ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

କାଠର ଠାକୁର ପୂଜା ନିରନ୍ତର
      ବଡ଼ଦାଣ୍ଡେ ଅଛି ବସି
କାହାକୁ ଦେଉଛ କାହାକୁ କହୁଛ
    କାହାକୁ କରୁଛ ଖୁସି।
ମୁଁ ଜଣେ ଭକତ ଗୁହାରୀ କରୁଛି
      ଜଗତକୁ ସୁଖ ଶାନ୍ତି
ସରଵ ପ୍ରାଣୀଙ୍କ ମଙ୍ଗଳ କାମନା
   ଜୀବନର ମ଼ହାପ୍ରୀତି।
ଦାରୁର ଦେବତା ଜୀବନ ସବିତା
     ଜୀବନର ମ଼ହାଧନ
ତୁମ ଆଶା ଧରି ବଞ୍ଚିବା ସରବେ
      ରଖି ପ୍ରଭୁ ଭକ୍ତି ଜ୍ଞାନ ।
କାର୍ତ୍ତିକ ଭକତି ଜୀବନ ସଂସ୍କୃତି
      ପଞ୍ଚୁକ ପଞ୍ଚ ନିୟମ
ଚଉଁରା ମୂଳରେ ପୂଜା ସଞ୍ଜ ଦେଇ
      ଭକ୍ତିରେ କରୁ ପ୍ରଣାମ।।
ତପ ଜପ କରି ମନ୍ତ୍ର ପାଠ ଶ୍ରେଷ୍ଠ
      ସ୍ନାନ ଦର୍ଶନ ମନ୍ଦିର
ନିଜ ଭାବ କହି ଅନ୍ତର ବେଦନା
     ପ୍ରଭୁଙ୍କୁ କରୁ ଜୁହାର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଆଇନଜୀବୀ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ନର୍ଲା ସରସ୍ଵତୀ ଶିଶୁ ମନ୍ଦିରରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟଶାଳା

Sunil Chandra Nayak

ଜୁନାଗଡ଼ ପୌର ଉପାଧ୍ୟକ୍ଷ୍ୟା ଭାବେ ହିମାଦ୍ରୀ ନାଏକ ନିର୍ଦ୍ୱନ୍ଦରେ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!