ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍କେରୀ ସରପଞ୍ଚ ଭାବେ ଦାୟିତ୍ବ ନେଲେ ମମତା କେତକୀ

ଧର୍ମଗଡ/ବେହେରା:୧୬/୩/୨୨: ଧର୍ମଗଡ ବ୍ଲକ କାଙ୍କେରୀ ପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ମମତା କେତକୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ ଗ୍ରହଣ କରିବା ଅବସରରେ ଶ୍ରୀମତୀ କେତକୀ ସମସ୍ତ ଓ୍ବାର୍ଡ ସଭ୍ଯ/ସଭ୍ଯା, ନାଏବ ସରପଞ୍ଚ ଙ୍କୁ ନିଜର କ୍ରୁତଜ୍ଞତା ଅର୍ପଣ କରିବା ସହିତ ପଞ୍ଚାୟତ ର ବିକାଶ ଦିଗରେ ସମସ୍ତ ସହଯୋଗ କାମନା କରିଛନ୍ତି। ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ମାନେ ମଧ୍ଯ ପଞ୍ଚାୟତ ର ବିକାଶ ଦିଗରେ ସହଭାଗୀ ହେବେ ବୋଲି ମତପୋଷଣ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ନରେନ୍ଦ୍ର ରାଉତ, ପୂର୍ବତନ ସରପଂଚ ରମେଶ ଛତ୍ରିଆ ଙ୍କ ଉପସ୍ଥିତିରେ ଶ୍ରୀମତୀ କେତକୀ ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କାଙ୍କେରି ପଞ୍ଚାୟତ କୁ ଏକ ଆର୍ଦଶ ପଞ୍ଚାୟତ ଭାବେ ଗଢି ତୋଳିବାକୁ ତତ୍ପରତା ଦେଖାଇବା ସହିତ ଗ୍ରାମବାସୀ ଙ୍କ ସହଯୋଗ କାମନା କରିଥଲେ ।

ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ରାଉରକେଲାରେ ପ୍ରଜାତନ୍ତ୍ର ର ଅମୃତ ମହୋତ୍ସବ ପାଳନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପିଏମ କିଷାନ ଯୋଜନା: ଚାଷୀମାନଙ୍କୁ ଦ୍ୱାଦଶ କିସ୍ତି ଟଙ୍କା ଭେଟି, ୧୨ କୋଟି କୃଷକ ଉପକୃତ

Sunil Chandra Nayak

Leave a Comment

error: Content is protected !!