ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ଲଘୁଚାପ ଜନିତ ବର୍ଷାରେ କାଣିଗୁମା ଗ୍ରା,ପ, ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକଙ୍କ ଘର ଭୂଷୁଡି ପଡିଛି

ଥୁଆମୂଳ ରାମପୁର:୧୬/୮- ମ.ନି.ସ:- ଲଗାଣ ଲଘୁଚାପ ଜନୀତ ବର୍ଷାରେ କେତେକ ଗରିବ ଲୋଙ୍କର ଘର ଗୁଡିକ ଭୂଷୁଡି ପଡିଥିବା ଜଣାପଡିଛି। ବିଶେଷ କରି ଏଥିରେ ଗରିବ ଲୋକେ ହିଁ ପ୍ରଭାବିତ ହୋଇଛନ୍ତି। ଦୀର୍ଘ ଦିନରୁ ଏମାନେ ସେହି ଚାଳ ଛପର ଘରେ ହିଁ ନିଜ ପରିବାର କୁ ନେଇ ଜୀବନ ଅତିବାହିତ କରୁଥିଲେ। ସରକାରଙ୍କ ଆବାସ ଯୋଜନାରେ ସାମିଲ ହୋଇପାରିଲେ ନାହିଁ। ଯାହାଫଳରେ ଏମାଙ୍କୁ ବର୍ଷା ଦାଉ ସାଜୁଛି। ଗରିବ ଲୋକେ ଏବେ ବାସହରା ହୋଇଛନ୍ତି। ଯାହାକି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ଯୁଷିତ ପଛୁଆ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକର କାଣିଗୁମା ଗ୍ରାମପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗାଁର ଗରିବ ପରିବାର ଙ୍କ ଘର ଭୂଷୁଡି ପଡିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଜଣାପଡିଛି ଯେ, ଅମଠାଗୁଡା ଗ୍ରାମର ରବିଚନ୍ଦ୍ର ସାହୁ, ସୁଦର୍ଶନ ନାଏକ, ରାମେଶ୍ୱର ନାଏକ, କାଣିଗୁମା ଗ୍ରାମର ଅଜିତ ସୁନାନୀ, ରବିନ୍ଦ୍ର ଚନ୍ଦ୍ର ବେରୁକ୍, ନେହେଲା ଗ୍ରାମର ଜୟଶଙ୍କର ମାଝୀ, ଗାହି ପରାଭୋଇ, ଟେଭାକଲମ ଗ୍ରାମର ଧନସିଂ ପରାଭୋଇ କାଲିମତୀ ଗୌଉଡ, ଭିତରଗୁମା ଗ୍ରାମର ଧନଦେଇ, ଧଳିଗୁଡା ଗ୍ରାମର ଧନସାହେ ମାଝୀ, ଧାନଫୁଲ ମାଝୀ ଗୋପୀ ମାଝୀ, ସୁରେଶ ମାଝୀ ଜଗେନ୍ଦ୍ର ମାଝୀ, କାଣିଗୁମା ଗ୍ରାମର ସୁବର୍ଣ୍ଣ ପ୍ରଧାନୀ, ଲକ୍ଷ୍ମୀ ଗୌଡ ପିତାମୁଣ୍ତି ଗ୍ରାମର ଅର୍ଜୁନ ମାଝୀ, କଳାବତୀ ବେଓ୍ବା, ସତ୍ଯବତୀ ନାଏକ, ଜଟାଙ୍ଗପଡା ଗ୍ରାମର ଲଙ୍ଗିନ ନାଏକଙ୍କର ଘର ଭୂଷୁଡି ପଡିଥିବା ଜଣାପଡିଛି,ଏନେଇ କାଣିଗୁମା ଗ୍ରାମପଞ୍ଚାୟତ ର ସରପଞ୍ଚ ଧ୍ରୃବଚରଣ ମାଝୀ ଥୁଆମୂଳ ରାମପୁର ଆରଆରଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଆରଆଇ ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ଗାଁ ଗୁଡିକକୁ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ତଦନ୍ତ ସମୟରେ ସରପଞ୍ଚ ଉପସ୍ଥିତ ରହିଥିଲେ। ତେବେ ଘର ଭୂଷୁଡି ଥିବା ପ୍ରଭାବିତ ଗରିବ ଲୋକଙ୍କୁ ସରକାରୀ ସହାୟତା କେବେ ଯୋଗାଇ ଦିଆଯିବା ସହିତ ଗରିବ ହିତାଧିକାରୀ ମାନେ ଏହାର ସହଯୋଗ ପାଇବାରେ କେତେ ଦୂର ସଫଳ ହେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା। ସରକାରୀ ସହାୟତା କେବେ ପାଇବେ ତାହା ସମୟ ଆସିଲେ ହିଁ ଜଣାପଡିବ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେଲେ ବିଧାୟକ

Sunil Chandra Nayak

ଆତକିର୍ ଲିଙ୍ଗୁଏଷ୍ଟିକ ଆଣ୍ଡ କଲଚୁରାଲ୍ , ସାନ୍ତାଳୀ ଜୋର୍ଣାଲିଷ୍ଟ ଏବଂ ମାଝୀ ପାର୍ଗାନାଙ୍କ ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ କାର୍ଯ୍ୟକ୍ରମ

Sunil Chandra Nayak

କବିତା ସାହୁ ଙ୍କ କବିତା ଭଗବାନ ବୁଦ୍ଧଦେବ

Leave a Comment

error: Content is protected !!