ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ରାଉରକେଲା/ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଷ୍ଟେଟ ବ୍ୟାଙ୍କ ର ଟାଉନସିପ ଶାଖାର ମୁଖ୍ୟ ପରିଚାଳକ ସରୋଜ ରାଉତରାୟଙ୍କ ଆବାହକତ୍ବ ଓ ସଂଯୋଜନା ତଥା ଆଞ୍ଚଳିକ ପ୍ରବନ୍ଧକ ଅଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା, ପ୍ରାକ୍ତନ ପୁଲିସ ଅଧିକାରୀ ଡଃ ସୁମନ ଦତ୍ତ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଅତିଥି ମାନେ ବକ୍ତବ୍ଯରେ କହିଲେ ଯେ ସଂସ୍କାର, ଇଛାଶକ୍ତି, ଦୃଢ ମନୋବଳ ଓ ଏକାଗ୍ରତା ସହ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ। ସଂପ୍ରତି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରାବଲ୍ୟ ମଧ୍ୟରେ ଓଡିଆ ବିଦ୍ୟାଳୟର ସଫଳତା କୌଣସି ଗୁଣରେ କମ୍ ନୁହେଁ। ନିଜର ଅଧ୍ୟବସାୟ ବଳରେ ଛାତ୍ର ଛାତ୍ରୀ ମାନେ ସଫଳତା ପାଇଥିବାରୁ ବ୍ୟାଙ୍କ ଓ ଅତିଥିଙ୍କ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଅଧ୍ୟକ୍ଷତା କରୁଥିବା ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ନାୟକ ଅତିଥିଙ୍କ ପରିଚୟ ପ୍ରଦାନ ସହ ବ୍ୟାଙ୍କ ନିଜର ସାମାଜିକ ପ୍ରତିବଦ୍ଧତା ଓ ଗ୍ରାହକଙ୍କ ସନ୍ତୁଷ୍ଟିରେ କିପରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ସେ ସଂପର୍କରେ ବକ୍ତବ୍ଯ ରଖିଥିଲେ। ଏହି ଅବସରରେ ସରସ୍ବତୀ ଶିଶୁ ମନ୍ଦିର ର ସରିତା ଜେନା,ସୁଚିସ୍ମିତା ପରିଡା,ଉଜ୍ଜଇନ୍ ସାମଲ,ସ୍ବସ୍ତିକା ପାତ୍ର,ରିତିଶ ସାହୁ, ବିଷ୍ଣୁପ୍ରିୟା ସାହୁ,ସୁଚିସ୍ମିତା ଦାସ,ଆଶିଷ କୁମାର ପଣ୍ଡା,ରଶ୍ମିତା ସାହୁ,ପୀୟୁଷ ପ୍ରିତମ ସେଠୀ,ପ୍ରଦୀପ୍ତ ଚନ୍ଦ୍ର ଗିରି,ଅଖିଲ ଆପଟ,ଏନଏସି ଏସଟି ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଶ୍ବଜିତ ମହାକୁଡ, ବାଜି ରାଉତ ଶିକ୍ଷା ନିକେତନର ଆଶୁତୋଷ ପଣ୍ଡା ଓ ଦୀପ୍ତିମୟୀ ବେହେରା,ଚିନ୍ମୟ ବିଦ୍ୟାଳୟର ଅଙ୍କିତା ଜେନା, ମଧୁସୂଦନ ଶିକ୍ଷା ସଦନର ଗୌରବ ଜେନା ଓ ସନ୍ଦିପ ଟପ୍ପୋ ଙ୍କୁ ବ୍ୟାଙ୍କ ତରଫରୁ ମେମୋଣ୍ଟୋ ,ପୁଷ୍ପଗୁଛ,ଚାରା ଓ ଆର୍ଥିକ ପ୍ରୋତ୍ସାହନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଶତପଥୀ, ଏନଏସି ଏସଟି ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସବିତାରାଣୀ ମହାପାତ୍ର,ବାଜି ରାଉତ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସୌଦାମିନୀ ମୁଦୁଲି, ସେକ୍ଟର ୭ ଚିନ୍ମୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଏସ୍ ସୁଜାତା ତ ମଧୁସୂଦନ ଶିକ୍ଷା ସଦନର ପ୍ରଧାନ ଶିକ୍ଷୟିତ୍ରୀ ସୌଭାଗିନୀ ମୁଦୁଲି ଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବ୍ୟାଙ୍କ ର ଏଭଳି ପ୍ରୋତ୍ସାହିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ୟାଙ୍କର ସର୍ବଶ୍ରୀ ବଟକୃଷ୍ଣ ଶତପଥୀ,ଚିନ୍ମୟୀ ପାତ୍ର,ପ୍ରଶାନ୍ତ ବେହେରା,ସଂଗୀତା ମୁଖାର୍ଜୀ,ନିରୁପମା ତିର୍କୀ,ମିତାଲି ସୁନ୍ଦରାୟ ,ସ୍ବାତୀ ମହାନ୍ତି,ନୀଲମ ମିଞ୍ଜ,ନବର୍ଟ କୁଲୁ ଓ ମହେଶ ଟୁଡୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ମୁଖ୍ୟ ପରିଚାଳକ ଶ୍ରୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ମମତା ସାହୁ ଙ୍କ କବିତା କୁଆଁର ପୁନେଇ ଜହ୍ନ

Sunil Chandra Nayak

ଆପଣଙ୍କ ପାଖରେ ପହଞ୍ଚିବ ଜୀ ସାର୍ଥକର ଏଲଇଡି ଭ୍ୟାନ – ଭିନ୍ନ ଢ଼ଙ୍ଗର ପ୍ରଚାର ଅଭିଯାନ 

Sunil Chandra Nayak

ବଣୁଆ ହାତୀ ଆକ୍ରମଣରେ ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!