ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ – ପୌର ନିର୍ବାଚନ ପ୍ରଚାର ଜୋରଦାର , ବିଜେଡ଼ି ର ବିଶାଳ ରାଲି ଓ ସାଧାରଣ ସଭା

ଫୁଲବାଣୀ -:      ଫୁଲବାଣୀ ପୋୖର ପରିଷଦ ନିର୍ବାଚନ ରେ ବିଜୁଜନତା ଦଳ ପକ୍ଷରୁ ପୋୖର ଅଧ୍ୟକ୍ଷା ପ୍ରାର୍ଥୀନୀ ପୁନମ କଁହର ଙ୍କୁ ଏବଂ ଫୁଲବାଣୀ ୧୩ ଗୋଟି ୱାର୍ଡ କାଉନ୍ସିଲ ର ପ୍ରାର୍ଥୀ ପ୍ରାର୍ଥୀନୀ କୁ ଜିତାଇବା ପାଇଁ ବିଜୁଜନତା ଦଳ ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଛି। ଫୁଲବାଣୀ ଗୋପବନ୍ଧୁ ଛକ ଠାରୁ ବିଜୁଜନତା ର ହଜାର ହଜାର ପୁରୁଷ ମହିଳା କର୍ମୀ ମାନଙ୍କୁ ନେଇ ଏକ ବିଶାଳ ଶୋଭଯାତ୍ରା ବାହାରି ନଗର ପରିକ୍ରମା କରି ଫୁଲବାଣୀ ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚି ଥିଲା। ସେଠାରେ ଆୟୋଜିତ ନିର୍ବାଚନୀ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ନଗର ଉନ୍ନଉନ, ପାନୀୟ ଜଳ ଯୋଗାଣ ,ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଫୁଲବାଣୀ ସହରକୁ ସରସ ସୁନ୍ଦର ଫୁଲର ସହର ଭାବେ ଗଡି ତଳିବାକୁ ହେଲେ ଫୁଲବାଣୀ ବିଜେଡ଼ି ପୋୖର ଅଧ୍ୟକ୍ଷା ପୁନମ କଁହର କୁ ବିପୁଳ ଭାବରେ ଭୋଟ ଦେଇ ଜିତାଇବାକୁ ହେବ। ଫୁଲବାଣୀ ଅଧକ୍ଷ ପୁନମ ହେଲେ ଫୁଲବାଣୀ ସହର ର ସମସ୍ତ ସମସ୍ୟା ଦୂର ହୋଇପାରିବ।ଫୁଲବାଣୀ ସହର ବାସୀ ଘରେ ପାନୀୟ ଜଳର ସୁବିଧା ପାଇ ପାରିବେ। ସ୍ଥାୟୀ ଘର ଜମି ପଟ୍ଟା ପାଇପାରିବେ। ସହର ର ପ୍ରତ୍ୟେକ ସ୍ଥାନରେ ଆଲୋକ କରଣୀ ବ୍ୟବସ୍ଥା ହେବ । ଏହା ହେଉଛି ବିଜୁଜନତା ଦଳର ପ୍ରତିଶ୍ରୁତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିବା ବେଳେ ପୁନମ କଁହର ଙ୍କ ନିମନ୍ତେ ଫୁଲବାଣୀ ସହର ବାସୀ ଙ୍କ ନିକଟରେ ଭୋଟ ଭିକ୍ଷା କରିଥିଲେ। ସେହି ପରି କନ୍ଧମାଳ ଜିଲ୍ଲା ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ ଜିଲ୍ଲା ର ଉନ୍ନତି ନିମନ୍ତେ ତା ସହିତ ଫୁଲବାଣୀ ପୋୖର ପରିଷଦ ବାଲିଗୁଡା ଘୁ . ଉଦୟଗିରି ଏନ ଏ ସି ର ଉନ୍ନତି କରଣ ନିମନ୍ତେ ଯେଉଁ ସପ୍ନ ରହିଛି ସେ ସପ୍ନ ପୁରଣ ହେବାକୁ ଯାଉଛି। ସମଗ୍ର ଭାରତ ବର୍ଷରେ ୧୧୨ ଆକାଂକ୍ଷା ଜିଲ୍ଲା ଅର୍ଥାତ ଗରିବ ଦାରିଦ୍ର୍ୟ ଜିଲ୍ଲା ରହିଛି ସେଥି ମଧ୍ୟରୁ କନ୍ଧମାଳ ୯୧ ତମ ଜିଲ୍ଲା ଭାବେ ଥିଲା ବର୍ତମାନ କନ୍ଧମାଳ ଜିଲ୍ଲା ଆକାଂକ୍ଷା ଜିଲ୍ଲା ସ୍ଥିତରେ ୪୧ ପହଞ୍ଚିଛି । ଫୁଲବାଣୀ ସହର କୁ ଭାରତ ବର୍ଷରେ ୧ ରେ ପହଞ୍ଚାଇବା ବିଜୁଜନତା ଦଳର ଲକ୍ଷ ,ରାଜ୍ୟରେ ଫୁଲବାଣୀ ସହର କୁ ସୁନ୍ଦର ସହର ରେ ପରିଣତ କରି ୧ ନମ୍ବର ଜିଲ୍ଲା ରେ ପହଞ୍ଚାଇବା ହେଉଛି ମୁଳ ଲକ୍ଷ। ଫୁଲବାଣୀ ରେ ନିର୍ମାଣ ହେଉଥିବା ୫୫୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ଦୁଇ ବର୍ଷ ଭିତରେ ସମ୍ପୂର୍ଣ୍ଣ ହେବ ପ୍ରଥମେ ସୁବିଧା ପାଇବେ ଫୁଲବାଣୀ ସହରବାସୀ ,ବାଣିଜ୍ୟ ବ୍ୟଵସାୟ ହୋଇପାରିବ। ବେକାରୀ ଯୁବକ ଯୁବତୀ କର୍ମ ନିଯୁକ୍ତି ପାଇ ପାରିବେ। ପରିବାର ପ୍ରତିପୋଷଣ କରିପାରିବେ । ବ୍ରହ୍ମପୁର ସମ୍ବଲପୁର ଭାୟା ଫୁଲବାଣୀ ଦେଇ ରେଳ ଲାଇନ ଯିବ ,ସୁବିଧାରେ ବ୍ୟବସାୟ ବାଣିଜ୍ୟ କରିପାରିବେ ବୋଲି ସହର ବାସୀଙ୍କୁ ସାଂସଦ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ଫୁଲବାଣୀ ସହର କୁ ଆଶୀର୍ବାଦ ରହିଛି ଏବଂ ସାଂସଦ ଙ୍କର ସ୍ୱପ୍ନ ରହିଛି ବୋଲି କହିଥିବା ବେଳେ ପୁନମ କଁହର ଓ ଫୁଲବାଣୀ ପୋୖର ପରିଷଦ ର ୧୩ ଗୋଟି ୱାର୍ଡ ରେ ବିଜେଡି ପକ୍ଷରୁ ପ୍ରାର୍ଥୀ ପ୍ରାର୍ଥୀନୀ ହୋଇଥିବା ସମସ୍ତ ପ୍ରାର୍ଥୀ ପ୍ରାର୍ଥୀନୀ ଙ୍କୁ ଜିତାଇଲେ ଫୁଲବାଣୀ ସହର ର ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ସାଂସଦ ଶ୍ରୀ ସାମନ୍ତ ଆୟୋଜିତ ସାଧାରଣ ନିର୍ବାଚନୀ ସଭାରେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ପରିଚାଳନା କରିଥିଲେ। ଫୁଲବାଣୀ ପୌର ଅଧ୍ୟକ୍ଷା ପ୍ରାର୍ଥୀନୀ ପୁନମ କଁହର ଉପସ୍ଥିତ ରହି ସମସ୍ତ ଙ୍କର ଆଶୀର୍ବାଦ ଗ୍ରହଣ କରି ମୁଁ ଅଧ୍ୟକ୍ଷା ହେଲେ ଆପଣ ମାନଙ୍କର ସାଥିରେ ରହିବି ଏବଂଏହି ଆମ ଫୁଲବାଣୀ ସହରକ୍ଜ ସୁନ୍ଦର ସହର ଫୁଲର ସହର ଭାବେ ଗଠନ କରିବି ବୋଲି କହି ସମସ୍ତ ଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ବେଳେ ସମସ୍ତ ୱାର୍ଡ ର ସମସ୍ତ କାଉନ୍ସିଲ ର ପ୍ରାର୍ଥୀ ପ୍ରାର୍ଥୀନୀ ଉପସ୍ଥିତ ରହି ଜନସାଧାରଣ ଙ୍କ ଠାରୁ ଆଶୀର୍ବାଦ         ଭିକ୍ଷା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ବେଳେ ମଞ୍ଚାସିନ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର, କନ୍ଧମାଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କିଶ୍ୱର ମେହେର, ପୂର୍ବତନ ବିଧାୟକ ଦେବେନ୍ଦ୍ର କଁହର, ପୂର୍ବତନ ପୋୖର ଅଧ୍ୟକ୍ଷ ରାଜେନ୍ଦ୍ର କଁହର, ଖଜୁରିପଡା ବ୍ଲକ ଅଧ୍ୟକ୍ଷା ଅନିମା କଁହର, ପୂର୍ବତନ କାଉନ୍ସିଲ ର ପ୍ରଦୀପ ମୁନି ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଥିଲେ। ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ନାଗରିକ ବିକାଶ ସଂଗଠନର ବୈଠକ

Sunil Chandra Nayak

ଜଙ୍ଗଲଜମି ପଟ୍ଟା ପ୍ରଦାନ ପାଇଁ କେଗାଁ ରେଞ୍ଜରଙ୍କୁ ଭେଟିଲେ ନକଟିକାନି ଗ୍ରାମବାସୀ

ପଞ୍ଚାୟତ ସମିତି ସଭ୍ୟ ସଭ୍ୟାଙ୍କର ତିନିଦିନିଆ କର୍ମଶାଳା ଉଦଯାପିତ   

Sunil Chandra Nayak

Leave a Comment

error: Content is protected !!