ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅରୂପ କୁମାର ବିଶ୍ବାଳ ଙ୍କ କବିତା ଘରେ ଘରେ ତ୍ରୀରଙ୍ଗା

ଘରେ ଘରେ ତ୍ରୀରଙ୍ଗା

ଅରୂପ କୁମାର ବିଶ୍ବାଳ

ଘରେ ଘରେ ଆଜି ତ୍ରୀରଙ୍ଗା ଉଡାଅ
ଏଦେଶକୁ ପାଅ ଭଲ,
ତ୍ରୀରଙ୍ଗ ଆମର ଗର୍ବ ଓ ଗୌରବ 
ଅମୂଲ ଯାହାର ମୂଲ।
ତିନି ରଙ୍ଗେ ଦେଖ ଉଡୁଛି ତ୍ରୀରଙ୍ଗା
ନାରଙ୍ଗୀ ବୀରତ୍ବ ଚିହ୍ନ,
କେତେ ବୀର କେତେ ମହାନ ବ୍ୟକ୍ତିତ୍ବ
ଯାହା ପାଇଁ ଦେଲେ ପ୍ରାଣ।
ମଝିରେ ଧବଳ ବର୍ଣ୍ଣ ଏ ତ୍ରୀରଙ୍ଗା
ସତ୍ୟ ଶାନ୍ତିର ପ୍ରତୀକ,
ଆମ ସ୍ବାଧୀନତା ଆମ ପରିଚୟ
ଦୁଃଖ ନେଇ ଦିଏ ସୁଖ।
ତଳେ ରହିଅଛି ସବୁଜ ରଙ୍ଗଟି
ଦିଶେ ପୁଣି ଦାଉ ଦାଉ,
ଏହା ଅଟଇ ଭାତୃତ୍ବର ପ୍ରତୀକ
ୟା ପରି କେ ହେବ ଆଉ।
ମଝିରେ ଅଶୋକ ଚକ୍ର ରହିଅଛି
ପ୍ରଗତି ସମ୍ବୃଦ୍ଧି ପାଇଁ,
ଚବିଶି ଅର ଯେ ଏଠି ବିଦ୍ୟମାନ
ମନ ନେଇଯାଏ ମୋହି।
ସତ୍ୟ ଶାନ୍ତି ଆଉ ବୀରତ୍ବ ଭାତୃତ୍ବ
ଗାଥା ଗାଉଛି ତ୍ରୀରଙ୍ଗା,
ଫରଫର ଉଡେ ପବନର ସୁଏ
ତିନି ରଙ୍ଗେ ଇଏ ରଙ୍ଗା।
ଅଖଣ୍ଡ ଭାରତ ପ୍ରତୀକ ତ୍ରୀରଙ୍ଗା
ଆମେ ସବୁ ଭାରତୀୟ,
ତ୍ରୀରଙ୍ଗା ଉଡାଇ ଘରେ ଘରେ ଆଜି
ଗାଇବା ଭାରତ ଜୟ।
ତ୍ରୀରଙ୍ଗା ଦେଖିଲେ ଶତ୍ରୁର ସ୍ପନ୍ଦନ
ବଢିଯାଏ ପୁଣି ଡରେ,
ବହୁ ବିପ୍ଲବର କର୍ଣ୍ଣଧାର ଇଏ
ତୋତେ ଲୋ ପ୍ରଣାମ କରେ।
ବହୁ ବିପ୍ଲବର ମୁକସାକ୍ଷୀ ତୁହିଁ
ଧନ୍ୟ ଲୋ ତ୍ରୀରଙ୍ଗା ତୁହିଁ,
କଷ୍ଟ ଲବ୍ଧ ସ୍ବାଧୀନତା ଦେଇଥିଲୁ
ପ୍ରେରଣାର ଉତ୍ସ ହୋଇ।
ଭାରତ ମାଆର ତୁ ପଣତ କାନି
ହେଉ ତୁ ବିପଦେ ସାହା,
ବିପଦ ଆସିଲେ ହେଉତୁ ସହାୟ
ସବୁ ଯେ ତୋହର ଦୟା।
ଘଣ୍ଟ ଘୋଡେଇକି ରଖିଛୁ ଦେଶକୁ
ଏକତା ସୂତ୍ରରେ ବାନ୍ଧି,
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଆମେ
ଭାତୃତ୍ବ ଆମର ବିଧି।

ସହକାରୀ ଶିକ୍ଷକ

ଏନ୍.ଏ.ସି ବାଳିକା ଉଚ୍ଚ ବିଦ୍ୟାଳୟ,

ପାରାଦୀପ, ଜଗତସିଂହପୁର

Related posts

ଗୋପବନ୍ଧୁ ପାଠାଗାରରେ କର୍କଟ ରୋଗ ସଚେତନତା ଶିବିର

Sunil Chandra Nayak

ଭବାନୀପାଟଣା ଠାରେ ବିଶ୍ଵ ଦକ୍ଷତା ବିକାଶ ଦିବସ ପାଳିତ

Sunil Chandra Nayak

ବାହାଘର ଭୋଜି ଖାଇ ନିଖୋଜ ଘଟଣା। ପରିତିକ୍ତ କୂଅ ଭିତରୁ କାର ସହ ଚାରି ଜଣ ଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!