ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତ ବନ୍ଦ କୁ ସମର୍ଥନ ଜଣାଇ ଖଡ଼ିଆଳଠାରେ ୧ ଘଂଟା ପାଇଁ ୩୫୩ ନଂମ୍ବର ଜାତୀୟ ରାଜପଥ ଅବରୋଧ

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଛକ ଠାରେ ୩୫୩ ନଂମ୍ବର ଜାତୀୟ ରାଜପଥ କୁ ଭାରତ ବନ୍ଦ ସମର୍ଥନ ଜଣାଇ ୧ ଘଂଟା ଅବରୋଧ କରିଥିଲେ। କେନ୍ଦ୍ର ସରକାର ଦ୍ବାରା ଓବିସି ର ଜାତି ଆଧାରିତ ଜନଗଣନା ନକରିବା ବିରୋଧ ,ଇଭିଏମ ଘୋଟଲା ,ପଚାଂୟତ ନିର୍ବାଚନ ରେ ଓବିସି ସଂରକ୍ଷଣ ନିମନ୍ତେ ପୃଥକ ନିର୍ବାଚନ ମଣ୍ଡଳୀ ଲାଗୁକରିବା,ଆଦିବାସୀ ଓ ପଛୁଆ ବର୍ଗ ର ବନବାସୀ ମାନଙ୍କୁ ଜମି ଜଙ୍ଗଲ ଓ ଜମି ରୁ ବିସ୍ତାପନ ବିରୋଧ ରେ ଆଜି ରାଷ୍ଟ୍ରିୟ ପଛୁଆ ବର୍ଗ ମୋର୍ଚା ଦ୍ବାରା ନୂଆପଡା ଜିଲ୍ଲା ର ଖଡିଆଳ ସହର ରେ ଆଂଶିକ ପ୍ରଭାବ ଦେଖିବାକୁ ମିଲିଛି,ପଛୁଆ ବର୍ଗ ର କର୍ମକର୍ତା ମାନେ ଖଡିଆଳ ଥାନା ଆଗରେ ୩୫୩ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ,କିଛି ସମୟ ପାଇଁ ଗାଡି ମଟର ବନ୍ଦ ରହିଥିଲା,ଯାତ୍ରିବାହୀ ବସ ତଥା ମାଲବାହୀ ଟ୍ରକ ଗୁଡିକ ଦିର୍ଘ ସମୟ ଧରି ରାସ୍ତା ର ଦୁଇ ପାର୍ଶ ରେ ଅଟକି ରହିଥିଲା,କେନ୍ଦ୍ର ଓ ରାଜ୍ୟ ସରକାର ଉପରୋକ୍ତ ସମସ୍ତ ଦାବୀ ପୁରଣ ନହେଲେ ପୁଣି ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି,ଓବିସି ମୋର୍ଚା ର ଭାରତ ବନ୍ଦ ଆନ୍ଦୋଳନ କୁ ଅନେକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି,ସେହିଭଳି ନୂଆପଡା ଜିଲ୍ଲା ଡମଗଣା ସମାଜ ଓବିସି ମୋର୍ଚା ଭାରତ ବନ୍ଦ କୁ ସମର୍ଥନ ଜଣାଇ ରାସ୍ତା ରୋକ ଆନ୍ଦୋଳନ ରେ ସାମିଲ ହୋଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅବିନାଶ ମହାପାତ୍ର ଙ୍କ କବିତା ସୁରା ର ପିଆଲା ସାଜି

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ଭୀମରାଓ ରାମଜୀ ଆମ୍ବେଦକର ଜୟନ୍ତୀ

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତିର ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!