ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହା: କେନାଲ ସଫା କଲେ ଚାଷୀ

କର୍ଲାମୁଣ୍ଡା: ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ଆବଶ୍ୟକ ମୁତାବକ ବର୍ଷା ହୋଇ ନ ଥିବାରୁ ଚାଷୀ ଚିନ୍ତିତ ହୋଇ ପଡିଛି l ଅପର ପକ୍ଷରେ ଚାଷୀଙ୍କୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦେବାର ବ୍ୟବସ୍ଥା ହୋଇ ହେଁ କେନାଲର ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ତାହାର ସୁଫଳ ପାଇପାରୁ ନାହାନ୍ତି l ଫଳରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର କେତେକ ଚାଷୀ ମାନେ ନିଜେ କେନାଲ ସଫେଇ କରୁଥିବା ଦେଖିବାକୁ ମିଳୁଛି l ଗ୍ରାମର ବନ୍ଦ ପାଞ୍ଜର ଶାଖା କେନାଲର ସ୍ଥାନୀୟ ଚାଷୀ ଆଜି ଏକତ୍ରିତ ହୋଇ କେନାଲର ଅଳିଆ ଆବର୍ଜନା ସଫା କରୁଥିବା ଦେଖାଯାଏ l ଗ୍ରାମର କୃଷକନେତା କ୍ଷେତ୍ରମଣି ରଣାଙ୍କ ନେତୃତ୍ବରେ ଯୁଗେଶ୍ଚନ୍ଦ୍ର ରଣା, କରୁଣାକର ରଣା, ଡମ୍ବରୁ ରଣା, ସୁରୁକାନ୍ତ ରଣା, ଡୋଳାମଣି ରଣା, ବିପିନ୍ ରଣା ପ୍ରମୁଖ କେନାଲ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କଙ୍କାଳୁ ଗ୍ରାମରେ ଗ୍ରହରାଜ ଶ୍ରୀ ଶନିଦେବ ଙ୍କ ମନ୍ଦିର ରେ ଶନିଦେବ ଙ୍କ ବାହନ ପ୍ରତିଷ୍ଠା ଉତ୍ସବ

ଭବାନୀପାଟଣା ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଗଭର୍ଣିଂ ବଡି ବୈଠକ ଅନୁଷ୍ଠିତ

Sunil Chandra Nayak

ଲିଭି ଯାଉଥିବା ଆକାଶ ଦୀପ କୁ ପୁଣି ତେଜିଲା ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

Sunil Chandra Nayak

Leave a Comment

error: Content is protected !!