ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପ୍ରଭୁ ନାମ ମୋର ସବୁ କାମ ଶୁଭ
      ଦୃଶ୍ୟ ପଥ ମୋ ସଂପଦ
ଜପ କରି ଦେଲେ ସଂଗୀତ ଗାଇଲେ
        ଛାଡି ଯାଏ ମୋ ବିପଦ।
ସକାଳ ସମୟ ସକାଳ ପବନ
      ଦେହ ପାଇଁ ବଡ଼ ହିତ
ସ୍ନାନ କରି ଗଲେ ମନ୍ଦିର ଦର୍ଶନ
     ପ୍ରଭୁ ପଦ ମୋ ଅମୃତ।
ଚାହିଁ ଦେଲେ ପ୍ରଭୁ ମିଳେ ଯାଏ ସବୁ
    ଭକ୍ତିରେ ମୋର ଠାକୁର
ହାତ ଯୋଡ଼ି କରି ନମସ୍କାର କଲେ
    ଗଢ଼ା ପୂଜା ମୋ ଈଶ୍ୱର।
ତୁମକୁ ଛାଡ଼ିଲେ କିଛି ଦିଶେ ନାହିଁ
     ଦୃଶ୍ୟ ମୋର ଅନ୍ଧକାର
ତୁମକୁ ଚିନ୍ତିଲେ ତୁମକୁ ଭାବିଲେ
       ପ୍ରଦାନ ଆଲୋକ ଧାର।
ତୂଳସୀ ଧଣ୍ଡାର ପାଦୁକା ପାଇଲେ
      ମନ ହୁଏ ମୋର ଶୁଦ୍ଧ
ଭକ୍ତି ଚିନ୍ତା ଧାରା ମନ ମୋ ପବିତ୍ର
     ଦର୍ଶନେ ମୋ ମନ ବୋଧ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଏଣିକି ସହଜରେ ମିଳିବ ନାହିଁ ମୋବାଇଲ ସିମ୍ କାର୍ଡ: କେନ୍ଦ୍ର ସରକାର ଲାଗୁ କଲେ ନୂଆ ନିୟମ

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି.. ଜେଜେଏମ୍‌ ଯୋଜନାରେ ରାଜ୍ୟର ତିନୋଟି ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ

Sunil Chandra Nayak

ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଷ୍ଠିତ

Leave a Comment

error: Content is protected !!