ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ମାସା ଆର୍ମି ତରଫରୁ ଲିଖିତ ଦାବିପତ୍ର

ମୟୂରଭଞ୍ଜ -୨୩/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବହୁବିଧ ସମସ୍ୟା ନେଇ ଅଗ୍ରଣୀ ଅଣରାଜନୈତିକ ସଂଗଠନ’ମାସା ଆର୍ମି’ତରଫରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ମୁଖ୍ୟ ଅଧିକାରୀ ଡାକ୍ତର ସାଗର ନାୟକଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।ଦାବିଗୁଡିକ ହେଲା ଛୋଟ ଛୋଟ ସ୍ଵାସ୍ଥ୍ୟ ଗତ ମାମଲା ନେଇ ରୋଗୀମାନଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରା ନଯାଉ,ଶଵଗୁଡିକୁ ହସ୍ପିଟାଲ ଆଉଟଡୋର ପାଖରେ ରାତି ତମାମ ରଖା ନଯାଉ, ଅଧିକ ସ୍ବର୍ଗରଥ ଗାଡ଼ି ରଖାଯାଉ, ଡାକ୍ତର ଖାନାରେ ଡାକ୍ତର, କର୍ମଚାରୀ ଏବଂ ସୁରକ୍ଷା ବାହିନୀ ମାନେ ରୋଗୀ ଏବଂ ସଂପର୍କୀୟଙ୍କୁ ଦୁର୍ବ୍ୟବହାର ନ କରନ୍ତୁ । ତଦସହ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା ବେଳେ ଜଣେ ଭଲ ମେଡିସିନ ବିଶେଷଜ୍ଞ ଏବଂ ମହିଳା ପ୍ରସୂତି ବିଭାଗ ବିଶେଷଜ୍ଞ ନିଯୁକ୍ତି ପାଇଁ କହିଥିଲେ । ଡାକ୍ତର ସାଗର ନାଏକ ସେମାନଙ୍କ ଦାବିଗୁଡିକ ପ୍ରତି ଉଚିତ ପଦକ୍ଷେପ ନେବାସହ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଜଣାଇବେ ବୋଲି କହିଥିଲେ ।ଏଥିରେ ବାମନଘାଟୀ ଆର୍ମି ସାଂଗଠନିକ ସଂପାଦକ ବିଘ୍ନେଶ୍ୱର ବାସ୍କେ ନେତୃତ୍ବ ନେଇଥିବାବେଳେ ସଭାପତି ସୁନିଲ ସୋରେନ,, ଉପସଭାପତି ରାମଚନ୍ଦ୍ର ମାର୍ଣ୍ଡୀ, ସାଧାରଣ ସମ୍ପାଦକ ମାନସ ମୁର୍ମୁ,, ରାଇରଙ୍ଗପୁର ନଗର ସଭାପତି ରାମ ମୁର୍ମୁ,ଖିଦୁ ମାର୍ଣ୍ଡୀ, ଜଗନ୍ନାଥ ମୁର୍ମୁ,ସୁନ୍ଦର ମୋହନ ଟୁଡୁ,,ଚନ୍ଦନ ବାସ୍କେ ସାଗେନ ସୋରେନ,ଲିଟୁ,ମନ, ସୌରଭ ପ୍ରମୁଖ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ନର୍ଲାବ୍ଳକ ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ରାଲି

Sunil Chandra Nayak

ଇନ୍ଦିପୂର୍ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!