ଚନ୍ଦାହାଣ୍ଡି(୮/୮ ମ ନି ସ) ଶ୍ରାବଣ ମାସର ଶେଷ ସୋମବାର ରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅଧୀନ ବିଭିନ୍ନ ଶୈବ ପୀଠରେ ସକାଳୁ ବୋଲ ବମ ଭକ୍ତଙ୍କ ଭିଡ ଜମିଥିଲା | ଆଜି ଭୋରରୁ ପୂଜାରିଗୁଡ଼ା , ଚନ୍ଦାହାଣ୍ଡି , ବଇଦପଡ଼ା , ବୋରିଗୁଡ଼ା, ଫଟକି, କୋଇଲିମୁଣ୍ଡା , ହଳଦୀ, ବୋବ ରିଆ,ଶୈବ ପୀଠରେ ଭକ୍ତ ମାନେ ପହଞ୍ଚି ଧାଡି ବାନ୍ଧି ଜଣେଜଣେ ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ | ଶାନ୍ତି ଶୃଙ୍ଖଳାର ସହ କାଉଡିଆ ମାନେ ମହାଦେବଙ୍କୁ ଜଳ ଲାଗି କରିବା ସହ ଦର୍ଶନ କରିଥିଲେ | କୋଇଲିମୁଣ୍ଡା ଓ ବଇଦପଡ଼ା ବୋଲବମ୍ ଭକ୍ତ ମାନେ ନାଗବମ୍ ରେ ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର କୁ ପାଣି ଢାଳିବା ପାଇଁ ଯିବା ସମୟ ରେ ଝରିଗାଁ ବିଧାୟକ ପ୍ରକାଶ ମାଝୀ ପହଞ୍ଚି ବୋଲବମ୍ ଭକ୍ତ ଙ୍କ ଦେହରେ ପାଣି ଓ ଫୁଲ ଦେଇ ଉତ୍ସାହିତ କରିଥିଲେ lମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରଯାଇଥିଲା |
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ