ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାରୁଓ୍ବାଡୀ ଯୁବା ମଞ୍ଚ ଓ ଜାଗ୍ରୃତି ଶାଖା ତରଫରୁ ବୃକ୍ଷରୋପଣ

ଭବାନୀପାଟଣା:୮/୮- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମାରୁଓ୍ବାଡୀ ଯୁବା ମଞ୍ଚ ଜାଗ୍ରୃତି ଶାଖା ପକ୍ଷରୁ ସ୍ଥାନୀୟ କୃଷି ମହାବିଦ୍ଯାଳୟ ପରିସରରେ ୫୦ ଟି ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ମ୍ଯୁସିପାଲିଟି ଅଧ୍ଯକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା,ସମ୍ମାନିତ ଅତିଥି ଭାବରେ ମ୍ଯୁସିପାଲିଟି ଇଓ ଶ୍ରୀ ବଳୟ ଦେହୁରୀ ଏବଂ କାଉନସିଲର ଜୟଶ୍ରୀ ଅଗ୍ରୱାଲ ଓ ଶିବା ସାହୁ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହିଥିବା ବେଳେ ଜାଗ୍ରୃତି ଶାଖାର ସଭାପତି ସ୍ବେତା ଅଗ୍ରୱାଲ, ସେକ୍ରେଟାରୀ ଜୟଶ୍ରୀ ଅଗ୍ରୱାଲ, କୋଷାଧ୍ୟକ୍ଷ ଶିଖା ଅଗ୍ରୱାଲ,ଓ ମାରୁଓ୍ବାଡୀ ଯୁବା ମଞ୍ଚ ସଭାପତି ଶ୍ରୀ ଯୋଗେଶ ଅଗ୍ରୱାଲ, ଉପ ସଭାପତି ଓମ୍ ଅଗ୍ରୱାଲ, ସେକ୍ରେଟାରୀ ମନୀଷ ଅଗ୍ରୱାଲ ସମେତ୍ ଅନ୍ଯାନ୍ଯ ଯୁବ ସାଥି ମଧ୍ୟ ଉପସ୍ଥିତ ରହିଥିଲେ। ମାରୁଓ୍ବାଡୀ ଯୁବାସଂଘ ଓ ମାରୁଓ୍ବାଡୀ ମହିଳା ସଂଘ ସମ୍ପୂର୍ଣ୍ଣ ଭାବରେ ସହଯୋଗରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା।ଏହି ବୃକ୍ଷରୋପଣ କାର୍ଯ୍ଯକୁ ନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ମାରୁଓ୍ବାଡୀ ଯୁବା ମଞ୍ଚ ସଭାପତି ଶ୍ରୀ ସ୍ବେତା ଅଗ୍ରୱାଲ, ସେକ୍ରେଟାରୀ ଯୁବା ଜୟଶ୍ରୀ ଅଗ୍ରୱାଲ, କୋଷାଧ୍ୟକ୍ଷ ଯୁବା ଶିଖା ଅଗ୍ରୱାଲ,ଅନେକ କର୍ମକର୍ତ୍ତା ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ।

ଭବାନୀପାଟଣା ରୁ କିଷନ କୁମାର ଶର୍ମାଙ୍କ ରିପୋର୍ଟ

Related posts

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଗୁରୁ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ସାମ୍ବାଦିକଙ୍କ ପୃତ୍ୟୁ ବିୟୋଗ

Sunil Chandra Nayak

Leave a Comment

error: Content is protected !!