ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ବିଶ୍ୱ ସାଇକେଲ ଦିବସ ପାଳିତ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଶ୍ରୀ ଦୁତୀୟ ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମେହେରଙ୍କ ନେତୃତ୍ୱରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବାର ପଞ୍ଚାୟତ କୁସୁର୍ଲା ହଜାରୀପଡା ଗ୍ରାମର କଳାରୁଦ୍ର ଯୁବକ ସଂଘ ପକ୍ଷରୁ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇ ଯାଇଛି l ଏହି ସାଇକେଲ ଦିବସଟି କୁସୁର୍ଲା (ହଜାରୀପଡା) ଠାରୁ କଲେଜ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହାର ମୁଖ୍ୟ ଉଦେଶ୍ୟ ଥିଲା ସାଇକେଲ ଚାଳନାର ଉପକାରିତା ଓ ଶରୀରକୁ ସୁସ୍ଥ ରଖିବାରେ ସାଇକେଲ ଆମ ମନୁଷ୍ୟ ସମାଜ ପାଇଁ କେତେ ଅବଦାନ ରହିଛି ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଜାତୀୟ ଯୁବ ସ୍ୱେଚ୍ଛାସେବୀ ତଥା କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ଶ୍ରୀ ସନତ କୁମାର ସାହୁ, ସମ୍ପାଦକ ରେଶବ ନାରାୟଣ ସାହୁ ପୂର୍ବତନ ସମ୍ପାଦକ ସଂଜୀବ ସାହୁ ଓ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କର୍ଯ୍ୟକ୍ରମ କୁ ଆଗେଇ ନେଇ ଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଏଲ୍ ଏଣ୍ଡ ଟି କଂପାନୀର କର୍ମଚାରୀଙ୍କୁ ଆକ୍ରମଣ ଓ ରାସ୍ତା ଅବରୋଧ ଅଭିଯୋଗ, ଯୁବକଙ୍କୁ କୋର୍ଟଚାଲାଣ

Sunil Chandra Nayak

ଗ୍ରାମପଞ୍ଚାୟତ ପରିସର ସାଜିଛି ଗାଈଗୋଠ ସଦୃଶ୍ୟ ପରିବେଶ ପ୍ରତି କାହାରି ନିଘା ନାହିଁ

Sunil Chandra Nayak

କାଜାକିସ୍ଥାନର କାଜାକ୍ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

Leave a Comment

error: Content is protected !!