ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଆସିଥିଲି ପୁରୀ ଭକ୍ତି କରି ହରି
   କହିବ ମୋ ଦୁ‍ଃଖ କଥା
ଦୁଃଖକୁ ହରଣ ସୁଖକୁ ପ୍ରଦାନ 
    ଚାଲିଯିବ ମୋର ବ୍ୟଥା।
ମୋମନ ଦେବତା ଜାଣମୋ ବାରତା
   ହୃଦୟ କରୁଛି ପୂଜା
ତୁମ ଗୁଣ ଗାନ ପ୍ରଚାର କରୁଛି
    ଉଡାଉଛି ତବ ଧ୍ଵଜା।
ନିତି ଦିନ କରି ମନ୍ଦିର ଦର୍ଶନ
     ଧୂପ ଦୀପ ଦେଇ ପୂଜା
ଫୂଲର ମାଳାକୁ ଗଳାରେ ପକାଇ
    ଭକ୍ତି କରି ପାଦ ସେଵା ।
ପ୍ରଭୁ ଚାହିଁ ଦେଲେ ମୋଦୁଃଖ ଘୁଞ୍ଚୁଛି
     ମନରେ ଆସେ ଆନନ୍ଦ
ସେହି ଆଶା ରଖି ବସି ଅଛି ମୁହିଁ
    କେବେ ମିଳେ ଶୁଭ ପଦ।
ଦିଅ ପ୍ରଭୁ ଶକ୍ତି ବଢୁ ମୋର ଭକ୍ତି
    ତବ ପାଦେ ମୋ ଶରଣ
ଏତିକି କାମନା କରୁଣା ଆଶିଷ
       ଭକ୍ତିରେ ରହୁ ପରାଣ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ଶ୍ରୀମନ୍ଦିରରେ ଗଣପତିଙ୍କ ପୂଜନ

Sunil Chandra Nayak

ଲକ୍ଷ୍ମୀ ପୂଜାରେ ଖେଚୁଡି ବଣ୍ଟନ

Sunil Chandra Nayak

କୁକୁର ପଲ ଆକ୍ରମଣରେ ୨୦ ମେଣ୍ଢା ମୃତ

Leave a Comment

error: Content is protected !!