ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘାଟି ରେ ପେଟ୍ରୋଲ ଟ୍ୟାଙ୍କର ଓଲଟିବା ଘଟଣା,୧୦ ଘଣ୍ଟା ପରେ ବିଳମ୍ବିତ ରାତିରେ ସ୍ୱାଭାବିକ ହେଲା ଯାତାୟତ

କୋକସରା,୧୦/୧୨- କଳାହାଣ୍ଡି ଓ ନବରଙ୍ଗପୁର ସୀମା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ରାସ୍ତାରେ ଗୁରୁବାର ମଧ୍ୟାହ୍ନରେ ଏକ ପେଟ୍ରୋଲ, ଡିଜେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା । ଏନେଇ ଆମପାଣି ପୁଲିସ ଖବର ପଇବା ପରେ କୋକସରା ଓ ପାପଡାହାଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୁଇ ପଟରୁ ରାସ୍ତାକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରିଥିଲେ। ପରେ ଘଟଣାସ୍ଥଳରେ ଜିଲ୍ଲା ପ୍ରସାସନିକ ଅଧିକାରୀ ଓ ଭାରତ ପେଟ୍ରୋଲିୟମର ଅଧିକାରୀ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ରାସ୍ତାରୁ ଟ୍ୟାଙ୍କରକୁ ହଟାଇବା ପାଇଁ କ୍ରେନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରାୟ ଦଶ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଏହି ପ୍ରକ୍ରିୟା ପରେ ରାତି ୧୧ ଟା ପରେ ରାସ୍ତାରେ ଯାନବାହାନ ଗମନାଗମନ ସ୍ୱାଭାବିକ ହୋଇଥିଲା। ତେବେ ୧୦ ଘଣ୍ଟା ଧରି ଘାଟି ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟକ ଗାଡି ମୋଟର ଓ ଯାତ୍ରୀ ଅଟକି ରହିଥିଲେ। ରାସ୍ତାରୁ ଟ୍ୟାଙ୍କର ହଟିବା ପରେ ଗାଡି ମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ନର୍ଲାବ୍ଲକ୍ ରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ଅନୁଷ୍ଠିତ 

ଦୁସ୍ଥ ଅସହାୟ ମଣିଷ ର ସାହାରା ପାଲଟିଛନ୍ତି ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ

Sunil Chandra Nayak

କବିତା ସଙ୍କଳନ’ ସ୍ନିଗ୍ଧ ଶିଶିର ‘ ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!