ରାଉରକେଲା/ ବନ୍ଧମୁଣ୍ଡା ରୟାଲ କ୍ଲବ ତରଫରୁ ସେକ୍ଟର ସି ୧୦ ନମ୍ବର ପଡିଆଠାରେ ରୟାଲ ଚାଲେଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି।ଏହି ଟୁର୍ଣ୍ଣାମେଣ୍ଟରେ ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ମୁଖ୍ୟଅତିଥି , ଆଇ ରାଜା , ଯୁବନେତା ରଞ୍ଜନ ନାୟକ ଓ ନାଗେଶ୍ଵର ଜଗଦଲା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କ୍ଲବ ତରଫରୁ କ୍ରିଷ୍ଣା ପ୍ରସାଦ ରେଡ୍ଡୀ ଓ ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟକୁ ସୁନ୍ଦର ଭାବରେ ଆୟୋଜନ କରିଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ୨୭ ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ବନ୍ଧମୁଣ୍ଡା ତଥା ଆଖପାଖ ଅଂଚଳରୁ ଶତାଧିକ ଲୋକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ