ୟାନ୍ୟ କେତେକ କ୍ଷେତ୍ରରେ ୬୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି ।

ପ୍ରସ୍ତାବ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ସର୍ବାଧିକ ୧୪୫ଟି ଧାତବ ଏବଂ ଖଣିଜ କ୍ଷେତ୍ରରୁ ଏବଂ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣରେ ୧୦୨ଟି, ସାର, ପେଟ୍ରୋରସାୟନ, ରସାୟନ ଏବଂ ପ୍ଲାଷ୍ଟିକରେ ୯୩ଟି, ଲଜିଷ୍ଟିକ୍ସ ଓ ଭିତ୍ତିଭୂମିରେ ୮୭ଟି ଏବଂ ପର୍ଯ୍ୟଟନରେ ୪୧ଟି, ଆଇଟି ଓ ଇଏସଡିଏମରେ ୩୭ଟି ପ୍ରସ୍ତାବ ଆସିଛି ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ମୋ’ବିହୁନେ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା କଳ୍ପନା ସାଗର

ଧର୍ମରାଜ ପ୍ରଧାନ ଙ୍କ କବିତା ଷୋହଳ କଳା

Sunil Chandra Nayak

Leave a Comment

error: Content is protected !!