ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁଆ ଅଡ୍ଡାରେ ୧୩ ଜଣଙ୍କୁ ଧରିଲା ଖାତିଗୁଡା ପୋଲିସ 

ତେନ୍ତୁଳିଖୁଣ୍ଟି – 11/ 10 /22 : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ପୋଲିସ ଗତକାଲି ରାତିରେ ଖାତିଗୁଡା ଥାନା ଅନ୍ତର୍ଗତ ଲକିଗୁଡା ଗ୍ରମରେ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରି ୯ ଜଣ ବ୍ୟକ୍ତିଙ୍କ ସହ ତାସ କଟା ଓ ୩୭୩୦ ଟଙ୍କା ଜବତ କରି ମାମଲା ରୁଜୁ କରିଛି।ଏନେଇ ଖାତିଗୁଡା ପୋଲିସ କେସ ନମ୍ବର ୯୦ ରେ ମାମଲା ରୁଜୁ ହୋଇଛି । ଠିକ ସେହି ଭଳି ଫଟାଗୁଡା ଗ୍ରାମରେ ମଧ୍ୟ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରି ୪ ଜଣ ଙ୍କ ନାମରେ କେଶ ରୁଜୁ ହୋଇଥିବା ବେଳେ ୮୧୬୦ ଟଙ୍କା ଜବତ କରିଛି ଖାତିଗୁଡା ପୋଲିସ ।ଏନେଇ ଖାତିଗୁଡା ଥାନାରେ କେଶ ନମ୍ବର ୯୧ ରେ ମାମଲା ରୁଜୁ ହୋଇଛି ।ଦୁଇଟି ଯାକ ଜୁଆ ଖେଳ ସ୍ଥାନରୁ କିଛି ଜୁଆଡି କୌଶଳକ୍ରମେ ଦୌଡ଼ି ପଳେଇ ଥିବା ଖାତିଗୁଡା ପୋଲିସ ପକ୍ଷରୁ ସୂଚନା ମିଳିଛି । ଖାତିଗୁଡା ଆଇ ଆଇ ସି ଦୀପକ ଲେଙ୍କାଙ୍କ ଏତାଦୃଶ ଅଞ୍ଚଳରେ ଲଗାତାର ଦୁଇ ଦିନ ମଧ୍ୟରେ ୨୫ ଜଣଙ୍କୁ କେସ ମାମଲା ରୁଜୁ ହୋଇଥିବାରୁ ଅଞ୍ଚଳର ଜୁଆଡିଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସାହିତ୍ୟ ଅଗଣା

Sunil Chandra Nayak

ଦିନେ ମାଓ ନୀତିରେ ଅନୁପ୍ରାଣିତ ହୋଇ ହାତରେ ବନ୍ଧୁକ ଧରି ହାର୍ଡକୋର ମାଓବାଦୀ ସାଜିଥିଲେ , ଏବେ ସେମାନେ ସାଜିଛନ୍ତି ଜୀବନ ସାଥୀ

Sunil Chandra Nayak

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!