ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋହରା ରେ ମୁସଲିମ ଧର୍ମସଭା ଅନୁଷ୍ଠିତ

ଚନ୍ଦାହାଣ୍ଡି- (ମ ନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ମୋହରା ଜାମା ମସଜିଦ ପରିସରରେ ମହାପୁରୁଷ ମହମ୍ମଦ ଙ୍କ ଜୟନ୍ତୀ ଅବସରରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଉତ୍ତର ପ୍ରଦେଶରୁ ଧର୍ମଗୁରୁ ମୁଫ୍ତି ଅଖତର ହୁସେନ ଆଲମି ଓ କାରୀ ଜୈନୁଦ୍ଦିନ ହବିବି ଯୋଗ ଦେଇ ମହାପୁରୁଷ ମହମ୍ମଦ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କଲିକତାରୁ ସାୟରେ ଇସଲାମ ଅସଦ ଇକବାଲ ଓ ଆଫତାବ ରେହେବର ଯୋଗ ଦେଇ ମହାପୁରୁଷ ମହମ୍ମଦ ଙ୍କ ବାଣୀକୁ କବିତା ମାଧ୍ୟମରେ ପାଠ କରି ସମସ୍ତ ଙ୍କ ମନମୋହି ଥିଲେ । ଏହି ଅବସରରେ କୁନି କୁନି ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗି ଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋହରା ସୁନ୍ନି ମୁସଲିମ କମିଟିର ସଭାପତି ସୁଲତାନ ଅଲ୍ଲୀ, ସମ୍ପାଦକ ମହମ୍ମଦ ସକିଲ , ଉପସଭାପତି ମୁରାଦ ଅଲ୍ଲୀ, କୋଷାଧ୍ୟକ୍ଷ ମହମ୍ମଦ ଇଲିୟାସ,ମୌଲାନା ସଲମାନ ରଜା ହବିବୀ, ମହମ୍ମଦ ୟୁନୁସ, ଅବଦୁଲ ହମିଦ୍, ହାଜି ମହମ୍ମଦ ରଫିକ, ମହମ୍ମଦ ହନିଫ,ମହମ୍ମଦ ସଫିକ, ଅବଦୁଲ ମଜିଦ, ଅବଦୁଲ କୟୁମ, ମହମ୍ମଦ ରିଜାୱlନ, ନାସିର ଉଲ୍ଲା ସୁଫୀ, ମହମ୍ମଦ ହନିଫ ହିଙ୍ଗୋରା, ମହମ୍ମଦ ଅସଲମ, ପ୍ରମୁଖ ଉପସ୍ଥିତ  ରହି ସକ୍ରିୟ ଅଂଶ ଗ୍ରହଣ କରି ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ରେଙ୍ଗାଳି କଲୋନୀ ଅଙ୍ଗନୱାଡି କେନ୍ଦ୍ର ରେ ମନମୁଖୀ ଶାସନ 

Sunil Chandra Nayak

ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ସହିଦ ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସ ପାଳିତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!