ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ବୃକ୍ଷଟିଏ ସିଏ ବନ୍ଧୁଟିଏ

  ବୃକ୍ଷଟିଏ ସିଏ ବନ୍ଧୁଟିଏ

                       ଅପର୍ତ୍ତି ସେଠୀ

ଟିକି ଚଢ଼େଇ ସେ ଟିକି ଚଢ଼େଇ
ଉଡି ଉଡି ଗଛ ପାଖକୁ ଯାଇ,
କାକୁତି ମିନତି ହୋଇ କହ‌ଇ
ଜାଗା ଟିକେ ଦେବ ହେ ବୃକ୍ଷଭାଇ?
ଟିକି ଚଢ଼େଇ ସେ ଟିକି ଚଢ଼େଇ।
ବସାଟିଏ ପରା ବାନ୍ଧିବାକୁ ଭାଇ
     ତୁମ ପାଖେ ମୁହିଁ ଆସିଛି ଧାଇଁ,
ଅଣ୍ଡା ଦିଓଟି‌ ମୁଁ ଦେବି ତୁମ ଡାଳେ‌
     ତିନି ମାସ ଗର୍ଭ କଷ୍ଟ ସହ‌ଇ।
କେତେ ଆଡୁ ମୁହିଁ ନିରାଶେ‌ ଫେରିଛି
     ତୁମଠିଁ‌ ଭରଷା କରିଛି ମୁହିଁ,
ଆଶ୍ରା ଖୋଜି ଖୋଜି ନିରାପଦ ଜାଗା
     କେଉଁଠି ହେ ଭାଇ ପାଇଲି ନାହିଁ।
ସବୁଠୁଁ ବିପଦ ମଣିଷ ସମାଜ 
     ତେଣୁସେଠିବେଶୀ ଡର ଲାଗ‌ଇ,
ଅଣ୍ଡାଟିଏ‌ ଦେଲେ ନିଷ୍ଠୁର ମଣିଷ
     ଜିହ୍ୱା ଲାଳସାରେ ଖାଏ ସିଝେଇ।
ଛୁଆ ଯଦି ହେବ ଏ ମଣିଷ ତାକୁ
     ପଞ୍ଜୁରୀ ଭିତରେ ରଖିବ ନେଇ,
ତେଣୁ ମୋ ନିଜର କେହି ନାହିଁ ବୃକ୍ଷ
     ତୁମ ଭରଷାରେ ଆସିଛି ମୁହିଁ।
ତୁମ ମନ ବଡ଼ ଜାଣିଛି ଯେ ଗଛ
    ନିରାଶେଦେବନିମୋତେ ଫେରାଇ
ଅନୁମତି ଦେଲେ ଛୋଟିଆ ବସାଟି
     ଅବଶ୍ୟ ବାନ୍ଧିବି‌ ତୋଡାଳେ‌ ମୁହିଁ।
ହସିଦେଇ ଗଛ କହୁଛି ଆ’ରେ
     ମୋର ଆପଣାର ଟିକି ଚଢ଼େଇ,
ତୋର ମିଠା ମିଠା କୁନିକୁନି କଥା
    ଶୁଣିଦେଲେ ମୋରପେଟ ପୁର‌ଇ।
ସର୍ବଦା ଉନ୍ମୁକ୍ତ ତୋ ପାଇଁ ମୋ ଦ୍ଵାର
    ତୋର ସେବା ପାଇଁ ରହିଛି ଚାହିଁ,
ଯେତେ ଦିନପାରୁ ରହତୁ ମୋ ଡାଳେ
      ବସାବାନ୍ଧି ତୁହି ଖୁସି ମନେଇ।
ପର ଉପକାରେ ଜୀବନ ସାର୍ଥକ
      ଚଢେଇକୁ ଗଛ କହେ ବୁଝାଇ,
ପ୍ରେମ ସମ୍ପର୍କରେ ସଂସାର ବାନ୍ଧିବା
     ହିଂସାରାଗ ପୁଣି ଦେବାଦୂରେଇ।
ମୋଠାରେ ତ ନାହିଁ ପର କି ଆପଣା
      ସର୍ବେ ଅମ୍ଳଜାନ ଯୋଗାଏ ମୁହିଁ,
ଶତ୍ରୁ ମିତ୍ର ବାଛ ବିଚାର ନକରି
      ସବୁ ବାଟୋଇକୁ‌ ଦିଏ ମୁଁ ଛାଇ।
ମୁହିଁ ଥିଲେ ମେଘ ଆସେ ଆକାଶରେ
      ଜଗତ ମୁହଁରେ ହସ ଫୁଟ‌ଇ,
ମୋରକାଠ ଘରତୋଳାକାମେଲାଗେ
     ଅନ୍ୟକୁ ମୋଫଳ ମୁଁ ବାଣ୍ଟୁଥାଇ।
ଗଛ ରହିଲେ ରେ ଏଜଗତେ‌ ପରା
     ପରିବେଶ ପୁଣି ସ୍ଵଚ୍ଛ ରୁହ‌ଇ,
ଗଛ ନଷ୍ଟ ହେଲେ ଝଡ଼ ବତାଶରେ
      ସଂସାରଟି ଧ୍ଵଂସ ବାଟ ଦେଖ‌ଇ।
ଏ ମଣିଷ କିନ୍ତୁ ବୁଝିପାରୁ ନାହିଁ
      କାଟି ଚାଲେ ନିତି ଗଛକୁ ସେହି,
ନିଜ ଗୋଡ଼େ‌ ନିଜେ କୁରାଢ଼ି ମାରୁଛି
      ଆଗପଛ ସବୁ ସେ ଭୁଲି ଯାଇ।
ଯଦି ଏ ମଣିଷ ଲଗେଇବ ଗଛ
      ସବୁଜିମା ହେବ ଏହି ଜଗତ,
ଦୈବ ଦୁର୍ବିପାକ ରୋଗ ଦୁଃଖ ଶୋକ
     ନିଶ୍ଚେ ଦୂରହେବ ହସିବ କ୍ଷେତ।
ତେଣୁ ତୁ ଆ’ରେ ଟିକି ଚଢ଼େଇ ତୁ
    ମୋ କୋଳରେଥରେ ଖୁସିରେବସ
ଖାଇବା ପାଇଁକି ଦେବି ମୁହିଁ ତୋତେ
     ମୋ ପାଚିଲା ଫଳ ସୁସ୍ଵାଦୁ ରସ।
ସ୍ନେହ ମମତାର ମହାନଦୀ ଜଳ
     ଦେବିପରା ତୋତେ ପିଇବା ପାଇଁ
ମୋକୋଳ ରଖିଛିଖୋଲା ତୋହପାଇଁ
      ନିଶ୍ଚିନ୍ତ ହୋଇକି ଶୋଇବୁ ତୁହି।
ନୁହେଁ ତ ମୁଁ କିନ୍ତୁ ମଣିଷ ଭଳିଆ
     କେବେହେବି ନାହିଁ ଯେସ୍ଵାର୍ଥପର,
ଅନ୍ୟର ମଙ୍ଗଳ କାମନା ମୋ ଧର୍ମ
     ଅପକାର ନାହିଁ ଜାତକେମୋର।
ଏହାଶୁଣି ଟିକି ଚଢ଼େଇ ସେଦିନୁଁ
      ଗଛ ଡାଳେ‌ ବସା ବାନ୍ଧି ରହିଲା,
ମମତା ଡୋରୀରେ ଛନ୍ଦି ହୋଇ ସିଏ
      ଗଛ ସହିତରେ ବନ୍ଧୁ ବାନ୍ଧିଲା।
ଚଢେଇର‌ ଅଣ୍ଡା ଛୁଆ‌ ଫୁଟି ଗଲେ
     ଆନନ୍ଦରେ ଡେଣାମେଲି ଉଡିଲେ
ଏମିତି ଅନେକ ଚଢ଼େଇ ଆସିଲେ
     ଆନନ୍ଦେ ଗଛରେଗୀତଗାଇଲେ।
ଗଛଟି‌ କହୁଛି ସଂସାର ବୃକ୍ଷେ
       ମଣିଷ ଛୁଆ ସେହି,
ଡେଣା ଲାଗିଲେ ଉଡ଼ି ଯାଆନ୍ତି
       ସମ୍ପର୍କ କାଟି ଦେଇ।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

   

Related posts

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ବିରୋଧ କରି ମିଳିତ ବୈଠକ

ତୃପ୍ତି ରାଣୀ ପାତ୍ର ଙ୍କ କବିତା – ଅସୁବିଧା

Sunil Chandra Nayak

ବସ୍ତା ଲାୟନ୍ସ କ୍ଲବ ପକ୍ଷରୁ ୧୫ ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!