ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆଖାଇ ଭେଟଘାଟ ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ଼,୦୬/୦୯(ମ ନି.ସ)– ଓଡ଼ିଶାର ମହାନ ଗଣପର୍ବ ନୂଆଖାଇର ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ୍ ଦଶମୀ ତିଥିର ନୂଆଖାଇ ଅବସରରେ ଲାଞ୍ଜିଗଡ଼ଠାରେ ନୂଆଖାଇ ଭେଟଘାଟ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଲାଞ୍ଜିଗଡ଼ ପ୍ରଧାନୀପଡ଼ାର ଯୁବଗୋଷ୍ଠୀଙ୍କ ଦ୍ବାରା ଆୟୋଜିତ ଏଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଦାନ୍ତ ଲିମିଟେଡ୍ ସିଏସ୍ ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂଦେଓ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ବଜ ପେସନିଆ, ବରିଷ୍ଠ ନାଗରିକ ଅଶୋକ ପଟ୍ଟନାୟକ, ଶ୍ରୀମୁଖ ଅଗସ୍ତି, ମଧୁ ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ ! ଅନୁଷ୍ଠିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଚାରକ ଭାବେ ଭଗବାନ ହୋତା ଓ ପ୍ରଦୋଷ ପ୍ରକାଶ ପୁଷ୍ଟି ଯୋଗ ଦେଇଥିଲେ ! ପ୍ରଧାନୀ ପଡା ଯୁବଗୋଷ୍ଠୀର ସଦସ୍ୟ କାର୍ତିକ ଓଡ଼ିଆ, ଗୋବର୍ଧନ ବିଶି, ବାବୁ ଜେନା, ସଦାନନ୍ଦ ଦଣ୍ଡସେନା, ଶରତ ଦଣ୍ଡସେନା, ଟଙ୍କ ପ୍ରଧାନୀ, ସୁବାସ ପ୍ରଧାନୀ, ପିଙ୍କୁ, କୋଦଣ୍ଡ, କରନ ଓଡ଼ିଆ, ସାନ ପେସନିଆ, ଜାବଡୁ, ଲିଙ୍ଗ, ଘାସୀ, ବଙ୍ଗଳା, ରାଜ, ସାଗର, ଟିଲୁ ନାୟକ, ସୀମାଞ୍ଚଳ, ଗୋବର୍ଦ୍ଧନ, ଟିମ୍ପା, ଚେପଟା, ରାହୁଲ, ରାଜା, ଉଲପ, ରବି, ଶଙ୍କର, ଶ୍ୟାମସୁନ୍ଦର, ଲକିଙ୍କ ସମେତ ଗୌରୀଶଙ୍କର ପ୍ରଧାନୀ, ପୂର୍ଣ୍ଣଚନ୍ଦ୍ର ଦଳେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ

Related posts

ଜାତୀୟ ‘ହୋ’ ଯୁବକ ସମ୍ମିଳନୀ ୨୦୨୨ ନଭେମ୍ବର ୫ ଏବଂ ୬ ରେ ହେବା ନେଇ କେନ୍ଦ୍ରୀୟ କମିଟି ର ପ୍ରସ୍ତୁତି ବୈଠକ

Sunil Chandra Nayak

ବିନା ସୂଚନା ଫଳକରେ ଚାଲିଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମାଟି କାମ

Sunil Chandra Nayak

ଲଡୁଗାଁ ରେ ମହାସମାରୋହ ରେ ଲକ୍ଷ୍ମୀ ପୂଜାର୍ଚ୍ଚନା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!