ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିବିରି ନିଆଁରେ ପୋଡ଼ି ବୃଦ୍ଧା ମୃତ

ମୟୂରଭଞ୍ଜ -୨୩/୮/୨୨(ମସିହା) ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ପୁରୁଣା ପାଣି ପଞ୍ଚାୟତର କଣ୍ଟାବଣି ଗ୍ରାମର ଲାଖାଇ ସୋରେନ(୭୦) ସୋମବାର ସଂଧ୍ୟାରେ ଶୋଇଥିବା ସମୟରେ ଡିବିରି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ରାତି ୧୦ ଟା ପାଖାପାଖି ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।ମୃତକ ଜଣଙ୍କ ଏକ ଅସହାୟ ମହିଳା । ତାଙ୍କର ଆତ୍ମିୟ କେହି ନାହାନ୍ତି । ଏହାକୁ ନେଇ ମଙ୍ଗଳବାର ଦିନ ରାଇରଙ୍ଗପୁର ଟାଉନ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବଟିକୁ ବ୍ୟବଚ୍ଛେଦ କରାଯାଇ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

ଜହ୍ନ ରାତି

Sunil Chandra Nayak

ଓଡ଼ିଶା ଇତିହାସରେ ପ୍ରଥମ ଘଟଣା, ରାଜ୍ୟ ସରକାରଙ୍କ ସମ୍ପତ୍ତି ଜବତ କଲା ଏକ ଘରୋଇ ସଂସ୍ଥା

Sunil Chandra Nayak

ଗଜଲକ୍ଷ୍ମୀ ବଣିକ ସଙ୍ଘର ସଦସ୍ୟଙ୍କ ଅକାଳ ବିୟୋଗରେ ଶୋକସଭା

Sunil Chandra Nayak

Leave a Comment

error: Content is protected !!