ରାଉରକେଲା/ ଜାତୀୟ ଦୁଗ୍ଧ ଦିବସ ଓ ଦୁଗ୍ଧ ଆନ୍ଦୋଳନର ପୁରୋଧା ପଦ୍ମ ବିଭୂଷଣ ଡ଼ଃ ଭର୍ଗିସ୍ କୁରିଅନ୍ ଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ଅମୂଲ କଂପାନି ର ସମ୍ବଲପୁର ଡିଭିଜନ ଓ ରାଉରକେଲାର ସ୍ୱନାମଧନ୍ୟ କ୍ରୀଡା ସଂଗଠନ ଆରଏସଏ ର ମିଳିତ ଆନୁକୂଲ୍ୟରେ ଏକ ସାଇକେଲ ଯାତ୍ରା ସେକ୍ଟର ୬ ଟେଲିଫୋନ ଭବନ ପଡିଆରୁ ଆରମ୍ଭ ହୋଇ ସେକ୍ଟର ୧୩ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଟେଲିଫୋନ ଭବନ ପଡିଆ ପର୍ଯ୍ୟନ୍ତ ଫେରିଥିଲା। ଅମୂଲ ସମ୍ବଲପୁର ଡିଭିଜନର ଶାଖା ପ୍ରବନ୍ଧକ ଅଭିଷେକ ପ୍ରଧାନ ଙ୍କ ଅଧ୍ୟକ୍ଷତା ଓ ରାଉରକେଲା ମୁଖ୍ୟ ଗୌରବ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ବେହେରା,ଅମୂଲ କଟକ ଶାଖାର ପ୍ରାକ୍ତନ ଅଧିକାରୀ ତୃପ୍ତିରଂଜନ ଦାସ, ଆରଏସଏ ର ଉପସଭାପତି ଭାସ୍କର ନନ୍ଦ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି ଡଃ ମହାପାତ୍ର ଏହି ଅବସରରେ ଡଃ କୁରିଆନଙ୍କ ଜୀବନୀ ସଂପର୍କରେ ଆଲୋଚନା କରିବା ସହ ସାଇକେଲ ରାଲିକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଏହି ରାଲିରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୬୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶୁଭେନ୍ଦୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଭୟ ଅନୁଷ୍ଠାନର ସର୍ବଶ୍ରୀ ଗଣପତି ରାଉତ, ଦୁର୍ଯ୍ୟୋଧନ ତ୍ରିପାଠୀ, ଅବିନାଶ ସୂତାର,ଆଶିଷ ମେହେର,ସତ୍ୟବ୍ରତ ଜେନା,ସାୟନ୍ତନ ଦାସ , ସୂର୍ଯ୍ୟ ପାତ୍ର,ସୁବାସ ପଣ୍ଡା,ଧନଞ୍ଜୟ ଦଣ୍ଡପାଟ,ଈଶ୍ବର ଚନ୍ଦ୍ର ଟୁଡୁ,ରିଙ୍କୁ,ମହମ୍ମଦ ଆବୁ,କାର୍ତ୍ତିକ ଖଣ୍ଡୁଆଳ,ପ୍ରକାଶ ରାଉଳ ଓ ବିଭିନ୍ନ ବିଦ୍ୟାଳୟରୁ ସର୍ବଶ୍ରୀ ଧୀରେନ ସାମନ୍ତ ସିଂହାର,ଅଜୟ ରାଠୋର,ଅଶୋକ ରାଉତ,ଦୟାନିଧି ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ