ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଓ ସାଧାରଣ ବୈଠକ

ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାର ବାହାଲ ଗ୍ରାମର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଶିକ୍ଷାବିତ ବାଳମୁକୁନ୍ଦ ପଣ୍ଡା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ରବି ନାରାୟଣ ଚଲାନ,ଆଦିତ୍ୟ ମହାନ୍ତି ,ନୟନ ରଞ୍ଜନ ପଣ୍ଡା ,ସୁବାଷ ଚନ୍ଦ୍ର ବାଗ ଏବଂ ସମାଜସେବୀ ସୁଧୀର କୁମାର ପଣ୍ଡା ଯୋଗଦାନ କରି ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଥିଲେ ।ଏହି ବନ୍ଧୁ ମିଳନ ଓ ସାଧାରଣ ବୈଠକରେ ରାଜ୍ୟ କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଗଠନ କରାଯାଇଥିଲା । କଳାହାଣ୍ଡି ଜିଲ୍ଲା ଶାଖା ର ସଭାପତି ଲଷ୍ମୀ ନାରାୟଣ ବାଗ ,ଉପ ସଭାପତି ରଜନୀ ଛତ୍ରିଆ ,ସୁବାଷ ବାଗ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।ସେହିପରି ସମ୍ପାଦକ ଭାବରେ ନିକୁଞ୍ଜ ବିହାରୀ ଚଲାନ,ସମ୍ପାଦକ ଗୋଲାପ ସାହୁଙ୍କୁ ମନୋନୀତ କରାଯାଇ ଥିଲା ।ରାଜ୍ୟ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ସଭାପତି ଭାବେ ରବି ନାରାୟଣ ଚଲାନ,ଉପ ସଭାପତି ଗଣେଶ ବାଗ ,ସାଧାରଣ ସମ୍ପାଦକ ତୁଳସୀ ରାମ ଛତ୍ରିଆ ,ସମ୍ପାଦକ ନୟନ ରଞ୍ଜନ ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।ଜିଲ୍ଲା କାର୍ଯ୍ୟକାରୀ ସଭାପତି ହେମନ୍ତ ନ।ଏକ ଏବଂ ସହ ସମ୍ପାଦକ ଚକ୍ର ଧର ବେଶ୍ରା ଙ୍କୁ ମନୋନୀତ କରାଯାଇ ଥିଲା ।କାର୍ଯ୍ୟକ୍ରମ ରେ ସାମ୍ବାଦିକ ପରମାନନ୍ଦ ଠାକୁର ମଞ୍ଚ ପରିଚାଳନା କରିଥିବା ବେଳେ ଭୋକର୍ଦ୍ଧନ ଧ ନଗଡା ମାଝି ,କାହ୍ନୁ ସାହୁ ,ପରମାନନ୍ଦ ଛତ୍ରିଆ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ଲକରୁ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ନିକୁଞ୍ଜ ବିହାରୀ ଚଳାନ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ’ ଓସ୍ୱାସ୍’ ଅନ୍ ଲାଇନ୍ ଚିଠି ଓ ନଥିପତ୍ର କାର୍ଯ ର ଶୁଭାରମ୍ଭ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ

Sunil Chandra Nayak

ଦମାପଲା ଠାରେ ନିଆରା ହୋଲି ପର୍ବ ପାଳିତ

Sunil Chandra Nayak

Leave a Comment

error: Content is protected !!