ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉର୍ଲାଦାନୀରେ ବୀର ରେଣ୍ଡୋ ମାଝୀ ଙ୍କ ୧୬୭ତମ ସହିଦ ଦିବସ ପାଳିତ

ମ.ରାମପୁର:୧୧/୧୨(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀଠାରେ କଳାହାଣ୍ଡିର ପ୍ରଥମ ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ୧୦ ଡିସେମ୍ବର ରେ ପାଳିତ ହେଇଯାଇଛି । ଏଥିରେ ଅତିଥିମାନେ ବୀର ସହୀଦ ରେଣ୍ଡୋ ମାଝୀଙ୍କୁ କଳାହାଣ୍ଡିର ଅସ୍ମିତାର ପରିଚାୟକ ବୋଲି କହିବା ସହିତ ତାଙ୍କରି ବୀରତ୍ୱର ଗାଥା ବଖାଣିଥିଲେ । ପ୍ରାରମ୍ଭରେ ସହୀଦ ଙ୍କ ସ୍ମୃତିସ୍ତମ୍ଭରେ ପୂଜାର୍ଚ୍ଚନା ପରେ ଘୁମୁରା,ଢାପ ନୃତ୍ୟର ତାଳେ ତାଳେ ଏକ। ବିରାଟ ମଶାଲ ଶୋଭାଯାତ୍ରା ଉର୍ଲଦାନୀ ଗ୍ରାମ ପରିକ୍ରମା କରିଥିଲା l ଆୟୋଜିତ ସମାବେଶରେ ସରପଂଚ ତଥା ରେଣ୍ଡୋ ମାଝୀ ସ୍ମୃତି କମିଟୀର ସଭାପତି ସୁପ୍ରିୟା ମାଝୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମୁଖ୍ୟବକ୍ତା ସେବାଜଗତର ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ,ସମ୍ମାନୀତ ଅତିଥି ପଂଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀସିଂହଦେଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ,ଥାନାଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ,ସମାଜସେବୀ ବିଭୂତି ଭୂଷଣ ମହାଖୁଡ଼,ସମିତି ସଭ୍ୟା ମନାସିନୀ ରଣା,ବିବେକସେନା ସଭାପତି ଶିବରାମ ନାୟକ,ଗୌଣ୍ଡୱାନା ରାଜ୍ୟ ସଚିବ ଗୌତମ ପାତ୍ର,ନର୍ଲା ରେଂଜ ଅଧିକାରୀ ପ୍ରଶାନ୍ତ ପାଲ,କାହ୍ନୁଚରଣ ମହାନ୍ତି,ସୁରେଶ ରାଓ, ପୂର୍ବତନ ସରପଂଚ ଗନ୍ଧର୍ବ ପୁଝାରୀ,ଅଧ୍ୟାପକ ନୀଳାମ୍ବର ପାତ୍ର,ଅଧ୍ୟକ୍ଷ ମନୋଜ କୁମାର ଦିଗାଲ,ସତ୍ୟ ନାରାୟଣ ଭୋଇ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବାବେଳେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିଲେ । ଧନସିଂ ମାଝୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଇଓ ରମାକାନ୍ତ ସାହୁ,ଗୋପାଳ ରଣା,ସାରୁଙ୍ଗା ମାଝୀ, ଶ୍ୟାମସିଂ ପାତ୍ର ,ଶାରଦା ମାଝୀ,ରୁଦ୍ର ପ୍ରତାପ ସିଂ,ନାରାୟଣ ପ୍ରସାଦ ଅଗ୍ରୱାଲ ପ୍ରମୁଖ ମଂଚାସୀନ ରହିଥିଲେ । ଏହି ଅବସରରେ ଅନୁଷ୍ଠିତ ହେଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତୀତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ  ଅତିଥିମାନେ ପୁରସ୍କୃତ କରିଥିଲେ । ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

କଳାହାଣ୍ଡି ରେ ରବି ଋତୁ ଧାନ ସଂଗ୍ରହ ମଣ୍ଡି ଆରମ୍ଭ

ଗୋଳାମୁଣ୍ଡା ଠାରେ ସରପଞ୍ଚ ସଂଘର ଦ୍ବିତୀୟ ବୈଠକ 

Sunil Chandra Nayak

ବ୍ଳକ ସ୍ତରୀୟ ବିଜ୍ଞlନ ମେଳା

Sunil Chandra Nayak

Leave a Comment

error: Content is protected !!