ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ରାଉରକେଲା/ ଶ୍ରୀଧର ସ୍ମୃତି ଜ୍ଞାନବିକାଶ କେନ୍ଦ୍ର ପକ୍ଷରୁ ଜେଲରୋଡ ସ୍ଥିତ ପଦ୍ମାବତୀ ସ୍ମୃତି ସଦନ ଠାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସାଧାରଣ ସଂପାଦକ ପ୍ରଫେସର ଡଃ ସୁବାସ ଚନ୍ଦ୍ର ଲେଙ୍କାଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଭବାନୀଶଙ୍କର ଚାନ୍ଦେଲ ମୁଖ୍ୟ ଅତିଥି, ଭବେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା,ବିଜୟ କୁମାର ସାହୁ ସମ୍ମାନିତ ଅତିଥି, ହରିହର ବେହେରା ସମ୍ମାନିତ ବକ୍ତା ଓ ଅନ୍ୟତମ ଅତିଥି ଭାବେ ଡଃ ଉମାକାନ୍ତ ପଣ୍ଡା ଓ କାଶୀନାଥ ନନ୍ଦୀ ଯୋଗଦେଇ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୀବନାଦର୍ଶ ଓ ତାଙ୍କର କାଳଜୟୀ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ଗଙ୍ଗାଧର ମାଟି,ମାତୃଭୂମି,ମାତୃଭାଷା, ପ୍ରକୃତି,ଦେଶଭକ୍ତି,ସାମାଜିକ ସଂସ୍କାର ମୂଳକ, ଗୀତ, ଭକ୍ତି ଗୀତ, ନୈତିକତା ଓ ଜୀବନର ସମସ୍ତ ଦିଗକୁ ଆଚ୍ଛାଦନ କରି ନିଜର କଲମ ଚାଳନା କରିଥିଲେ। ତାଙ୍କ ସୃଷ୍ଟିରେ ପ୍ରକୃତି ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥିବାରୁ ତାଙ୍କୁ ପ୍ରକୃତି କବି ବୋଲି ସମ୍ବୋଧନ କରାଯାଏ। ସେହିପରି ତପସ୍ବିନୀ କାବ୍ୟରେ କବିଙ୍କ ଅମୃତମୟ ନିର୍ମଳଧାରା ପ୍ରତ୍ୟେକ ଶବ୍ଦରେ ବ୍ରହ୍ମଜ୍ଞାନ,ସ୍ବର୍ଗସୁଖକୁ ମର୍ତ୍ତ୍ୟରେ ଆଣି ବିଚରଣ କରିବା ଖୁବ୍ କ୍ବଚିତ ଭାରତୀୟ କବିଙ୍କ ପାଖରେ ମିଳେ ବୋଲି ଅତିଥି ମାନେ ବକ୍ତବ୍ଯରେ ପ୍ରକାଶ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବି ସୁଶାନ୍ତ କୁମାର ନାୟକ ଙ୍କ ସଂଯୋଜନାରେ ସର୍ବଶ୍ରୀ ଉପେନ୍ଦ୍ର ବସ୍ତିଆ,ପ୍ରକାଶ ସେଠୀ, କାଶୀନାଥ ନନ୍ଦୀ,ଅଶୋକ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ହରିହର ବେହେରା, କୁଞ୍ଜବିହାରୀ ରାଉତ,ବିଜୟ ସାହୁ,ପ୍ରଣତୀ ଲେଙ୍କା ପ୍ରମୁଖ କବିତା ପାଠ କରିଥିବାବେଳେ ଶେଷରେ ଶ୍ରୀ ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଶୋଇ ଥାନା – ୪୯ ନମ୍ବର ରାଜପଥ ଖଡମବେଡାରେ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମଧ୍ୟରୁ ଜଣେ ମୃତ ଜଣେ ଗୁରୁତର 

Sunil Chandra Nayak

ପାଣି ପଞ୍ଚାୟତ କମିଟି ଗଠନ

Sunil Chandra Nayak

ଚିନ୍ମୟୀ ସାହୁ ଙ୍କ କବିତା ବିଘ୍ନହର ବିଘ୍ନରାଜ

Sunil Chandra Nayak

Leave a Comment

error: Content is protected !!