ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲିସ ଗାଡି ଧକ୍କା ରେ ମହିଳା ମୃତ,ସ୍ୱାମୀ ଓ ଝିଅ ଗୁରୁତର, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

କୋକସରା,୧/୭-(  ମ ନି ସ  ) ରଥଯାତ୍ରା ରେ ଅଘଟଣ । ପୋଲିସ ଗାଡି ଧକ୍କାରେ ଚାଲିଗଲା ମହିଳା ଙ୍କ ଜୀବନ । ସ୍ୱାମୀ ଓ ୧୧ ବର୍ଷ ର ଝିଅ ମରଣ ସହ ଲଢ଼ୁଛନ୍ତି। ଏମିତି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭୁର୍ଷାଗୁଡା ବିଜୁ ଏକ୍ସପ୍ରେସ ୱେ ରେ।ରଥଯାତ୍ରା ପାଇଁ ପିଠାପଣା ଧରି ନିଜ ଝିଅ ଘରକୁ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗାଁରୁ କୃଷ୍ଣଚନ୍ଦ୍ର ମାଝୀ(୪୫) ସ୍ତ୍ରୀ କିଆଁ ମାଝୀ(୪୧) ଓ ଝିଅ ନମିତା ମାଝୀ(୧୧) ଏକ ବାଇକ ଓଡ଼ି୦୮ଏନ ୫୪୬୮ ରେ ଯାଉଥିଲେ । ହେଲେ ଝିଅ ଘର କୁ ଅଳ୍ପ ରାସ୍ତା ରହିଥିବା ବେଳେ ଭୁର୍ଷାଗୁଡା ପହଞ୍ଚିବା ପୂର୍ବରୁ ଦୁର୍ଘଟଣା ରେ ମହିଳା ଙ୍କ ମୃତ୍ୟୁ ହୋଇଛି। ଗୋତୋମୁଣ୍ଡା ରୁ ଆଇ ଆର ବି ଯବାନ ଙ୍କୁ ରଥଯାତ୍ରା ଡ୍ୟୁଟି ରେ ଛାଡି ବିପରୀତ ଦିଗରୁ ଆସୁଥିବା ଆମପାଣି ପୋଲିସ ର ଓଡ଼ି ୦୫ ୱାଇ ୪୮୮୧ ନମ୍ବର ର ଗାଡି ଦୃତ ଗତିରେ ଆସୁଥିବା ବାଇକ କୁ ମୁହାଁମୁହିଁ ଧକ୍କା ଦେବାରୁ ବାଇକ ରୁ ଛିଟିକି ପଡି ରାସ୍ତା ରେ ପଡ଼ିଥିଲେ ୩ ଜଣ । ଦୁର୍ଘଟଣା ସ୍ଥଳ ରୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ଗୁରୁତର ହୋଇଥିବା ୩ ଜଣ ଙ୍କୁ ପୋଲିସ ଗାଡି ରେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରି ପୋଲିସ ଗାଡି ଛୁ ମାରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମହିଳା ଙ୍କ ମୃତ୍ୟୁ ହୋଇଛି। ପରେ ଖବର ପାଇ ପରିବାର ବର୍ଗ କୋକସରା ହସ୍ପିଟାଲରେ ପହଞ୍ଚିବା ପରେ ପୋଲିସ ଉପସ୍ଥିତି ରେ ଗୁରୁତର ବାପା ଓ ଝିଅ କୁ ଆମ୍ବୁଲାନ୍ସ ରେ ଭବାନୀପାଟଣା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି। ହସ୍ପିଟାଲ ପରିସର ରେ ମୃତକ ପରିବାର ଓ ଗ୍ରାମବାସୀ ଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ମହିଳା ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଓ ଗ୍ରାମବାସୀ ମାନେ ଶବ କୁ ନେଇ ଆମପାଣି ଥାନା ସମ୍ମୁଖରେ ଜାତୀୟ ରାଜପଥ ୨୬ ଅବରୋଧ କରିବା ସହ ଦୁର୍ଘଟଣା ଘଟାଇଥିବା ପୋଲିସ ଡ୍ରାଇଭର କୁ ଗିରଫ ସହ ୧୦ ଲକ୍ଷ କ୍ଷତିପୂରଣ ସହ ଦୁର୍ଘଟଣା ରେ ଗୁରୁତର ବାପା, ଝିଅ ର ସମସ୍ତ ଚିକିତ୍ସା ଖର୍ଚ୍ଚ ପୋଲିସ ବିଭାଗ ବହନ କରିବା ପାଇଁ ଦାବିରେ ସନ୍ଧ୍ୟା ୬ ଘଣ୍ଟା ରୁ ବସି ରହିଛନ୍ତି । ଘଟଣାସ୍ଥଳରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥ ସମେତ କୋକସରା ଥାନା ଅଧିକାରୀ ପ୍ରଶ୍ନନ ବେହେରା ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଧାରଣା ରେ ବସିଥିବା ପରିବାର ବର୍ଗ ଓ ଗ୍ରାମବାସୀ ଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ରାସ୍ତା ଅବରୋଧ ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ।

Related posts

ବେଣୁଧର ସୂତାର  ଙ୍କ କବିତା ଭବମୟ ତୁମେ ଜଗନ୍ନାଥ

ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଦ୍ୱାରା ବନ ମହୋତ୍ସବ କାର୍ଯ୍ୟକ୍ରମ

Leave a Comment

error: Content is protected !!