ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ବିଭାଗର ମିଳିତ ଚଢାଉ , ୬କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ

ଧର୍ମଗଡ:୧୮/୫/୨୨: ଧର୍ମଗଡ ବ୍ଲକ ଅନ୍ତର୍ଗତ ବସୁଲ୍ ଗ୍ରାମ ରେ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କାର ଯାଇ ୬ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି ।  ବସୁଲ ଗ୍ରାମ ରେ ଗଞ୍ଜେଇ କାରବାର ହେଉଥିବା ନେଇ ବିଶେଷସୂତ୍ର ରୁ ଖବର ପାଇ ଅବକାରୀ ନିରୀକ୍ଷକ ଲଲିତ ମୋହନ ମିଶ୍ର ଙ୍କ ନେତୃତ୍ୱ ରେ ମିଳିତ ଚଢାଉ କରାଯାଇ ଥିଲା । ଗୋପବନ୍ଧୁ ମେହେର (୫୬) ଙ୍କ ଘରେ ଚଢାଉ କରାଯାଇ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇ ର ପରିମାଣ ୬କେଜି ୪୦୦ ଗ୍ରାମ । ଏ ସମ୍ପର୍କ ରେ ଜୁନାଗଡ ଅବକାରୀ ଥାନା ରେ କେସ ନଂ- ୧୯/୨୨-୨୩ ରେ ମାମଲା ରୁଜୁ କରାଯାଇ ଥିବା ବେଳେ ଗିରଫ ଗୋପବନ୍ଧୁ ମେହେର ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ରେ ଭ୍ରାମ୍ୟମାଣ ଅବକାରୀ ନୀରିକ୍ଷକ ସୁଶାନ୍ତ ପ୍ରଧାନ, ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ସବ ଇନ୍ସପେକ୍ଟର ବସନ୍ତ ବିଶି ଙ୍କ ସମେତ ଅବକାରୀ ଥାନା ଅଧିକାରୀ ଭବାନୀପାଟଣା, ଜୁନାଗଡ ଓ ଧର୍ମଗଡ ସାମିଲ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀ ଙ୍କ ଉଦେଶ୍ୟ ରେ  ଉଦଘାଟିତ ହେଲା ମସଜିଦ୍ 

Sunil Chandra Nayak

ପାନ ଇଣ୍ଡିଆ ପକ୍ଷରୁ ତାଳୁକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା “କଳି ଯୁଗ କଂସ, କରେ ସର୍ଵନାଶ”

Sunil Chandra Nayak

Leave a Comment

error: Content is protected !!