ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ଥାନା ଚିଚିଆ ଗ୍ରାମର ଚୋରୀ ଘଟଣାର ପର୍ଦ୍ଧାଫାସ , ୩ ଚୋର ଗିରଫ

ଗୋଳମୁଣ୍ଡା ଥାନା ଅଞ୍ଚଳରେ ଗତ କିଛି ମାସ ହେଲା ଚୋରି ଡକାୟତି ବୃଦ୍ଧି ପାଇଛି । ଏହାକୁ ନେଇ ଗୋଳମୁଣ୍ଡା ଅଞ୍ଚଳ ରେ କକୁଆ ଭୟ ଦେଖା ଦେଇଥିବା ବେଳେ ଗୋଳମୁଣ୍ଡା ପୋଲିସ ଗୋଟିଏ ଚୋରି ଘଟଣାର ତିନି ଜଣ ଚୋର କୁ ଗିରଫ କରିଥିବାରୁ ଅଂଚଳରେ ସାମାଜିକ ଆସ୍ବସ୍ତି ମିଳିଛି ।ଏହି ଘଟଣା କୁ ନେଇ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଉପଖଣ୍ଡ ଅଧିକାରୀ ଧିରଜ ଚୋପଦାର ଉପସ୍ଥିତ ରେ ହୋଇଥିଲା ।

ଗତ ୨୨ ତାରିଖ ଦିନ ଦଶପୁର ଫାଣ୍ଡି ଅନ୍ତର୍ଗତ ଚିଚିଆ ଗ୍ରାମ ର ସଂଯୁକ୍ତା ସରାଫ ଙ୍କ ଘରେ ଚୋର ମାନେ ପଶି ୩ ଭରି ସୁନା ଓ ୪୦ ହଜାର ଟଙ୍କା ଚୋର ମାନେ ଚୋରି କରିନେଇ ଯାଇଥିଲେ । ଏହାକୁ ନେଇ ପରିବାର ପକ୍ଷରୁ ଗୋଳମୁଣ୍ଡା ଥାନା ରେ ଏତଲା ଦିଆଯାଇଥିଲା । ଗୋଳାମୁଣ୍ଡା ପୋଲିସ କେସ ନମ୍ବର ୧୧୨ ତାରିଖ ୨୨/୦୬/୨୨ ଦିନ ଧାରା ୪୫୭/୩୮୦ ରେ ଏକ କେସ ରୁଜୁ କରି ତଦନ୍ତ ଜାରି କରିଥିଲେ । ବିଭିନ୍ନ ତଥ୍ୟ କୁ ଭିତ୍ତି କରି ପୁଲିସ ନବରଙ୍ଗପୁର ଜିଲ୍ଲା ବଙ୍ଗୋମୁଣ୍ଡା ର ଦିଲ୍ଲୀପ ବାଗ(କାଳିଆ)(୪୬),ଉଷୀ ଯନୀଗୁଡା ର ଉଦ୍ଧବ ହରିଜନ(୩୦) ଓ ହୀରଲୀ ଗ୍ରାମ ର ଗୋବର୍ଦ୍ଧନ ହରିଜନ(ଗୋବରା)(୫୫) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଉକ୍ତ ଚୋର ମାନଙ୍କ ଠାରୁ ଦୁଇଟି ବାଇକ, ତିନିଟି ମୋବାଇଲ ଏବଂ ଦୁଇ ହଜାର ୮୦ ଟଙ୍କା ଜବତ କରାଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର,ଗୋଳମୁଣ୍ଡା ଥାନା ଅଧିକାରୀ ଯୁଗଳ କିଶୋର ଶବର ଓ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ର ହାସ୍ୟ ସାହୁ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଆଜାଦିକା ଅମୃତ ଉତ୍ସବ,ବିଦ୍ୟାଳୟର ଛାତ୍ରୀ ଛାତ୍ରଙ୍କ ଶୋଭାଯାତ୍ରା

Sunil Chandra Nayak

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!