ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା’ ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ

ମା’ ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ… ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଗଞ୍ଜାମବାସୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କ ମଙ୍ଗଳ କାମନା କରିଛନ୍ତି। ଆଜିର ଦିନଟିକୁ ପବିତ୍ର ଦିନ ଭାବେ ବର୍ଣ୍ଣନା କରି ଏହି କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ମା’ଙ୍କ ମନ୍ଦିରର ନୂଆ ରୂପକୁ ଓଡ଼ିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବେ ଦର୍ଶାଇ ଏହାକୁ ସଫଳ କରିଥିବା ଶିଳ୍ପୀ ଓ କାରିଗରମାନଙ୍କୁ ମୁଖ୍ୟମନ୍ତ୍ରୀ ବିଶେଷ ଅଭିନନ୍ଦନ ଜଣାଇଛନ୍ତି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।ଏହି ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ଋଷିକୂଲ୍ୟା ନଦୀ ତଟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବାରମ୍ବାର ଅଭିଯୋଗ ଆସିବା ପରେ ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କଲା ହ୍ଵାଟ୍ସଆପ

ଆସନ୍ତୁ ଜାଣିବା କୁବେରଙ୍କ ପୂର୍ବଜନ୍ମ କଥା ବିଷୟରେ

Sunil Chandra Nayak

ଡ୍ୟାନ୍ସ ରେ ପ୍ରଥମ ସ୍ଥାନ ଅଧିକାର କରି ୪୨ ଇଞ୍ଚ୍ ର ଏଲ ଇ ଡି ଟିଭି ପୁରସ୍କାର ପାଇଛନ୍ତି ଉମରକୋଟର ଝିଅ ପାୟଲ

Sunil Chandra Nayak

Leave a Comment

error: Content is protected !!