ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ 

ନୂଆପଡା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଅଛି।ଏହି ପଦଯାତ୍ରା ଖଡ଼ିଆଳ ସମଲେଶ୍ଵରୀ ମନ୍ଦିର ପରିସରରୁ ବାହାରି ଖଡ଼ିଆଳ ନଗର ପରିକ୍ରମା କରିଥିଲା। କୌଶଲ୍ୟା ମଣ୍ଡପ ପରିସର ମଧ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଅଛି। ସଭାରେ ନଗର ସଭାପତି ଦୀପକ କୁମାର  ଖମାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ମନୋଜ କୁମାର  ମିଶ୍ର ଅଧକ୍ଷତା କରିଥିଲେ। ମୁଖ୍ୟ ଅତିଥି ରୂପେ ଓଡିଶା ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ରାଜ୍ୟ ସରକାରଙ୍କ ସଫଳତା ଏବଂ ମହିଳାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେଉଥିବା ବିଷୟ ଉପରେ ଗୁରୁତ୍ବ ଦେଇଥିଲେ। ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଁଲ , ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ , ଉପାଧକ୍ଷା ଦୀପିକା କୌଶଳ, ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା ,ମାଲ୍ୟ ବନ୍ତ ସୁନା ,ବିଜେଡି ମହିଳା ସଭାନେତ୍ରୀ ସରସ୍ଵତୀ ବାଗ , ପୂର୍ଵତ୍ତନ ଜିଲ୍ଲା ପରିଷଦ ଅଧକ୍ଷା  ପୁଷ୍ପାଞ୍ଜଳୀ ପାଣ୍ଡେ , ତନୟା ଶବର ,ହରେ କୃଷ୍ଣ ଷଡଙ୍ଗୀ ,ମନୋଜ ଦୀପ ,ଜାଗେସିନୀ କଟା ,ପୁଷ୍ପା ଗୁଆଲ ,ସୃତି ସିଂ ମାଝୀ ,ଅମିତ ସିଂ ଦେଓ ,ସୁଚିସୁତା ମହାରଣା ,କିରଣ ତାଣ୍ଡି ,ଚନ୍ଦନ ସାହୁ ,ଯଶୋଦା ସିନ୍ଦୁର ,ଖୁଲଣା ବେହେରା ,ସନ୍ତୋସିନୀ ସଲମା ,ମହମ୍ମଦ ସାହିଲ ,ଟିଟୁ ପାଣ୍ଡେ ,ଅଭିଷେକ ଜଗତ ,ନିଖିଳ ମେହେର ,ସନ୍ତୋଷ ବିଶି ,ବିରେନ୍ଦ୍ର ଖମାରି ,ଲୋକନାଥ ଛାତ୍ରୀଆ ,ଦିଗ ପାଳ ନାଗ ,ସଞ୍ଜୟ ବେହେରା ,ଯୋଗେନ୍ଦ୍ର ପାଣ୍ଡେ , ଅନ୍ୱେଷ ତ୍ରିବେଦୀ ସମେତ ହଜାର ହଜାର ସଂଖ୍ୟକ ଉଭୟ ପୁରୁଷ ଏବଂ ମହିଳା କର୍ମୀମାନେ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୁଲାଇ ୧ ରେ ଫିଟିବ “ବିଦ୍ୟାରାଣ” 

Sunil Chandra Nayak

ବାବା ସାହେବ ଅମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତି ପାଳିତ

Sunil Chandra Nayak

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀରେ ସହରର ବିଭିନ୍ନ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!