ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗତସିଂହପୁର ଜିଲ୍ଲା ବ୍ୟାପି ଡାକ-କର୍ମଚାରୀଙ୍କ ଧର୍ମଘଟ

ଭାରତୀୟ ଡାକ କର୍ମଚାରୀଙ୍କ ପ୍ରମୁଖ ଦାବିଗୁଡିକ ନେଇ ବୁଧବାର ଦିନ ନାସନାଲ ଫେଡ଼ରେସନ ଅଫ ପୋଷ୍ଟାଲ ଏମ୍ପପ୍ଲୋଇ(NFPE) ଓ ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ(AIGDSU) ସଙ୍ଘର ମିଳିତ ମିଳିତ ଆହ୍ୱାନ କ୍ରମେ ଦେଶବ୍ୟାପି ଧର୍ମଘଟର ଡାକରା ଦିଆଯାଇଥିଲା ।ଏହି ଧର୍ମଘଟକୁ ସଫଳ ମଣ୍ଡିତ କରିବା ପାଇଁ ଜଗତସିଂହପୁର ଜିଲ୍ଲାବ୍ୟାପି NFPE ର ସମ୍ପାଦକ ବାସୁଦେବ ସ୍ୱାଇଁ ଙ୍କ ଆହ୍ୱାନରେ ଡାକକର୍ମଚାରୀମାନଙ୍କ ସଙ୍ଘ ତରଫରୁ ଜଗତସିଂହପୁର ପ୍ରଧାନ ଡାକଘର ସମେତ ଅନ୍ୟ ସମସ୍ତ ଡାକଘର ସମ୍ମୁଖରେ ଧର୍ମଘଟ ଦିଆଯାଇଥିଲା । ସଂଘର ସମ୍ପାଦକ ଶ୍ରୀଯୁକ୍ତ ବାସୁଦେବ ସ୍ୱାଇଁ, ସହ ସମ୍ପାଦକ ଜଗନ୍ନାଥ ପାତ୍ର ଓ କୋଷାଧକ୍ଷ ତୋଫାନ ବୁହେଙ୍କ ନେତୃତ୍ୱରେ ଡାକ କର୍ମଚାରୀମାନେ ଆଜି ଝିପି ଝିପି ବର୍ଷା ହେଉଥିବା ସତ୍ୱେ ଛତା ଧରି ଦିନ ତମାମ ଧର୍ମଘଟରେ ବସିରହି କର୍ମଚାରୀଙ୍କ ପ୍ରତି କେନ୍ଦ୍ରସରକାରଙ୍କ ବୈମାତୃକ ମନୋଭାବ ବିଷୟରେ ବିଷୋଦାଗାର କରିଥିଲେ । ଭାରତର ସର୍ବ ପୁରାତନ ସଂସ୍ଥା ଡାକବିଭାଗର ନିଗମୀକରଣ ଓ ଘରୋଇକରଣ କୁ ବନ୍ଦ କରିବା,ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ଼ ସହିତ ଡାକଘର ସଞ୍ଚୟ ବ୍ୟାଙ୍କର ମିଶ୍ରଣକୁ ବନ୍ଦ କରିବା,ନୂତନ ପେନସନ ଯୋଜନା ବନ୍ଦ କରି ପୁରାତନ ପେନସନ ଯୋଜନା ଲାଗୁ କରିବା,ଗ୍ରାମୀଣ ଡାକସେବକ ମାନଙ୍କୁ କେନ୍ଦ୍ର ସରକାରୀ କର୍ମଚାରୀ ମାନ୍ୟତା ଦେବା ସହିତ ଗ୍ରାମୀଣ ଡାକସେବକମାନଙ୍କୁ ସମସ୍ତ ଟ୍ରେଡ଼ ୟୁନିଅନ ସେବା ପ୍ରଦାନ କରିବା,କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ଉପରେ ଆକ୍ରମଣ ବନ୍ଦ କରିବା ଇତ୍ୟାଦି ଭଳି ପ୍ରମୁଖ ଦାବିଗୁଡିକ ନେଇ ଡାକକର୍ମଚାରୀ ସଙ୍ଘ ତରଫରୁ ଅଗଷ୍ଟ ୧୦ ତାରିଖ ଦିନ ସର୍ବଭାରତୀୟ ସ୍ତରରେ ଧର୍ମଘଟକୁ ସଫଳ କରିବା ନିମନ୍ତେ ଜଗତସିଂହପୁର ପ୍ରଧାନ ଡାକଘର ସମ୍ମୁଖରେ ସମସ୍ତ ଡାକ କର୍ମଚାରୀ(ପୋଷ୍ଟାଲ ଆସିଷ୍ଟାଣ୍ଟ, ପୋଷ୍ଟମ୍ୟାନ,ଏମଟିଏସ ଓ ଗ୍ରାମୀଣ ଡାକ-ସେବକ) ଏକତ୍ରିତ ହୋଇ ଦାବିଗୁଡିକର ସ୍ଲୋଗାନ ଦେଇ ଧର୍ମଘଟ କରିଥିଲେ । ଏହି ଧର୍ମଘଟର ପ୍ରଭାବ ସମସ୍ତ ଜନସାଧାରଣଙ୍କ ଉପରେ ପଡିଥିଲା ଯାହାଦ୍ୱାରା କି ସେମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେବା ସହ ନିରାଶ ହୋଇ ଡାକ ଘର ସମ୍ମୁଖରୁ ଫେରିବାକୁ ପଡିଥିଲା । ଅବିନାଶ ଜେନା,ନେପାଳ ଶବର,ଭଗବାନ ବରିହା,ତିରୁପତି ରାଓ, ତପନ ଦାସ,ନୀତିଶ ସୋଲାଙ୍କି,ପ୍ରତାପ ନାୟକ,ଚନ୍ଦ୍ର ଶେଖର ଟୁଡୁ,ତ୍ରିଲୋଚନ ପ୍ରଧାନ,ପ୍ରିତମ ଦାସ,ରାକେଶ ବେହେରା,ରତ୍ନାକର ନାୟକ,ସୁରେନ୍ଦ୍ର ମାଝୀ,ସଞ୍ଜୟ ବେହେରା ପ୍ରମୁଖ ଧର୍ମଘଟରେ ସାମିଲ ହୋଇଥିଲେ । ଅମୃତ ନନ୍ଦ ଙ୍କ ରିପୋର୍ଟ 

Related posts

ଜିପିଏଲ୍‌ଏଫ୍ ମିଶନଶକ୍ତି କର୍ମୀ ସଂଘର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳିକା ,ବାଳକ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ ସପ୍ତମ ଦିବସରେ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!