ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅମୂଲ ତରଫରୁ ଜାତୀୟ ଦୁଗ୍ଧ ଦିବସ ପାଳିତ

ରାଉରକେଲା/ ଜାତୀୟ ଦୁଗ୍ଧ ଦିବସ ଓ ଦୁଗ୍ଧ ଆନ୍ଦୋଳନର ପୁରୋଧା ପଦ୍ମ ବିଭୂଷଣ ଡ଼ଃ ଭର୍ଗିସ୍ କୁରିଅନ୍ ଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ଅମୂଲ କଂପାନି ର ସମ୍ବଲପୁର ଡିଭିଜନ ଓ ରାଉରକେଲାର ସ୍ୱନାମଧନ୍ୟ କ୍ରୀଡା ସଂଗଠନ ଆରଏସଏ ର ମିଳିତ ଆନୁକୂଲ୍ୟରେ ଏକ ସାଇକେଲ ଯାତ୍ରା ସେକ୍ଟର ୬ ଟେଲିଫୋନ ଭବନ ପଡିଆରୁ ଆରମ୍ଭ ହୋଇ ସେକ୍ଟର ୧୩ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଟେଲିଫୋନ ଭବନ ପଡିଆ ପର୍ଯ୍ୟନ୍ତ ଫେରିଥିଲା। ଅମୂଲ ସମ୍ବଲପୁର ଡିଭିଜନର ଶାଖା ପ୍ରବନ୍ଧକ ଅଭିଷେକ ପ୍ରଧାନ ଙ୍କ ଅଧ୍ୟକ୍ଷତା ଓ ରାଉରକେଲା ମୁଖ୍ୟ ଗୌରବ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ବେହେରା,ଅମୂଲ କଟକ ଶାଖାର ପ୍ରାକ୍ତନ ଅଧିକାରୀ ତୃପ୍ତିରଂଜନ ଦାସ, ଆରଏସଏ ର ଉପସଭାପତି ଭାସ୍କର ନନ୍ଦ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି ଡଃ ମହାପାତ୍ର ଏହି ଅବସରରେ ଡଃ କୁରିଆନଙ୍କ ଜୀବନୀ ସଂପର୍କରେ ଆଲୋଚନା କରିବା ସହ ସାଇକେଲ ରାଲିକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଏହି ରାଲିରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୬୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶୁଭେନ୍ଦୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଭୟ ଅନୁଷ୍ଠାନର ସର୍ବଶ୍ରୀ ଗଣପତି ରାଉତ, ଦୁର୍ଯ୍ୟୋଧନ ତ୍ରିପାଠୀ, ଅବିନାଶ ସୂତାର,ଆଶିଷ ମେହେର,ସତ୍ୟବ୍ରତ ଜେନା,ସାୟନ୍ତନ ଦାସ , ସୂର୍ଯ୍ୟ ପାତ୍ର,ସୁବାସ ପଣ୍ଡା,ଧନଞ୍ଜୟ ଦଣ୍ଡପାଟ,ଈଶ୍ବର ଚନ୍ଦ୍ର ଟୁଡୁ,ରିଙ୍କୁ,ମହମ୍ମଦ ଆବୁ,କାର୍ତ୍ତିକ ଖଣ୍ଡୁଆଳ,ପ୍ରକାଶ ରାଉଳ ଓ ବିଭିନ୍ନ ବିଦ୍ୟାଳୟରୁ ସର୍ବଶ୍ରୀ ଧୀରେନ ସାମନ୍ତ ସିଂହାର,ଅଜୟ ରାଠୋର,ଅଶୋକ ରାଉତ,ଦୟାନିଧି ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ସଫଳ ହୋଇଛି

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଶ୍ରାବଣୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!